ନିଜ ସାଥୀଙ୍କ ପାଇଁ ନିହାତି କରନ୍ତୁ ଏହି ୩ଟି କାମ : ମହକି ଉଠିବ ସଂପର୍କ

ଏକ ସୁନ୍ଦର ଏବଂ ମଜଭୁତ ସଂପର୍କରେ ଆପଣଙ୍କର ସାଥୀ ଆପଣଙ୍କ ପାଇଁ ଲଭର୍, ପ୍ରିୟ ସାଙ୍ଗ ଏବଂ ବହୁତ କିଛି ହୋଇପାରିଥାନ୍ତି । ଆପଣଙ୍କ ଜୀବନରେ ବହୁତ କମ୍ ଜିନିସ ରହିଯାଇଥାଏ ଯାହା ଆପଣ ଆପଣଙ୍କ ସାଥୀଙ୍କ ସହିତ ସେୟାର କରିନଥିବେ । ଏହି କଥା ଉପରେ ବିଲକୁଲ୍ ଫରକ୍ ପଡି ନଥାଏ କି’ ଆପଣ କେତେ ଲମ୍ବା ସମୟରୁ ଦୁହେଁ ଦୁହିଁଙ୍କ ପାଖରେ ରହୁଛନ୍ତି । ଆପଣଙ୍କୁ କେବେବି’ ଦୁହେଁ ଦୁହିଁଙ୍କ ପାଇଁ ଛୋଟ ଛୋଟ କାମ କରିବା ବନ୍ଦ କରିବା ଉଚିତ୍ ନୁହେଁ ।

ଆସନ୍ତୁ ଜାଣିବା ସଂପର୍କକୁ ସୁନ୍ଦରକରି ରଖିବା ପାଇଁ ଆପଣଙ୍କୁ କେଉଁ ୩ଟି କାମ କରିବାକୁ ପଡିବ :

ଦୁହେଁ ଦୁହିଁଙ୍କର ପ୍ରଶଂସା କରନ୍ତୁ :

ଦୁହେଁ ଦୁହିଁଙ୍କୁ ସର୍ବଦା ପଜେଟିଭ୍ ଫିଡ୍ ବ୍ୟାକ୍ ଦିଅନ୍ତୁ । ଛୋଟ ଛୋଟ କଥାକୁ ନେଇ ଦୁହେଁ ଦୁହିଁଙ୍କର ପ୍ରସଂସା କରିବା ସର୍ବଦା ଆପଣଙ୍କୁ ସଂପର୍କକୁ ମଜଭୁତ କରିଥାଏ ।

ଦୁହେଁ ଦୁହିଁଙ୍କ ପାଇଁ ବିଶ୍ବସ୍ତ ହୁଅନ୍ତୁ :

ସତ ସବୁବେଳେ କଡା ହୋଇଥାଏ କିନ୍ତୁ ସତ ସର୍ବଦା ସତ । କେବେନା କେବେ ସତ ସାମ୍ନାକୁ ଆସିଥାଏ । ଆପଣ ଅପଣଙ୍କ ସାଥୀଙ୍କୁ ସତ ଲଚାନ୍ତୁ ନାହିଁ ସେ ଛୋଟ କଥା ହେଉନା କାହିଁକି । ସର୍ବଦା ତାଙ୍କୁ ଠିକ୍ ରାୟ ଦିଅନ୍ତୁ । ବେଳେବେଳେ ସତ କଥା କହିବା ଦ୍ବାରା ଆପଣଙ୍କ ଭିତରେ କଳି ଝଗଡା ଲାଗିପାରେ କିନ୍ତୁ ଲମ୍ବା ସମୟରେ ଆପଣଙ୍କର ସଂପର୍କ ମଜଭୁତ ହୋଇଯାଇଥାଏ ।

happy

ଦୁହେଁ ଦୁହିଁଙ୍କୁ କ୍ଷମା କରିବା ଶିଖନ୍ତୁ :

କେହିବି ଠିକ୍ ହୋଇ ନଥାନ୍ତି ଏବଂ ଆମ ସମସ୍ତଙ୍କର କିଛିନା କିଛି ଖରାପ ଅଭ୍ୟାସ ରହିଥାଏ ଯାହାକୁ ଆମେ ଚାହିଁକିବି ଛାଡି ପାରି ନଥାଉ । ଏହାର କାରଣ ନୁହେଁକି’ ନିଜକୁ ବଦଳାଇବାକୁ ଚେଷ୍ଟା କରିବା ଛାଡି ଦେବା । କିନ୍ତୁ ସର୍ବଦା ନିଜ ସାଥୀଙ୍କର ଭୁଲକୁ ବାରମ୍ବାର କହିବା ଠିକ୍ ହୋଇ ନଥାଏ । ସାଥୀଙ୍କର ଛୋଟ ଛୋଟ ଭୁଳକୁ କ୍ଷମା କରିବା ଶିଖିବା ଉଚିତ୍ ଏହା କରିବା ଦ୍ବାରା ଆପଣଙ୍କର ସଂପର୍କ ଖୁବ୍ ସୁନ୍ଦର ହୋଇଥାଏ ।