ଶୀତଦିନେ ଅଧିକ ରୁମ୍ ହିଟର ବ୍ୟବହାର କରନ୍ତୁ ନାହିଁ, ଦେଖାଦେଇପାରେ ଏସବୁ ସ୍ୱାସ୍ଥ୍ୟ ସମସ୍ୟା

ଏବେ ଦେଶରେ ଶୀତ ବଢ଼ିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଶୀତରୁ ମୁକ୍ତି ପାଇବାକୁ ଲୋକମାନେ ଘରେ ରୁମ୍ ହିଟର କିମ୍ବା ବ୍ଲୋୟର ବ୍ୟବହାର କରୁଛନ୍ତି। ଘରକୁ ଗରମ କରିବାକୁ ବ୍ୟବହାର କରାଯାଉଥିବା ରୁମ୍ ହିଟର ମାତ୍ର କିଛି ସମୟ ମଧ୍ୟରେ କାମ କରୁଥିବା ବେଳେ ଏହା ଦ୍ୱାରା କେତେକ ଶାରୀରିକ ସମସ୍ୟା ମଧ୍ୟ ଦେଖାଦେବା ସମ୍ଭାବନା ରହିଛି।

ଡାକ୍ତରଙ୍କ କହିବାନୁସାରେ ରୁମ୍ ହିଟର ଘାତକ ସାବ୍ୟସ୍ତ ହୋଇପାରେ। ନିବୁଜ ଘରେ ରୁମ୍ ହିଟର ଲଗାଇଲେ ଅଣନିଶ୍ୱାସୀ ଲାଗେ। ଏହା ଦ୍ୱାରା ବ୍ଲଡ ପ୍ରେସର ବଢ଼ିଯାଏ। ଫଳରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଯାଏ। ରୁମ୍ ହିଟର କିମ୍ବା ବ୍ଲୋୟର ଯୋଗୁ ଶରୀରର ତାପମାତ୍ରା ମଧ୍ୟ ସାଧାରଣ ବାୟୁମଣ୍ଡଳ ତୁଳନାରେ ବଢ଼ିଯାଏ। ଏହା ଶରୀରର ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ। ଏଭଳି ସ୍ଥିତିରେ ଯେତେବେଳେ ବ୍ୟକ୍ତି ଅଚାନକ ପ୍ରାକୃତିକ ପବନ ସଂସ୍ପର୍ଶରେ ଆସେ ସେତେବେଳେ ନାକରୁ ରକ୍ତସ୍ରାବ ହେବା, ମୁଣ୍ଡ ବୁଲାଇବା, ଭାରୀ ଲାଗିବା ଭଳି ସମସ୍ୟା ଦେଖାଦିଏ।

nose

ଏଣୁ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବାକୁ ରୁମ୍ ହିଟର କିମ୍ବା ବ୍ଲୋୟର ବ୍ୟବହାର କରିବା ଅପେକ୍ଷା ସ୍ବେଟର, ଜ୍ୟାକେଟ, ଟୋପି, ମଫଲର ଆଦି ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.