ଅସ୍ଥିର ମନକୁ ଶାନ୍ତ କରିବା ପାଇଁ କରନ୍ତୁ ଏହି ଅଦ୍ଭୁତ ଉପାୟ

ସବୁଠୁ ଦ୍ରୁତଗାମୀ ହେଉଛି ମନ । ବେଳେ ବେଳେ ଏହା କୌଣସି କାରଣ ପାଇଁ ଅସ୍ଥିର ହୋଇଯାଇଥାଏ । ମନ ଅସ୍ଥିର ହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆଜିକାଲିର ଜୀବନ ଶୈଳୀ ମନକୁ ଅସ୍ଥିର କରିଥାଏ । ଆଜି ଆସନ୍ତୁ ଜାଣିବା ମନକୁ ଶାନ୍ତ ରଖିବାର ଉପାୟ ।

ମନକୁ ଶାନ୍ତ କରିବାର ଉପାୟ

ଯୋଗ କରନ୍ତୁ : ମନକୁ ଶାନ୍ତ କରବାର ସବୁଠୁ ବଡ଼ ଉପାୟ ହେଉଛି ଯୋଗ କରିବା । ଯୋଗର ମୁଖ୍ୟ ଲାଭ ହେଉଛି ମନକୁ ଶାନ୍ତ କରିବା । ଯୋଗ କିରବା ଦ୍ୱାରା ମନ ଓ ମସ୍ତିସ୍କ ଉଭୟ ଶାନ୍ତ ହୋଇଥାଏ ।

କିଛି ଶାନ୍ତ ଦୃଶ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ : ଏହି ଟେକ୍‌ନିକ ଆପଣଙ୍କୁ ମେଡିଟେସନ ଭଳି ଲାଗିପାରେ । ହେଲେ ଏଥିରେ କିଛି ଫରକ ଅଛି । କିଛି ଶବ୍ଦ ବା ବିଚାରକୁ ଭାବିବା ଅପେକ୍ଷା ଶାନ୍ତ ଦୃଶ୍ୟ ଉପରେ ଧ୍ୟାନ ଦେବା ବହୁତ ଲାଭକାରୀ ହୋଇଥାଏ । ଏପରି କିଛି ଶାନ୍ତ ଦୃଶ୍ୟକୁ ୧୦ ମନିଟ ଦେଖନ୍ତୁ ।

ଗଭୀର ଶ୍ୱାସ ନିଅନ୍ତୁ : ମନ ଅଶାନ୍ତି ହେଲେ ଗଭୀର ଶ୍ୱାସ ନିଅନ୍ତୁ । ଯେବେ ଆମେ ଆମର ଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରୁ ମନ କଣ୍ଟ୍ରୋଲ ହୋଇଥାଏ । ଏହା ମନକୁ ଶାନ୍ତ କରିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ।

ସକରାତ୍ମକ ବିଚାର ରଖନ୍ତୁ : ଯେତେବେଳେ ଆପଣ ନକରାତ୍ମକ ବିଚାର ଛାଡ଼ି ସକରାତ୍ମକ ବିଚାର ନେବା ଆରମ୍ଭ କରିବେ । ଦେଖିବେ ଆପଣ ଯେମିତି ଭାବିବେ ସେମିତି ହୋଇଯିବେ । ସକରାତ୍ମକ ବିଚାର ଦ୍ୱାରା ଆପଣଙ୍କ ଟେନସନ ଦୂର ହେବା ସହ ମନ ଶାନ୍ତ ରହିବ ।

ଧିମା ସଂଗୀତ ଶୁଣନ୍ତୁ : ମେଡିଟେସନ ସଂଗୀତ ଏପରି ଏକ ସଂଗୀତ ଯାହା ଖାସ କରି ତିଆରି କରାଯାଏ । ଏଥିରେ ଏମିତି କ୍ଷମତା ଥାଏ ଯେ ଆପଣଙ୍କ ଅଶାନ୍ତ ମନକୁ ଶାନ୍ତ କରିଦେଇଥାଏ । ଜଣେ ମହାନ ବ୍ୟକ୍ତି କହିଛନ୍ତି ‘ସଂଗୀତ ହିଁ ଇଶ୍ୱରଙ୍କ ନିକଟରେ ପହଞ୍ଚାଇବାର ଏକମାତ୍ର ରାସ୍ତା । ’ ଆପଣଙ୍କ ମନକୁ ଶାନ୍ତ କରିବାରେ ଏହା ମୁଖ୍ୟ ଭୂମିକା ନେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.