ଏହି ଯୋଗାସନ କଲେ ଦୂର ହେବ ଆପଣଙ୍କ ମାନସିକ ଚିନ୍ତା, ଥରେ ଚେଷ୍ଟା କରନ୍ତୁ

ଅସ୍ଥିରତା ଓ ଦୁଃଶ୍ଚିନ୍ତା ଏପରି ସମସ୍ୟା ଯାହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । ଏମିତି ହୋଇଥାଏ, ଆପଣଙ୍କୁ କୌଣସି ସଭାରେ ଯୋଗଦେବାକୁ ଯିବାକୁ ପଡିଥାଏ କିମ୍ବା ବହୁ ଲୋକଙ୍କ ସାମନାରେ ଭାଷଣ ଦେବାକୁ ପଡିଥାଏ, କିମ୍ବା ପ୍ରଥମ ଥର ପାଇଁ ଡେଟରେ ଯିବାକୁ ପଡିବାବେଳେ ଶାରୀରିକ ଅସ୍ଥିରତା ବୃଦ୍ଧି ପାଇଥାଏ । ଏହି ସବୁ ପରିସ୍ଥିତିରେ ଅଧିକାଂଶ ଲୋକ ନର୍ଭସ ହୋଇ ପଡ଼ିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏପରି ସ୍ଥିତିରେ ସହଜ ଯୋଗାସନ ବା ବ୍ରିଦିଙ୍ଗି ଏକ୍ସରସାଇଜ  କରିବା ଦ୍ୱାରା ଆପଣଙ୍କ ଶରୀର ଓ ମନ ଖୁବଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରିଆସିଥାଏ । ସୋସିଆଲ ଏନ୍ଜାଇଟି ପରି ସମସ୍ୟା ସାମ୍ନା କରୁଥିଲେ ଶ୍ୱାସକ୍ରିୟା ବ୍ୟାୟାମ କରି ମନକୁ ନିୟନ୍ତ୍ରଣ କରିପାରିବେ ।

ଉତ୍ତେଜନା ଓ ଅସ୍ଥିରତାରୁ ଉପଶମ ପାଇବା ପାଇଁ ଆପଣ ଫୋର୍ସଫୁଲ ବ୍ରଦିଙ୍ଗ ଏକ୍ସରସାଇଜ କରିପାରିବେ । ଏହି କ୍ରିୟା କରିବା ଦ୍ୱାରା ମନରୁ ଭୟ ଏବଂ ଚିନ୍ତା ଦୂର ହୋଇଥାଏ । ଟେନସନ ଦୂର କରିବା ସହ ଏହି ସହଜ କ୍ରିୟା ଆପଣଙ୍କ ମନକୁ ଶାନ୍ତ କରିଥାଏ । ନିମ୍ନରେ 2 ଟି ସହଜ ଯୋଗାସନ ବିଷୟରେ ଉଲ୍ଲେଖ କରୁଛୁ । ଯାହା ଅସ୍ଥିରତା ଦୂର କରିବା ସହ ସ୍ନାୟୁକୁ ତତକ୍ଷଣାତ୍ ଆରାମ ପ୍ରଦାନ କରେ । ଏବେ ଜାଣନ୍ତୁ ଏହି କ୍ରିୟା କରିବାର ଉପାୟ ଓ ଉପକାରିତା ।

-ମନରେ ଅସ୍ଥିରତା ଓ ଉତ୍ତେଜନା ସମୟରେ ପ୍ରଥମେ ସିଧା ହୋଇ ଠିଆ ହୋଇଯାଆନ୍ତୁ
-ଏହାପରେ ଅତି କମରେ ୩ ଥର ଦୀର୍ଘଶ୍ୱାସ ନିଅନ୍ତୁ ।
-ଏହାପରେ ଧୀରେଧୀରେ ଦୀର୍ଘ ପ୍ରଶ୍ୱାସ ଗ୍ରହଣ କରିବା ପରେ ନିଶ୍ୱାସ ତ୍ୟାଗ କରନ୍ତୁ।

ଏହି ଉପାୟରେ ଆପଣଙ୍କ ମନକୁ ଶାନ୍ତି ସହିତ ଆତ୍ମବିଶ୍ୱାସ ବଢ଼ଇଥାଏ । ଯଦି ଆପଣ ବାରମ୍ବାର ଚିନ୍ତା ବା ଭୟର ଶିକାର ହେଉଛନ୍ତି, ତେବେ ଏହି ପ୍ରକ୍ରିୟାକୁ ନିଶ୍ଚୟ ପୁନରାବୃତ୍ତି କରନ୍ତୁ ।

କିପରି କରିବେ :
-ସିଧା ଠିଆ ହୋଇ ପ୍ରଶ୍ୱାସ ଛାତିରେ ଭରନ୍ତୁ
-ଏହି ସମୟରେ ଦୁଇ ବାହୁକୁ ଉପରକୁ ଉଠାନ୍ତୁ ଓ ଅଙ୍ଗୁଳି ଗୁଡ଼ିକୁ ସମ୍ପୂର୍ଣ୍ଣ ଖୋଲା ରଖନ୍ତୁ ।
-ଏବେ ମୁହଁ ତଳକୁ କରି ଜିଭକୁ ବାହାରକୁ ବାହର କରନ୍ତୁ ।
– ଏପରି ଅନୁଭବ କରନ୍ତୁ ଯେପରି ଶରୀରର ସମସ୍ତ ଓଜନ ଆପଣଙ୍କ ପାଦରେ ହିଁ ଅଛି ।
-ଏହିପରି ସ୍ଥିତିରେ ଥିବାବେଳେ ନିଶ୍ୱାସ ତ୍ୟାଗ କରନ୍ତୁ
-ଏହି ପ୍ରକ୍ରିୟାକୁ 2ରୁ ୩ ଥର କରନ୍ତୁ ।

Leave A Reply

Your email address will not be published.