ତୁଳସୀ ମିଶା କ୍ଷୀର ପିଉଥିଲେ ସାବଧାନ ! ତୁଳସୀ ମିଶା କ୍ଷୀର ପିଇଲେ ରକ୍ତ ପତଳା ହୁଏ

ତୁଳସୀରେ ଅନେକ ଆଣ୍ଟିବାୟୋଟିକ୍‌ ଗୁଣ ଭରପୂର ରହିଥାଏ। ଯାହା ସ୍ୱାସ୍ଥ୍ୟ ଏବଂ ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ପ୍ରାୟତଃ ଲୋକମାନେ ଜାଣିଥାନ୍ତି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।  ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିମାଇକ୍ରୋବିଏଲ, ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ ଗୁଣ ରହିଥାଏ। ଯାହା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଅଧିକାଂଶ ଲୋକମାନ ଥଣ୍ଡା ହେବା ସମୟରେ ତୁଳସୀ ପତ୍ରରେ କାଢ଼ା ପ୍ରସ୍ତୁତ କରି ସେବନ କରିଥାନ୍ତି। କିନ୍ତୁ ଆପଣମାନେ ଯଦି କ୍ଷୀରରେ ତୁଳସୀ ପତ୍ର ଫୁଟାଇ ସେବନ କରିବେ ତେବେ ଆପଣଙ୍କ ଶରୀରରୁ ମଧ୍ୟ ଥଣ୍ଡା ଦୂର ହୋଇଯିବ। କ୍ଷୀରରେ ତୁଳସୀ ମିଶାଇ ସେବନ କରିବା କଲେ କିଡ଼ନିରେ ହେଉଥିବା ଷ୍ଟୋନ ସମସ୍ୟା ମଧ୍ୟ ଦୂର ହେବାରେ ସାହାଯ୍ୟ କରିଥାଏ। ସର୍ବଦା ଏହାକୁ ସେବନ କରିବା ଦ୍ବାରା ଷ୍ଟୋନ ସମସ୍ୟା ଧୀରେ-ଧୀରେ ଦୂର ହୋଇଯାଏ।

ସେହିପରି କ୍ଷୀରରେ ପ୍ରୋଟିନ, କ୍ୟାଲସିଅମ, ପୋଟାସିଅମ, ଫସଫରସ, ସୋଡିଅମ, ଜିଙ୍କ, କପର, ଭିଟାମିନ ଡି, ଭିଟାମିନ ସି, ଭିଟାମିନ କେ, ଭିଟାମିନ ଇ ଆଦି ପୋଷକ ମିଳିଥାଏ। ଯାହା ହାଡ ପାଇଁ ଉତ୍ତମ ହୋଇଥାଏ। ଏମିତି ଅନେକ ରୋଗ କିମ୍ବା ଭାଇରଲ ସଂକ୍ରମଣ ରହିଛି, ଯାହା ପାଇଁ କ୍ଷୀରରେ ତୁଳସୀ ପକାଇ ପିଅନ୍ତି।

କିନ୍ତୁ କ’ଣ ଆପଣ ଜାଣନ୍ତି କି, କ୍ଷୀରରେ ତୁଳସୀ ପକାଇ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେବେ କ୍ଷୀରରେ ତୁଳସୀ ପକାଇ ପିଇଲେ କ’ଣ ଅସୁବିଧା ହୋଇଥାଏ, ଆସନ୍ତୁ ଜାଣିବା..

ଗର୍ଭବତୀ ମହିଳାଙ୍କ ପାଇଁ:

ଗର୍ଭବତୀ କିମ୍ବା ସ୍ତନପାନ କରାଉଥିବା ମହିଳାଙ୍କ ପାଇଁ କ୍ଷୀରରେ ତୁଳସୀ ପକାଇ ପିଇବା ହାନିକାରକ ହୋଇପାରେ। ସେମାନେ ଏହାକୁ ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ରକ୍ତକୁ ପତଳା କରିଥାଏ:

ଯେଉଁ ଲୋକଙ୍କର ରକ୍ତ ପତଳା ହୋଇଥାଏ, ସେମାନେ କ୍ଷୀର ସହିତ ତୁଳସୀ ମିଶାଇ ପିଇବା କମ୍‌ କରନ୍ତୁ, ନଚେତ ରକ୍ତସ୍ରାବ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଡାଇବେଟିଜ ରୋଗୀଙ୍କ ପାଇଁ:

ମଧୁମେହ ବା ଡାଇବେଟିଜ ରୋଗୀ ସୀମିତ ମାତ୍ରାରେ ତୁଳସୀ ସେବା କରିବା ଉଚିତ। ଏହାଦ୍ୱାରା ବ୍ଲଡ ସୁଗାର ଲେବଲ ବଢିଯାଏ।

ପୁରୁଷଙ୍କ ପାଇଁ ବିପଦପୂର୍ଣ୍ଣ:

ତୁଳସୀ କ୍ଷୀର ଅଧିକ ମାତ୍ରାରେ ପିଇବା ଦ୍ୱାରା ପୁରୁଷଙ୍କ ସ୍ପର୍ମ କାଉଣ୍ଟ କମ୍‌ ହେବାର ସମ୍ଭାବନା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.