କଣ ବିବାହ ପୂର୍ବରୁ ଆପଣ ବି ପିନ୍ଧୁଛନ୍ତି କି ପାଉଁଜି, ତାହେଲେ ଜାଣନ୍ତୁ ଏହା ଠିକ ନା ଭୁଲ

ପୂର୍ବରୁ ପାଉଁଜି ପିନ୍ଧିବାର ପରମ୍ପରା କେବଳ ବିବାହିତ ମାନଙ୍କର ଥିଲା। କିନ୍ତୁ ଆଜିକାଲି ଝିଅମାନେ ଫ୍ୟାସନ ଭାବେ ନେଇ ବିବାହ ପୂର୍ବରୁ ପାଉଁଜି ପିନ୍ଧିଲେଣି। ଖାସକରି ଭାରତୀୟ ପରମ୍ପରାରେ ପାଉଁଜି ପିନ୍ଧିବାର ମହତ୍ତ୍ୱ ଅନେକ ରହିଛି। ହିନ୍ଦୁ ମହିଳାମାନେ ବିବାହ ପରେ ବହୁତ ଶୃଙ୍ଗାର କରନ୍ତି। ଯାହା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କୁହାଯାଏ ଯେ ପାଉଁଜି ପିନ୍ଧିବା ଜଣେ ବିବାହିତ ନାରୀର ସଧବାର ପରିଚୟ। କିନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
କୁହାଯାଏ ଯେ ପାଉଁଜି ପିନ୍ଧିବା ଦ୍ୱାରା ହାଡ ମଜବୁତ ରହିଥାଏ। ଏବଂ ଚର୍ମ ଦେଇ ଏହାର ତତ୍ତ୍ୱ ହାଡକୁ ମଜବୁତ କରିଥାଏ। ଏହାବ୍ୟତୀତ ବାହାଘର ପରେ ପ୍ରେଗନାନ୍ସୀ ସମୟରେ ଯଦି ମହିଳାଙ୍କ ପାଦ ଫୁଲୁଥାଏ ତାହେଲେ ପାଉଁଜି ପିନ୍ଧିବା ଦ୍ୱାରା ତାହା ମଧ୍ୟ ଦୂର ହୋଇପାରେ।
ଏହାମଧ୍ୟ କୁହାଯାଏ ଯେ ମହିଳାଙ୍କ ପାଦରେ ଜମା ହେଇଯାଉଥିବା ଧୂଳି ମଳି ବି ପାଉଁଜି ପିନ୍ଧିବା ଦ୍ୱାରା ନିୟନ୍ତ୍ରଣରେ ରହିଥାଏ। ଏହାବ୍ୟତୀତ ଏହାକୁ ପିନ୍ଧିବା ଦ୍ୱାରା ମହିଳାଙ୍କ ଇଚ୍ଛା ଶକ୍ତି ମଜବୁତ ରହିଥାଏ। ଏଥିପାଇଁ ମହିଳାଙ୍କ ଠାରେ ନିଜ କଥାକୁ ଭୁଲି ପୂରା ପାରିବାର କଥା ଚିନ୍ତା କରି ପୂରା ପରିବାରକୁ ଏକାଠି ରଖିବାର ସାମର୍ଥ୍ୟ ରହିଥାଏ।
ଏହାସହ ପଢ଼ନ୍ତୁ : ହାତରେ ଏହି ଚିହ୍ନ ଥିଲେ ଜାଣନ୍ତୁ ଆପଣଙ୍କୁ ଯିବାକୁ ପଡିପାରେ ଜେଲ୍, ତୁରନ୍ତ ପଢ଼ିନିଅନ୍ତୁ