ଯଦି ସବୁ ସୋମବାର ଆପଣ ଶିବ ପୂଜା କରୁଥାନ୍ତି, ତେବେ ନିଶ୍ଚୟ ଜାଣନ୍ତୁ ଏହି ସବୁ ଜରୁରୀ କଥା

ହିନ୍ଦୁ ପରମ୍ପରାରେ ସୋମବାରକୁ ଭଗବାନ ଶିବଙ୍କର ବାର ବୋଲି କୁହାଯାଏ । ସୋମବାର ଶିବଙ୍କୁ ପୂଜା କରାଯାଏ । କୁହାଯାଏ ଭଗବାନ ଶିବ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ ସୋମବାର ଦିନ କିଛି ସରଳ ଉପାୟ ଗ୍ରହଣ କରି ଶିବଙ୍କ ଅସୀମ କୃପା ପାଇପାରିବେ। ମାନ୍ୟତା ରହିଛି ଯେ ଏହି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ସମାପ୍ତ ହୋଇଥାଏ। ଘରେ ସୁଖ-ସମୃଦ୍ଧି ବାସ ହୋଇଥାଏ। ଯଦି କେହି ସୋମବାର ଭକ୍ତି ମନରେ ଭଗବାନ ଶିବଙ୍କ ପୂଜା କରେ ସେ ଭଗବାନଙ୍କ ବିଶେଷ କୃପା ପାଇଥାଏ । ଭଗବାନ ଶିବ ଆଶୁତୋଷ ହୋଇଥିବାରୁ ସେ ଶୀଘ୍ର ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

ସୋମବାର, ଭଗବାନ ଶିବଙ୍କ ବାହାନ ନନ୍ଦୀକୁ ଖାଇବାକୁ ଦିଅନ୍ତୁ। ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନର ସମସ୍ୟାକୁ ଦୂର ହୋଇ ଘରର ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।

ସୋମବାର ଦିନ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ। ସେଥିରେ କଳା ମଞ୍ଜି ମିଶାଇ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଶିବଲିଙ୍ଗରେ ଢାଳନ୍ତୁ। ଏହାଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

ଯଦି ଆପଣଙ୍କ ଜୀବନ ସମସ୍ୟା ମଧ୍ୟରେ ଘେରି ରହିଛି, ତେବେ ପ୍ରତ୍ୟେକ ଦିନ ମାଛକୁ ଅଟାର ଗୋଳି ତିଆରି କରି ମାଛକୁ ଖାଇବାକୁ ଦିଅନ୍ତୁ। ଏହି ସମୟରେ ମନରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହି ଉପାୟକୁ ସୋମବାର ଦିନ ଆରମ୍ଭ କରନ୍ତୁ। ଏହା ଦ୍ୱାରା ଆସୁଥିବା ସଂକଟ ଦୂର ହୋଇଥାଏ।

ଶିବଙ୍କ କୃପା ପାଇବା ପାଇଁ କଣ କରିବେ ଜାଣନ୍ତୁ

ସୋମବାର ସକାଳେ, ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଅଭିଷେକ କରାନ୍ତୁ। ଏହି ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହା ସହିତ, ୨୧ଟି ବେଲ ପତ୍ରରେ ‘ଓଁ ନମଃ ଶିବାୟ’ ଲେଖି ଶିବଙ୍କୁ ଅର୍ପଣ କରନ୍ତୁ। ସନ୍ଧ୍ୟାରେ ମନ୍ଦିରରେ ୧୧ ଟି ଘିଇର ଦୀପ ଜାଳନ୍ତୁ।

ବିବାହରେ ଆସୁଥିବା ବାଧା ଦୁର କରିବା ପାଇଁ କରନ୍ତୁ ଉପାୟ

ଅବିବାହିତ ଲୋକମାନେ ପ୍ରତି ସୋମବାର ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କେଶର ମିଶ୍ରିତ କ୍ଷୀର ଚଢାନ୍ତୁ। ଏହା ପରେ ଦେବୀ ପାର୍ବତୀଙ୍କୁ ପୂଜା କରନ୍ତୁ। ଏହି ଉପାୟ ଦ୍ୱାରା ବିବାହରେ ଥିବା ପ୍ରତିବନ୍ଧକ ଦୁର ହୋଇଥାଏ।

ତେବେ ପୂଜାରେ ଆପଣ କରୁଥିବା କିଛି ଭୁଲକୁ ବି ଭଗବାନ ଶିବ ଆଦୌ ବି ବରଦାସ୍ତ କରନ୍ତିନାହିଁ

– ଭଗବାନ ଶିବଙ୍କୁ କେତକୀ ଫୁଲ କେବେ ବି ଭୂଲରେ ଚଢ଼ାନ୍ତୁ ନାହିଁ । ଏହା ସହ ତୁଳସୀ ପତ୍ର କିମ୍ବା ଶଙ୍ଖରେ ପାଣି କେବେ ବି ଚଡାନ୍ତୁ ନାହିଁ ।

– ଶିବଙ୍କ ପୂଜାରେ ହଳଦୀ ଓ କୁଙ୍କୁମ କେବେ ବି ଚଢ଼ାନ୍ତୁ ନାହିଁ ।

– ଶିବଙ୍କୁ ପୁରୁଣା ବା ବାସୀ ଫୁଲ କେବେ ବି ଚଢ଼ାନ୍ତୁ ନାହିଁ ।

– ଚାଉଳ ଅର୍ପଣ କରିପାରିବେ, ମାତ୍ର ଚାଉଳ ଭଙ୍ଗା ହୋଇ ନଥିବା ଦରକାର ।

– ଶିବଜୀଙ୍କୁ ବେଲ ପତ୍ର ଓ ତମ୍ବା ଢ଼ାଳରେ ଦୁଧ ଅର୍ପଣ କଲେ ସେ ପ୍ରଶନ୍ନ ହୁଅନ୍ତି । ଏହାଛଡ଼ା ‘ ଓଁନମୋ ଧନଦାୟ ସ୍ୱାହା’ ମନ୍ତ୍ର ୧୧ ମାଳା ରୁଦ୍ରାକ୍ଷ ମାଳାରେ ଜପ କଲେ ଧନ ବୃଦ୍ଧି ହୋଇଥାଏ ।

ସୋମବାର ଦିନ କରନ୍ତୁ ଭୋଳାନାଥଙ୍କ ଏହି ଉପାୟ :

– ସୋମବାର ଦିନ ଶିବଜୀଙ୍କୁ ଚନ୍ଦନ, ଅକ୍ଷତ, ବେଲ ପତ୍ର, ଦୁର୍ଦ୍ଦରା ଫୁଲ, ଦୁଧ, ଗଙ୍ଗାଜଳ ଚଢ଼ାନ୍ତୁ । ଏହି ସବୁ ଦ୍ରବ୍ୟ ସୋମବାର ଚଢ଼ାଇଲେ ଭୋଳେନାଥ ପ୍ରଶନ୍ନ ହୁଅନ୍ତି ।

– ସୋମବାର ଶିବଜୀଙ୍କୁ ଘିଅ, ଗୁଡ, ଗହମ ଅଟାରେ ପ୍ରସ୍ତୁତ ଭୋଗ ଲଗାଇବା ପରେ ଧୂପ,ଦୀପ ଦ୍ୱାରା ଆଳତୀ କଲେ ଶିବଜୀ ପ୍ରଶନ୍ନ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.