ଦଶହରାରେ କରି ନିଅନ୍ତୁ ନଡ଼ିଆର ଏହି ଉପାୟ, ଧନୀ ହେବାରୁ କେହି ବି ଅଟକାଇ ପାରିବେନି

ସନାତନ ଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ। ଶ୍ରୀଫଳ ଅର୍ଥାତ୍‌ ଫଳ ମଧ୍ୟରେ ସର୍ବଶ୍ରେଷ୍ଠ। ସବୁ ପୂଜାପାଠ ଏବଂ ଶୁଭ କାର୍ଯ୍ୟରେ ନଡ଼ିଆର ଉପଯୋଗ ହୋଇଥାଏ। କୌଣସି ନୂଆ କାମ ଆରମ୍ଭ ହେଉ କି ଗୁରୁତ୍ୱପୂର୍ଣ୍ଣ ଯାତ୍ରାରେ ଯିବାକୁ ହେଉ, ସବୁବେଳେ ନଡ଼ିଆ ଭାଙ୍ଗି ହିଁ ଏହାର ଆରମ୍ଭ କରାଯାଇଥାଏ। କୁହାଯାଏ, ଧନୀ ହେବାରେ ମଧ୍ୟ ନଡ଼ିଆର ଉପାୟ ବହୁତ ଫଳପ୍ରଦୀ ହୋଇଥାଏ ଏବଂ ଏଥିପାଇଁ ଦଶହରା ଦିନକୁ ହିଁ ଶୁଭ ବୋଲି ଗଣାଯାଏ।

କ୍ଷତିକୁ ଲାଭରେ ବଦଳାଇ ଦେବ ଏହି ଉପାୟ

ଯଦି ବ୍ୟବସାୟରେ ଲଗାତାର ଭାବେ କ୍ଷତି ସହିବାକୁ ପଡ଼ୁଛି, ତା’ହେଲେ ଦଶହରା ଦିନ ୨୫ ସେଣ୍ଟିମିଟର ହଳଦିଆ କପଡ଼ାରେ ଏକ ନଡ଼ିଆକୁ ଗୁଡ଼େଇ ଦିଅନ୍ତୁ। ଏହି ନଡ଼ିଆକୁ ପଇତା ଏବଂ ମିଠା ସହିତ କୌଣସି ବି ରାମ ମନ୍ଦିରରେ ଅର୍ପଣ କରନ୍ତୁ। ଏମିତି କଲେ ବ୍ୟବସାୟରେ ଲାଭ ଆସିବାକୁ ଲାଗିବ।

ସେପଟେ ପରିବାରର ଦାରିଦ୍ର୍ୟପଣ ଦୂର କରିବା ପାଇଁ ଦଶହରା ଦିନ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ ଚୂଳଲଗା ନଡ଼ିଆ, ଗୋଲାପ ଓ ପଦ୍ମ ଫୁଲର ମାଳା, ୨୫ ସେଣ୍ଟିମିଟରର ଗୋଲାପୀ କପଡ଼ା, ୨୫ ସେଣ୍ଟିମିଟରର ଧଳା କପଡ଼ା, ଚମେଲି ଫୁଲ, ଦହି, ଧଳା ମିଠା ଏବଂ ୧ ଯୋଡା ପଇତା ମାତାଙ୍କୁ ଅର୍ପଣ କରନ୍ତୁ। ଏହାପରେ ମା’ଙ୍କୁ କର୍ପୂର ଏବଂ ଦେଶୀ ଘିଅରେ ଆଳତି କରି ଶ୍ରୀକନକଧାରା ସ୍ରୋତ ଜପ କରନ୍ତୁ। କିଛି ହିଁ ଦିନରେ ଆର୍ଥିକ ଅବସ୍ଥା ବଢ଼ିଆ ହେବାରେ ଲାଗିବ।

ଧନୀ ହେବାର ଉପାୟ

ଦଶହରା ଦିନ ଦୀପାବଳି ଭଳି ଚୌକି ସଜାଇ ଗଣେଶ ଓ ମହାଲକ୍ଷ୍ମୀଙ୍କୁ ରଖନ୍ତୁ। ଏହାପରେ ଚାଉଳ ରଖି ତା’ ଉପରେ କଳସ ରଖନ୍ତୁ। ଏକ ନଡ଼ିଆକୁ ସଫା ଲାଲ୍‌ କପଡ଼ାରେ ଗୁଡ଼େଇ କଳସରେ ରଖନ୍ତୁ। ଏହାପରେ ଦୁଇଟି ବଡ଼ ଦୀପ ଲଗାନ୍ତୁ। ଗୋଟିଏରେ ଘିଅ ଏବଂ ଅନ୍ୟଟିରେ ତେଲ ଦେଇ ଦୀପ ଜଳାନ୍ତୁ। ଗୋଟିଏ ଦୀପକୁ ଚୌକିର ଡାହାଣ ଏବଂ ଅନ୍ୟଟିକୁ ମୂର୍ତ୍ତି ପାଦ ପାଖରେ ରଖନ୍ତୁ। ସେଠି ଏକ ଛୋଟ ଦୀପ ଶ୍ରୀଗଣେଶଙ୍କ ପାଖରେ ରଖି ବିଧି-ବିଧାନର ସହ ପୂଜା କରନ୍ତୁ।

କାମରେ ସଫଳତା ପାଇବାର ଉପାୟ

ଏହି ଉପାୟ ଆପଣାଇଲେ ଲମ୍ବା ସମୟରୁ ଅଟକିଥିବା କାମ ପୂରା ହୋଇଯାଇଥାଏ। ଏଥିପାଇଁ ଲାଲ୍‌ ସୂତା କପଡ଼ାରେ ନଡ଼ିଆ ଗୁଡ଼େଇ ବହି ଯାଉଥିବା ପାଣିରେ ପ୍ରବାହିତ କରି ଦିଅନ୍ତୁ। ପ୍ରବାହିତ କରିବା ସମୟରେ ନଡ଼ିଆକୁ ୭ ଥର ନିଜର ମନୋକାମନା କୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.