ଗର୍ଭାବସ୍ଥା ପରେ ଶରୀରରୁ ଅନାବଶ୍ୟକ ଚର୍ବି ହଟାଇବା ପାଇଁ ପ୍ରତିଦିନ କରନ୍ତୁ ଏହି ସବୁ ଆସନ

ସାଧାରଣ ଭାବେ ଆମେ ଦେଖିଛେ ଯେ, ସି-ସେକ୍ସନ ଡେଲିଭରୀ ବା ସିଜେରିୟନ ପରେ ମହିଳା ମାନଙ୍କ ଓଜନ ବହୁତ ଶୀଘ୍ର ବଢ଼ିଯାଇଥାଏ । ଏହାକୁ ନେଇ ଅନେକ ଅବହେଲା ପ୍ରଦର୍ଶନ କରିଥାନ୍ତି । ଯଦି ସମୟ କ୍ରମେ ଏହାକୁ ନିୟନ୍ତ୍ରଣ ନ କରାଯାଏ ତେବେ ସ୍ଥାୟୀ ଭାବେ ଶରୀର ମୋଟାପା ହୋଇଯାଏ । କିଛି ସମୟରେ ଏହାର ନିୟନ୍ତ୍ରଣ ମଧ୍ୟ କାମ କରି ନଥାଏ । ଏହି ସମୟରେ ଉତ୍ତମ ଡାଏଟ ସହ ଉପଯୁକ୍ତ ବ୍ୟାୟାମ ତଥା ଯୋଗାସନ ଫଳପ୍ରଦ ହୋଇଥାଏ ।

ତେବେ ଆଜି ଜାଣନ୍ତୁ ଶରୀରରୁ ଏହି ମୋଟାପାକୁ କମାଇବାର ଉପଯୁକ୍ତ ଯୋଗାସନ ।

ଭୁଜଙ୍ଗାସନ:

ଏହାକୁ ସର୍ପାସନ ମଧ୍ୟ କୁହାଯାଏ । ଏହି ମୁଦ୍ରାରେ ଶରୀର ସାପ ଭଳି ଆକୃତି ବନାଇଥାଏ । ଏହାକୁ ତଳେ ଆସନ ପକାଇ କରିବା ଉଚିତ । ଏହାଦ୍ୱାରା ଶରୀରର ଅନାବଶ୍ୟକ ଚର୍ବି କମିଯାଇଥାଏ ।

ନବାସାନ:

ଏହାର ନାମ ଡଙ୍ଗା ଶବ୍ଦକୁ ନେଇ ରଖାଯାଇଛି । ଏହା ଆପଣଙ୍କ ଆବ୍ସ ପାଇଁ ଖୁବ ଫାଇଦା ହୋଇଥାଏ । ଏହାଦ୍ୱାରା ଆବ୍ସ ମଜବୁତ ହେବା ସହ ଶରୀରୁ ସୁସ୍ଥ ରହିଥାଏ ।

ଉଷ୍ଟ୍ରାସନ:

ମାନସିକ ଓ ଶାରୀରିକ ରୂପେ ସୁସ୍ଥ ରହିବା ପାଇଁ ଉଷ୍ଟ୍ରାସନ କରିବା ଉଚିତ । ଏହାକୁ ପ୍ରତିଦିନ କରି କରିବା ଦ୍ୱାରା ଶରୀର ସହ ମନ ସୁସ୍ଥ ରହିଥାଏ ।

ମତ୍ସ୍ୟାସନ:

ଏହି ଆସନ ବା ମୁଦ୍ରାରେ ଶରୀର ମାଛର ଆକାର ନେଇଥାଏ । ଏହି ଆସନ ଛାତିକୁ ଚଉଡା କରି ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହି ଆସନ ଦ୍ୱାରା ଆପଣ ପାଣିରେ ମାଛ ଭଳି ପହଁରି ପାରିବେ ।

ମାର୍ଜାରାସନ:

ସଂସ୍କୃତରେ ଏହାର ଅର୍ଥ ବିଲେଇ । ଏହାକୁ କ୍ୟାଟ ପୋଜ ମଧ୍ୟ କୁହାଯାଏ । ଏହାଦ୍ୱାରା ମଝିହାଡ଼ ଶକ୍ତ ରହିବା ସହ ମାଂସପେଶୀ ମଜବୁତ ରହିଥାଏ।

ଗର୍ଭାବସ୍ଥା ପରେ ଏସବୁ ଆସନ କରି ଆପଣ ନିଜ ଓଜନକୁ କମାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.