ପ୍ରତିଦିନ ୨ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ ଏହି ଯୋଗାସନ, ନିୟନ୍ତ୍ରଣରେ ରହିବ କ୍ରୋଧ ବା ରାଗ
ଆଜିକାଲି ଅଧିକାଂଶ ଲୋକ ପ୍ରତିକଥାରେ ରାଗି ଯାଉଛନ୍ତି। ଯାହା ଏବେ ପ୍ରତ୍ୟେକଙ୍କ ପାଇଁ ବଡ ସମସ୍ୟା ପାଲଟିଛି। କିଛି ଲୋକ ଛୋଟ ଛୋଟ କଥାରେ ରାଗିଯାଇ ନିଜ ପାଇଁ ଏବଂ ଅନ୍ୟ ପ୍ରତି କ୍ଷତି ପହଞ୍ଚାଉଛନ୍ତି। ଯାହା ପରେ ଭାବିବା ବେଳକୁ ସବୁକିଛି ଓଲଟପାଲଟ ହୋଇଯାଉଛି। ତେଣୁ ନିଜର ରାଗକୁ ଶାନ୍ତ କରିବା ପାଇଁ କିଛି ଯୋଗାସନ କରିବା ହେବ, ଯାହା ଆପଣଙ୍କ କ୍ରୋଧକୁ କଣ୍ଟ୍ରୋଲ କରିବାରେ ସହାୟକ ହେବ।
ଅତ୍ୟଧିକ ରାଗ ଆସିବା ପରେ ମଧ୍ୟ ଷ୍ଟ୍ରେସ ରହିଥାଏ। ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କ ବହୁତ ରାଗ ଆସୁଛି, ତେବେ ଏହାହକୁ ଆପଣ କଣ୍ଟ୍ରୋଲ କରିବା ଜରୁରୀ। ପ୍ରତିଦିନ ୨ ମିନିଟ୍ ଯୋଗାସନ କରିବା ଉଚିତ।ତେବେ କ୍ରୋଧ ବା ରାଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଏହିସବୁ ଯୋଗାସନ କରିବା ଉଚିତ :
ସୁଖାସନ : ସୁଖାସନ ସବୁଠାରୁ ସହଜ ଯୋଗାସନ। ଏମିତି କରିବା ପାଇଁ ଆପଣ ଆରାମଦାୟକ ଏବଂ ଶାନ୍ତ ସ୍ଥାନରେ ଯୋଗ କରିବା ମ୍ୟାଟ୍ରେ ବସିଯାଆନ୍ତୁ। ଏବେ ଆଣ୍ଠୁକୁ ମୋଡି ପାଦକୁ ଛନ୍ଦି ବସି ହାତକୁ ପ୍ରଣାମ ମୁଦ୍ରାରେ ଛାତି ପାଖରେ ରଖନ୍ତୁ। ନିଜ ଅଣ୍ଟାକୁ ସିଧା ରଖି ଆଖି ବନ୍ଦ କରି ଧ୍ୟାନ ଲଗାନ୍ତୁ। ଏହା କରିବା ସମୟରେ ନିଶ୍ୱାସକୁ ଧୀର ଭାବେ ରଖନ୍ତୁ। ଏହି ଯୋଗାସନ ପ୍ରତିଦିନ ୨ମିନିଟ୍ କରନ୍ତୁ।
ବାଳାସନ : ପ୍ରଥମେ ଏହି ଆସନ କରିବା ପାଇଁ ମ୍ୟାଟ ଉପରେ (ବଜ୍ରାସନ) ଆଣ୍ଠୁକୁ ମାଡି ବସି ଅଣ୍ଟା ବିଲକୁଲ ସିଧା ରଖନ୍ତୁ। ଏବେ ଦୀର୍ଘ ନିଶ୍ୱାସ ନେଇ ନିଜ ଶରୀରକୁ ଭାଙ୍ଗି ଆଗକୁ ମୁଣ୍ଡିଆ ମାରିଲା ପରି ରଖନ୍ତୁ। ଦୁଇ ହାତକୁ ଆଗକୁ ସିଧା କରି ରଖନ୍ତୁ। ମୁଣ୍ଡକୁ ତଳେ ଲଗାଇ ରଖିବାକୁ ଚେଷ୍ଟା କରନ୍ତୁ। ଏବେ ଯେତେବେ ସମୟ ପାରିବେ ଏହି ମୁଦ୍ରାରେ ରହିବାକୁ ଚେଷ୍ଟା କରନ୍ତୁ। ଏବେ ପୁଣି ନିଶ୍ୱାସ ନେଇ ଶରୀରକୁ ଉପରି ଭାଗକୁ ଉଠାଇ ବଜ୍ରାସନ ମୁଦ୍ରାକୁ ଫେରି ଆସନ୍ତୁ।
ଏହିସବୁ ରୋଗକୁ ଆମନ୍ତ୍ରିତ କରେ କ୍ରୋଧ :
ଯଦି ଆପଣ ରାଗ ଉପରେ କଣ୍ଟ୍ରୋଲ କରନ୍ତି ନାହିଁ, ତେବେ ଏହିସବୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ।
– ଉଚ୍ଚ ରକ୍ତଚାନ
– କ୍ରୋନିକ ଷ୍ଟ୍ରେସ
– ବ୍ରେନ ଷ୍ଟ୍ରୋକ୍
– ବ୍ରେନ ହାମରେଜ୍
– ହାର୍ଟ ରୋଗ ଇତ୍ୟାଦି।