ଲାଇଫ୍ ଷ୍ଟାଇଲ୍

ଯୋଗ କରିବା ଦ୍ୱାରା ବଢିଥାଏ ଆଖିର କ୍ଷମତା, ପ୍ରତିଦିନ କରନ୍ତୁ ଏହି ପ୍ରାଣାୟାମ

ବର୍ତ୍ତମାନର ଆଧୁନିକ ଯୁଗରେ ସମସ୍ତେ ମୋବାଇଲ କିମ୍ବା ଲାପଟପ ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ଯେଉଁଥିପାଇଁ ଲୋକମାନେ ବିଶ୍ରାମ କରିବା ପରିବର୍ତ୍ତେ ଅଧିକାଂଶ ସମୟ ଏପରି ବୈଦ୍ୟୁତିକ ଉପକରଣ ସହିତ ବିତାଉଛନ୍ତି। ଏହା ଆଖି ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଉଛି। ଏଥିପାଇଁ ଆପଣ ପୋଷଣଯୁକ୍ତ ଆହାର ଖାଇଲେ ହିଁ ଦୃଷ୍ଟିଶକ୍ତି କ୍ଷମତା ମଧ୍ୟ ବଢାଇପାରିବ। ଯୋଗ ଏବଂ ପ୍ରାଣାୟାମ କରି ଆଖିକୁ ସୁସ୍ଥ କରିପାରିବେ। ଆଖୁକୁ କମ୍‌ ଦେଖାଯିବା, ଝାପ୍‌ସା ଦେଖାଯିବା, ବିଭିନ୍ନ ପ୍ରକାର ଆଖି ସମସ୍ୟା ପାଇଁ ବିଭିନ୍ନ ପ୍ରକାର ପ୍ରାଣାୟାମ କରିବା ଉଚିତ। ଏପରି ସମସ୍ୟାରୁ ବଞ୍ଚିବା ପାଇଁ ଭୃଜଙ୍ଗାସନ, ସର୍ବାଙ୍ଗାସନ, ଶୀର୍ଷାସନ କରିବା ଉଚିତ। ଏହିସବୁ ଆସନ କରିବା ସହ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଆଖିରେ ରକ୍ତ ସଂଚାଳନ ବଢିଥାଏ। ଏହାଦ୍ୱାରା ଆଖିକୁ ହେବାକୁ ଥିବା ଗୁରୁତର ରୋଗରୁ ବଞ୍ଚିପାରିବେ।

ପ୍ରତିଦିନ କରନ୍ତୁ ସୂର୍ଯ୍ୟଭେଦୀ ପ୍ରାଣାୟାମ :

– ସୂର୍ଯ୍ୟଭେଦୀ ପ୍ରାଣାୟାମ ଆଖି ପାଇଁ ବେଶ ଉପକାରୀ। ଯଦି ଏହାକୁ ଆପଣ ନିୟମିତ ଭାବେ ଦ୍ୱାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା କମ୍‌ ହୋଇଥାଏ।

– ପ୍ରଥମେ ସିଧା ଭାବେ ଗୋଡକୁ ଲମ୍ବାଇ ବସାନ୍ତୁ। ପ୍ରଥମେ ଡାହାଣ ଏବଂ ତା’ ପରେ ବାମକୁ ଦେଖନ୍ତୁ। ଏପରି ଅଭ୍ୟାସ ୧୦ରୁ ୨୦ଥର କରନ୍ତୁ।

– ଏପରି ଅବସ୍ଥାରେ ବସି ସାମ୍ନା କିମ୍ବା ତେରଛା ଦେଖିବା ଅଭ୍ୟାସ କରନ୍ତୁ। ଏପରି ମଧ୍ୟ ୧୦-୨୦ ଥର କରନ୍ତୁ।

– ଏପରି ବସି ଆଖିକୁ ଉପରକୁ କିମ୍ବା ତଳକୁ କରି ଦେଖିବା ଅଭ୍ୟାସ କରନ୍ତୁ। ଉପରକୁ ଦେଖିବା ବେଳେ ନିଶ୍ୱାସ ଭିତରକୁ ନିଅନ୍ତୁ, ତଳକୁ ଦେଖିବା ବେଳେ ନିଶ୍ୱାସ ଛାଡନ୍ତୁ।

Swagatika

Recent Posts

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

5 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

8 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

8 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

31 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

1 hour ago