ଇମର୍ସନ ରଡ୍‌, ଗ୍ୟାସ୍, ଚୁଲି ନା ଗିଜର, କେଉଁଥିରେ କରୁଛନ୍ତି ପାଣି ଗରମ୍ !

ଶୀତ ବଢିଲାଣି । ପିଲାଠୁ ବୟସ୍କ ସମସ୍ତଙ୍କ ପାଇଁ ଗାଧୋଇବା ସମୟରେ ଚିନ୍ତା ବଢ଼ିଛି । ଥଣ୍ଡା ପାଣି ରେ ଗାଧୋଇବା ପୂର୍ବରୁ ସମସ୍ତେ ପ୍ରାୟ ଟିକେ ଟାଣି ଭିଡ଼ି ହୁଅନ୍ତି । ଆପଣ ହୁଏତ ଥଣ୍ଡା ପାଣି ଅପେକ୍ଷା ଗରମ୍ ପାଣି ରେ ଗାଧୋଇବା କୁ ବେଶି ପସନ୍ଦ କରିବେ ଶୀତ ଦିନେ । ଅବଶ୍ୟ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଶୀତ ବର୍ଷା ଖରା ସବୁବେଳେ ଥଣ୍ଡା ପାଣି ରେ ହିଁ ଗାଧୋଇ ଥାନ୍ତି । ହେଲେ ଯିଏ ଗରମ୍ ପାଣିରେ ଗାଧୋଇବାର ମଜା ଉଠାନ୍ତି ସେମାନେ ଆରାମରେ ଦୁଇ ତିନି ଥର ଦିନକୁ ଗାଧୋଇ ପଡନ୍ତି ।

ସମସ୍ତଙ୍କ ଘରେ ଗିଜର ନଥାଏ । କେହି କେହି ଚୁଲା ରେ ପାଣି ଗରମ୍ କରନ୍ତି, ଆଉ କେହି ଇମର୍ସନ ରଡରେ । ତେବେ ଗ୍ୟାସ୍, ଇମର୍ସନ ରଡ କି ଗିଜର ଯେଉଁଥିରେ ପାଣି ଗରମ୍ କରିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ଆସନ୍ତୁ ଭିଡିଓ ରୁ ଜାଣିବା ।

କିଛି ଲୋକ ସପ୍ତାହ ଯାଏଁ ଗାଧାନ୍ତି ନାହିଁ । ଏଭଳି ଲୋକଙ୍କ ପାଇଁ ଇଲୋକ୍ଟ୍ରୋନିକ କମ୍ପାନୀ ଏଭଳି ଏକ ଡିଭାଇଜ୍ ଆଣିଲେ ଯାହାକୁ କୁହାଗଲା ଇମର୍ସନ ରଡରେ । ଏହି ରଡ଼ ପ୍ରାୟ ସମସ୍ତଙ୍କ ଘରେ ଥିବ । ମାର୍କେଟରେ ବିଭିନ୍ନ ପ୍ରକାରର ଇମର୍ସନ ରଡରେ ଅଛି । ଯାହା ଭିନ୍ନ ଭିନ୍ନ କ୍ୱାଲିଟିର ମିଳୁଛି। ହେଲେ ଏହି ଇମର୍ସନ ରଡରେ ବ୍ୟବହାର କରିବାରେ କେତେ ରିସ୍କ ଥାଏ ଆପଣ ଜାଣିଛନ୍ତି ? ଖୋଲା ବାଲ୍ଟି ରେ ଇମର୍ସନ ରଡକୁ କରେଣ୍ଟ ସାହାଯ୍ୟ ପକାଇବା କେତେ ଭୟଙ୍କର ଆପଣ ଅନୁମାନ କରିପାରିବେନି।

ଆପଣଙ୍କ ପାଖରେ ଥିବା ଇମର୍ସନ ରଡ୍‌ ୱାଟର ପ୍ରୁଫ ନା ନାହିଁ। ଏମିତି କିଛି ରଡ଼ ମିଳୁଛି ଯାହା ୱାଟର ପ୍ରୁଫ ଏବଂ କରେଣ୍ଟ ଆପ୍ରୁଫ ହୋଇଥିବା ଦାବି କରନ୍ତି। ଯାହାକୁ ବିଶ୍ବାସ କରି ଆପଣ କଣ କରନ୍ତି ପାଣିରେ ଇମର୍ସନ ରଡ୍‌ ପକେଇ, କନେକ୍ସନ୍ରେ ଥିବା ବେଳେ ପାଣିରେ ହାତ ବୁଡ଼ାଇ ଦେଖନ୍ତି ପାଣି ଗରମ୍ ହେଲାଣି କି ନାହିଁ। ଆଉ ଆପଣଙ୍କୁ କରେଣ୍ଟ ମାରେନି । ତଥାପି କିଛି ବିଶେଷ କଥା ଅଛି ଯାହା ଆପଣଙ୍କୁ ଧ୍ୟାନ ଦେବାକୁ ହେବ।

ଇମର୍ସନ ରଡ୍‌ ପୁରୁଣା ହୋଇଗଲେ ଏହାକୁ ବଦଳି ଦିଅନ୍ତୁ । ଏତେ ଲୋଭ କରନ୍ତିନି, ସାମାନ୍ୟ ଅସାବଧାନତା ଆପଣଙ୍କ ଜୀବନ ନେଇଯାଇ ପରେ । ରଡରେ ଜମା ହୋଇଥିବା ଧଳା ଦାଗକୁ ବାଲି କାଗଜରେ ସଫା କରୁଥାନ୍ତୁ। ଘଣ୍ଟା ଘଣ୍ଟା ପାଣି ଗରମ୍ କରିବା ଅନୁଚିତ୍ । ଏମିତି କଲେ ରଡ଼ର ପାଣି ଗରମ୍ କରିବା କ୍ଷମତା କମିଯାଏ।

ଯଦି ଘରେ ଇମର୍ସନ ରଡ୍‌ରେ ପାଣି ଗରମ୍ କରୁଛନ୍ତି ଚପଲ ପିନ୍ଧି ତାର ଆଖ ପାଖରେ ରୁହନ୍ତୁ । ଛୋଟ ପିଲାଙ୍କୁ ଆଦୌ ସେ ପାଣି ପାଖକୁ ଯିବାକୁ ଦିଅନ୍ତୁ ନାହିଁ। କାରଣ ଅନେକ ସମୟରେ କାର୍ଯ୍ୟ ବ୍ୟସ୍ତତା ଭିତରେ ଆପଣ ଭୁଲି ଯାନ୍ତି ଇମର୍ସନ ରଡ୍‌ ବି ଜୀବନ ନେଇପାରେ।

Leave A Reply

Your email address will not be published.