ତୁଳସୀ ପାଣିର ଉପାୟ କରିବ ବ୍ୟବସାୟରେ ଉନ୍ନତି ଓ ଦେବ ପୁରୁଣା ରୋଗରୁ ମୁକ୍ତି

ହିନ୍ଦୁ ଧର୍ମରେ ତୁଳସୀକୁ ପୂଜା କରାଯାଏ। ସବୁ ଭାରତୀୟଙ୍କ ଘରେ ପ୍ରତିଦିନ ସକାଳୁ ତୁଳସୀ ପୂଜା କରାଯାଏ। ତୁଳସୀରେ ଏମିତି ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀରର କେତେକ ସାଧାରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗକୁ ଭଲ କରିବାରେ ତୁଳସୀ ସାହାଯ୍ୟ କରେ। କେବଳ ସେତିକି ନୁହେଁ ଓଜନ କମ୍‌ କରିବାରେ ମଧ୍ୟ ତୁଳସୀ ସାହାଯ୍ୟ କରେ। ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ରହିଛି। ସାଧାରଣତଃ ଲୋକମାନେ ତୁଳସୀର ବ୍ୟବହାର ଚା’ ଆକାରରେ କରିଥାନ୍ତି, କିନ୍ତୁ ଯଦି ଆପଣ ସକାଳୁ ଉଠି କେବଳ ତୁଳସୀର ପାଣି ସେବନ କରିବେ ତେବେ ଖୁବ୍‌ ଲାଭ ପାଇପାରିବେ।

କୁହାଯାଏ, ତୁଳସୀ ଗଛରେ ଦେବାଦେବୀ ବାସ କରନ୍ତି। ତୁଳସୀ ଗଛରେ ଘରେ ସକାରାତ୍ମକ ଶକ୍ତି ଆସିବା ସହିତ ସୁଖ ସମୃଦ୍ଧି, ଶାନ୍ତି ଫେରିଆସିଥାଏ। ତୁଳସୀ ଗଛ ଭଳି ତୁଳସୀ ପାଣି ମଧ୍ୟ ବେଶ୍‌ ପବିତ୍ର ବୋଲି କୁହାଯାଏ।ତେବେ ଆସନ୍ତୁ ଜାଣିବା, ତୁଳସୀ ପାଣି ସହିତ ଜଡିତ କିଛି ଖାସ୍‌ ଉପାୟ..

ଘରେ ଚାରିଆଡେ ପକାନ୍ତୁ:

ରାତିରେ ତୁଳସୀ ପତ୍ରକୁ ପାଣିରେ ପକାଇଦିଅନ୍ତୁ। ଏହାକୁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ପୂଜା ପରେ ଏହି ପାଣିକୁ ଘରର ଚାରିଆଡେ ସିଞ୍ଚନ କରନ୍ତୁ। ମାନ୍ୟତା ଅନୁଯାୟୀ, ଏମିତି କଲେ ଘରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ।

ବ୍ୟବସାୟରେ ଉନ୍ନତି ପାଇଁ:

ତୁଳସୀ ପତ୍ରକୁ ୩ ଦିନ ପର୍ଯ୍ୟନ୍ତ ପାଣିରେ ପକାଇ ରଖନ୍ତୁ। ଏହା ପରେ ଏହି ପାଣିକୁ ନେଇ ଅଫିସ, ଦୋକାନ କିମ୍ବା କାରଖାନାରେ ସକାଳ ଏବଂ ସନ୍ଧ୍ୟାରେ ପୂଜା କରନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହେବ।

tulsi

ତୁଳସୀ ପାଣିରେ ବାଲ୍‌ ଗୋପାଳଙ୍କୁ କରାନ୍ତୁ ସ୍ନାନ:

ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ତୁଳସୀ। ଏମିତିରେ ଲଡୁ ଗୋପାଳଙ୍କ ସ୍ନାନ କରିବା ଦ୍ୱାରା ଖାସ୍‌ କୃପା ମିଳିଥାଏ।

ଘରେ କେହି ରୋଗାଗ୍ରସ୍ତ ଥିଲେ:

ଯଦି ଘରେ ଅଧିକ ସମୟ ପର୍ଯ୍ୟନ୍ତ ରୋଗାଗ୍ରସ୍ତ ହେଲେ ତୁଳସୀ ପାଣିକୁ ନେଇ ତାଙ୍କ ଉପରେ ସିଞ୍ଚନ କରନ୍ତୁ। ଏହାଦ୍ୱାରା ରୋଗ ଜଲଦି ଭଲ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.