ଭୁଲରେ ପଞ୍ଚୁକ ସମୟରେ କରନ୍ତୁ ନାହିଁ ଏହି ସବୁ କାମ

ଭାରତୀୟ ପରମ୍ପରାରେ କିଛି ବି ଶୁଭ କାର୍ଯ୍ଯକୁ କରିବା ପୂର୍ବରୁ ଜ୍ଯୋତିଷ ଗଣନାର ଅଧ୍ଯୟନ କରି ଶୁଭ ଏବଂ ଅଶୁଭ ମୁହୂର୍ତ୍ତ ଦେଖାଯାଇଥାଏ । ଜ୍ଯୋତିଷ ଅନୁସାରେ ଶୁଭ ମୁହୂର୍ତ୍ତରେ କରାଯାଇଥିବା ସମସ୍ତ କାର୍ଯ୍ଯର ପରିଣାମ ଭଲ ହୋଇଥିବାବେଳେ ଅଶୁଭ ସମୟରେ କରାଯାଇଥିବା କାର୍ଯ୍ଯର ପରିମାଣ ଖରାପ କିମ୍ବା ଅସଫଳ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ରରେ ପଞ୍ଚୁକକୁ ଅଶୁଭ ବୋଲି ଧରାଯାଇଥାଏ । ପଞ୍ଚୁକ ୫ଟି ନକ୍ଷେତ୍ରରେ ଲାଗିଥାଏ । ଯେବେ ଧନିଷ୍ଠା, ସତଭିଷା, ଉତ୍ତରା ଭାଦ୍ରପଦ ଏବଂ ପୂର୍ବା ଭାଦ୍ରପଦ ରେବତୀ ନକ୍ଷେତ୍ର ଆସିଥାଏ । ଯେଉଁଥିରେ ସମସ୍ତ ଶୁଭ କାର୍ଯ୍ଯ କରିବାକୁ ମନା କରାଯାଇଥାଏ ।

ପଞ୍ଚୁକର ପ୍ରକାର

ରାଜ ପଞ୍ଚୁକ- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକ ମଧ୍ଯ ଅଲଗା ଅଲଗା ପ୍ରକାରର ହୋଇଥାଏ । ସୋମବାର ଠାରୁ ଆରମ୍ଭ ହେଉଥିବା ପଞ୍ଚୁକକୁ ରାଜ ପଞ୍ଚୁକ କୁହାଯାଏ ।

ରୋଗ୍ ପଞ୍ଚୁକ- ଯଦି ପଞ୍ଚୁକର ପ୍ରାରମ୍ଭ ରବିବାର ଠାରୁ ହୁଏ ତେବେ ରୋଗ୍ ପଞ୍ଚୁକ ବୋଲି କୁହାଯାଏ ।

ଅଗ୍ନି ପଞ୍ଚୁକ – ଯେଉଁ ପଞ୍ଚୁକ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥାଏ ତାହାକୁ ଅଗ୍ନି ପଞ୍ଚୁକ ବୋଲି କୁହାଯାଇଥାଏ ।

ମୃତ୍ଯୁ ପଞ୍ଚୁକ ଏବଂ ଚୋର ପଞ୍ଚୁକ – ଶନିବାର  ଆରମ୍ଭ ହୋଇଥିବା ପଞ୍ଚୁକକୁ ମୃତ୍ଯୁ ପଞ୍ଚୁକ ଏବଂ ଶୁକ୍ରବାର ଆରମ୍ଭ ହେଉଥିବା ପଞ୍ଚୁକକୁ ଚୋର ପଞ୍ଚୁକ ବୋଲି କୁହାଯାଇଥାଏ ।

ଏହି ୫ଟି କାମ ପଞ୍ଚୁକ ସମୟରେ କରନ୍ତୁ ନାହିଁ

-ପଞ୍ଚୁକରେ ସପ ତିଆରି କରିବା ଅଶୁଭ ହୋଇଥାଏ । ଏହା କରିବା ଦ୍ବାରା ଏକ ବଡ ସଙ୍କଟର ଆଶଙ୍କା ରହିଥାଏ ।

-ପଞ୍ଚୁକ ସମୟରେ ଘନିଷ୍ଠା ନକ୍ଷେତ୍ର ଥିବା ବେଳେ ଘସି, କାଠ ଆଦି ଜାଳେଣିକୁ ଏକତ୍ରୀତ ରଖିବା କଥା ନୁହେଁ । ଏଥିରେ ନିଆଁ ଲାଗିଯିବାର ଭୟ ଥାଏ ।

-ପଞ୍ଚୁକ ସମୟରେ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ । କାରଣ ଦକ୍ଷିଣ ଦିଗ ଯମଙ୍କ ଦିଗ ହୋଇଥାଏ ।

-ପଞ୍ଚୁକ ସମୟରେ ଯେତେବେଳେ ରେବତୀ ନକ୍ଷେତ୍ର ଚାଲୁଥିବ ସେତେବେଳେ ଘରର ଛାତ ତିଆରି କରିବା ଉଚିତ୍ ନୁହେଁ ।

-ପଞ୍ଚୁକ ସମୟରେ କୌଣସି ଶବର ଅନ୍ତିମ ସସ୍କାର କରିବା ସମୟରେ ଯେକୌଣସି ଏକ ଯୋଗ୍ଯ ପଣ୍ଡିତଙ୍କ ଉପଦେଶ ନିଅନ୍ତୁ । ଯଦି ଏହା ସମ୍ଭବ ହୋଇପାରୁନାହିଁ ତେବେ ଅଟାରେ ତିଆରି ଏକ ପୁତୁଲା ତିଆରି କରି ଅର୍ଥୀ ଉପରେ ରଖିଦିଅନ୍ତୁ ।

ଏହି ଶୁଭ କାମ ପଞ୍ଚୁକ ସମୟରେ କରିପାରିବେ

କିଛି ନକ୍ଷେତ୍ରରେ ପଞ୍ଚୁକ ଲାଗିଲେ ଶୁଭ କାର୍ଯ୍ଯ ମଧ୍ଯ କରାଯାଇପାରିବ । ଯଦି ପଞ୍ଚୁକ ଉତ୍ତରା ଭାଦ୍ରପଦ ନକ୍ଷେତ୍ରରେ ଆସିଥାଏ ତେବେ ସର୍ବସିଦ୍ଧି ଯୋଗ ହୋଇଥାଏ । ସେହିପରି ଧନିଷ୍ଠା, ସତଭିଷା , ପୂର୍ବା ଭାଦ୍ରପଦ ଏବଂ ରେବତୀ ନକ୍ଷେତ୍ର ଯାତ୍ରା, ବ୍ଯାପାର, ମୁଣ୍ଡନ ଆଦି ଶୁଭ କାର୍ଯ୍ଯ କରିବାରେ ଶ୍ରେଷ୍ଠ ବୋଲି ଧରାଯାଏ । ପଞ୍ଚୁକକୁ ଶୁଭ ବୋଲି ଧରାଯାଇନଥାଏ ,କିନ୍ତୁ ଏହି ସମୟରେ ନିର୍ବନ୍ଧ,ବିବାହ ଭଳି ଶୁଭ କାର୍ଯ୍ଯ ହୋଇପାରିଥାଏ ।

 

 

Sonalisa

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

53 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

54 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

2 hours ago