ସବୁ ଦିନ ଆଖିରେ କଳା ଲଗାଉଛନ୍ତି କି ! ଜାଣନ୍ତୁ ଏହା ଦ୍ୱାରା ହେଉଥିବା ସମସ୍ୟା ସମ୍ପର୍କ

ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏସବୁ ପ୍ରସାଧନ ସାମଗ୍ରୀ ମହିଳାଙ୍କ ତ୍ୱଚାକୁ ଗ୍ଲୋ କରାଇବା ସହ ସୁନ୍ଦର ଦିଶିବାରେ ସାହାଯ୍ୟ କରିଥାନ୍ତି। ତେବେ ମହିଳାଙ୍କର ସବୁଠୁ ପ୍ରିୟ ସାମଗ୍ରୀ ହେଉଛନ୍ତି କାଜଲ। ଆଖିରେ କଜ୍ଜଳ ଲଗାଇବାକୁ ସବୁ ମହିଳା ପସନ୍ଦ କରିଥାନ୍ତି। ଅଧିକ ମେକ୍‌ଅପ୍‌ ନେଉନଥିବା ଝିଅମାନେ ମଧ୍ୟ ଆଖିରେ ଟିକେ କଳା ଓ ଓଠରେ ଟିକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ମୋଟ୍‌ ଉପରେ କହିବାକୁ ଗଲେ କଳା ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ମହିଳାମାନେ ପ୍ରତିଦିନ ବ୍ୟବହାର କରୁଥିବା କଳା ଆଖି ପାଇଁ କେତେ ବିପଜ୍ଜନକ ହୋଇଥାଏ, ତାହା ବୋଧେ କେହି ଜାଣିନଥିବେ। ଆଜି କାଲି ବଜାରରେ ମିଳୁଥିବା କଳାରେ ଅନେକ କେମିକାଲ ରହିଥାଏ। ଏହା ଦ୍ୱାରା ଆଖିରେ ଆଲର୍ଜି ହେବା ସହ ଆଖି ପୀଡ଼ା ହୋଇଥାଏ।

କଳା ଦ୍ୱାରା ହେଉଥିବା ଅସୁବିଧା:

କଳାରେ ପାରା ଲେଡ୍‌ ଓ ପାରାବେନ୍‌ ଭଳି ତତ୍ତ୍ୱ ବ୍ୟବହାର କରାଯାଏ। ଏହା ଆଖିରେ କନ୍‌ଜକ୍ଟିଭାଇଟିସ୍‌ ସମସ୍ୟା ସୃଷ୍ଟି କରେ। ପ୍ରତିଦିନ କଳା ଲଗାଇଲେ ଆଖିରେ ଆଲର୍ଜି, କର୍ନିୟଲ ଅଲସର ଓ ଡାଇ ଆଇଜ୍‌ ଭଳି ଅସୁବିଧା ହୁଏ। ଏହି କଳା ଯୋଗୁ ଆଖି ଭିତରେ ବି ଇନ୍‌ଫେକସନ୍‌ ହୋଇପାଏ।

ଏମିତି ଘରେ ବନାନ୍ତୁ କେମିକାଲ ଫ୍ରି କଳା:

କଳା ବନାଇବା ସାମଗ୍ରୀ:

୨ ଚାମଚ ଚନ୍ଦନ ପାଉଡ଼ର
୩-୪ଟି ବାଦାମ

କଳା ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚନ୍ଦନ ପାଉଡରକୁ ପାଣିରେ ଗୋଳାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ବାଦାମକୁ ଭାଜି ପାଉଡର ବନାନ୍ତୁ। ଏବେ ଦୁଇଟିଯାକ ଜିନିଷକୁ ଭଲ ଭାବେ ମିଶାଇ ଡବାରେ ପ୍ୟାକ୍‌ କରିଦିଅନ୍ତୁ। କଳା ଲଗାଇବା ବେଳେ ଆଙ୍ଗୁଠି ଟିପରେ ଘିଅ ଲଗାନ୍ତୁ ଓ ତାହା ସାହାଯ୍ୟରେ ଆଖିରେ କଳା ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.