ଶରୀରର ଏହି ଅଙ୍ଗରୁ ଲୋମ ଓପାଡ଼ିବାକୁ ବ୍ୟବହାର କରୁଛନ୍ତି କି ପ୍ଲକର/ଟ୍ୟୁଜର? ଚାଲିଯାଇପାରେ ଜୀବନ

ଶରୀରର ଅନାବଶ୍ୟକ ଲୋମ ସଫା କରିବା ପାଇଁ ମହିଳାମାନେ ଥ୍ରେଡିଂ କିମ୍ବା ଓ୍ଵାକ୍ସିଂ କରିଥାନ୍ତି। କିନ୍ତୁ ଏସବୁ କରିବା ପରେ ବି ପରିଷ୍କାରଭାବେ ଲୋମ ସଫା ହୋଇନଥାଏ। ଏଣୁ ସେସବୁ ରୁମ ଓପାଡ଼ିବାକୁ ଟ୍ୟୁଜର ବା ପ୍ଲକର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ଲକର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଖାସ୍‌ କରି ଶରୀରର ଏମିତି କେତେକ ସ୍ଥାନ ରହିଛି, ଯେଉଁଠାରୁ ଲୋମ ଓପାଡ଼ିବା ଜୀବନ ପ୍ରତି ମଧ୍ୟ ବିପଦ ଆଣିପାରେ। ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରୁ ରୁମକୁ ଟାଣିକି ଓପାଡ଼ିବା ବିପଦପୂର୍ଣ୍ଣ ହୋଇଥାଏ…

ଆଇବ୍ରୋ:

ଆଇବ୍ରୋର ରୁମକୁ କେବେ ବି ଟ୍ୟୁଜରରେ ଓପାଡ଼ନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ହେୟାର ଫଲିକଲ୍ସ ଖରାପ ହୋଇପାରେ।

ମୁଣ୍ଡର ଧଳା ଚୁଟି:

ଅଧିକାଂଶ ଲୋକ ମୁଣ୍ଡର ପାଚିଲା ଚୁଟିକୁ ପ୍ଲକରରେ ଓପାଡ଼ିଥାନ୍ତି। କିନ୍ତୁ ଏଭଳି କରିବା ଅନୁଚିତ୍‌। ଏଭଳି କଲେ ଚୁଟିର ଗ୍ରୋଥ୍‌ ପ୍ରଭାବିତ ହୋଇଥାଏ। ଏଣୁ ଧଳା ଚୁଟିକୁ କଇଁଚିରେ କାଟନ୍ତୁ।

ନାକର ଚୁଟି:

ନାକର ବାଳକୁ ଓପାଡ଼ିବା ଦ୍ୱାରା ରକ୍ତ ବାହିକାରେ ଛେଦ ହୋଇଯାଏ। ଫଳରେ ରକ୍ତ ବାହାରେ। ଏହା ଦ୍ୱାରା ଗମ୍ଭୀର ସଂକ୍ରମଣ ହେବା ଆଶଙ୍କା ରହିଛି, ଯାହା ମସ୍ତିଷ୍କର ଶିରା ପର୍ଯ୍ୟନ୍ତ ପହଞ୍ଚେ ଓ ବ୍ୟକ୍ତିଙ୍କ ମୃତ୍ୟୁ ଅଚାନକ ହୋଇପାରେ।

ଅଣ୍ଡରଆର୍ମର ବାଳ:

ଅଣ୍ଡରଆର୍ମର ବାଳକୁ ଯଦି ପ୍ଲକରରେ ଓପାଡ଼ୁଛନ୍ତି ତେବେ ଏହା ଦ୍ୱାରା ସଂକ୍ରମଣ ହୋଇପାରେ। ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଥାଏ। ଏଭଳି କରିବା ଦ୍ୱାରା ବ୍ଲିଡିଂ ବି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.