ନିଦରେ ଥିଲା ବେଳେ ଆପଣଙ୍କୁ ଆସୁଛି କି ପାର୍ଟନରଙ୍କ ସହିତ ରୋମାନ୍ସ କରୁଥିବାର ସ୍ୱପ୍ନ? ଜାଣନ୍ତୁ କ’ଣ ହୋଇପାରେ ଏହାର ଅର୍ଥ

ସ୍ୱପ୍ନ ସମସ୍ତେ ଦେଖନ୍ତି। ନିଦରେ ଆମକୁ ଅନେକ ପ୍ରକାରର ସ୍ୱପ୍ନ ଆସିଥାଏ। କିଛି ସ୍ୱପ୍ନ ଭଲ ହୋଇଥାଏ ତ ଆଉ କିଛି ସ୍ୱପ୍ନ ଖରାପ। ବ୍ୟକ୍ତି ଏମିତି ବି ସ୍ୱପ୍ନ କେବେ କେବେ ଦେଖେ କି, ଯେଉଁଥିରେ ସେ ନିଜ ପାର୍ଟନର ସହିତ ରୋମାନ୍ସ କରୁଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ନିଦରେ ପାର୍ଟନର ସହିତ ରୋମାନ୍ସ କରିବାର ମାନେ କ’ଣ ହୋଇଥାଏ? କାହିଁକି ଏମିତି ସ୍ୱପ୍ନ ଆମକୁ ଆସିଥାଏ? ଆଜି ଆମେ ଆପଣଙ୍କୁ ଏହି ପ୍ରକାର ସ୍ୱପ୍ନର ଅର୍ଥ କହିବାକୁ ଯାଉଛୁ।

୧. ଡେଟିଂ କରୁଥିବାର ସ୍ୱପ୍ନ ଦେଖିଲେ: ଯଦି ଆପଣ ନିଦରେ କାହା ସହିତ ଡେଟିଂ କରୁଥିବାର ସ୍ୱପ୍ନ ଦେଖୁଛନ୍ତି, ତା’ହେଲେ ଏହାର ଅର୍ଥ ହେଉଛି କି, ଆପଣ ନିଜ ପାର୍ଟନରଙ୍କଠାରୁ କିଛି ବିଶେଷ ଇଚ୍ଛା ରଖୁଛନ୍ତି।

୨. ସ୍ୱାମୀ କିମ୍ବା ବୟଫ୍ରେଣ୍ଡ ସହିତ ରୋମାଣ୍ଟିକ ସ୍ୱପ୍ନ: ଯଦି ଆପଣ ଏହି ପ୍ରକାର ସ୍ୱପ୍ନ ଦେଖୁଛନ୍ତି, ତାହାର ଅର୍ଥ ହେଲା, ଆପଣ ନିଜ ପାର୍ଟନର ସହିତ ଭଲ ସମ୍ପର୍କରେ ଅଛନ୍ତି। ଆପଣ ତାଙ୍କଠାରୁ ଆହୁରି କିଛି ଆଶା କରୁଛନ୍ତି।

୩. ଏକ୍ସ ପାର୍ଟନରଙ୍କ ସହିତ ରୋମାନ୍ସ: ଯଦି ଆପଣ ନିଦରେ ଏକ୍ସ ପାର୍ଟନରଙ୍କ ସହିତ ରୋମାନ୍ସ କରୁଥିବା ସ୍ୱପ୍ନ ଦେଖୁଛନ୍ତି, ତା’ହେଲେ ଏହା ସଙ୍କେତ ଦେଉଛି କି, ଆପଣଙ୍କ ମନରେ ତାଙ୍କ ପ୍ରତି ଏବେ ବି ଭଲ ପାଇବା ରହିଛି।

୪. ସମଲିଙ୍ଗୀଙ୍କ ସହିତ ରୋମାନ୍ସ: ଯଦି ଆପଣ କୌଣସି ସମଲିଙ୍ଗୀ ବ୍ୟକ୍ତି ସହିତ ରୋମାନ୍ସ କରୁଥିବା ସ୍ୱପ୍ନ ଦେଖନ୍ତି, ତା’ହେଲେ ଏହାର ଅର୍ଥ ହେଲା, ଆପଣଙ୍କୁ ସମଲିଙ୍ଗୀଙ୍କ କଥା, ହାବଭାବ ସବୁ ପସନ୍ଦ। ଆପଣ ସମଲିଙ୍ଗୀ ସମ୍ପର୍କକୁ ଭୁଲ ବୋଲି ମାନନ୍ତି ନାହିଁ।

Leave A Reply

Your email address will not be published.