ସପ୍ତାହରେ ମାତ୍ର ଗୋଟିଏ ଦିନ କରନ୍ତୁ ଉପବାସ, ଯାହାଦ୍ୱାରା ଶରୀରକୁ ପ୍ରାପ୍ତ ହେବ ଏହିସବୁ ଲାଭ

ସାଧାରଣତଃ ରୋଗୀ ମାନଙ୍କୁ ଛାଡିଦେଲେ ଖାଇବା ପିଇବା ସମସ୍ତଙ୍କୁ ପସନ୍ଦ । କାରଣ ଭୋକରେ ରହିବା ପାଇଁ କେହିବି ପସନ୍ଦ କରନ୍ତି ନାହିଁ । ପୂଜା, ବ୍ରତ ଇତ୍ୟାଦି ଛାଡିଦେଲେ ଆପଣ କେବେ କୌଣସି ମଣିଷକୁ ଭୋକରେ ରହିବାର ଦେଖି ନଥିବେ । ତେବେ ଗୋଟିଏ ଦିନ ଉପବାସରେ ରହିବା ଦ୍ଵାରା ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ତାହା ଜାଣିଲା ପରେ ଆପଣ ନିଶ୍ଚୟ ସପ୍ତାହରେ ଗୋଟିଏ ଦିନ ଉପବାସରେ ରହିବା ପାଇଁ ନିଷ୍ପତ୍ତି ନେବେ । ତାହେଲେ ଆସନ୍ତୁ ଜାଣିବା ଗୋଟିଏ ଦିନ ଉପବାସରେ ରହିଲେ ଏହା ଶରୀରକୁ କି ପ୍ରକାରର ଫାଇଦା ଯୋଗାଇଥାଏ ।

ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ଆନ୍ତରିକ ଶୁଦ୍ଧିକରଣ ହୋଇଥାଏ । କେବଳ ସେତିକି ନୂହେଁ ଏହାଦ୍ୱାରା ଶରିରରୁ ବିଷାକ୍ତ ତତ୍ତ୍ଵ ବାହାରିଯିବା ସହିତ ଦେହ ସୁସ୍ଥ ରହିଥାଏ ।

What Is the Ectomorph Diet? Food List, Sample Menu, Benefits, More ...

 

ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ଗ୍ୟାସ୍, ବଦହଜମି, କୋଷ୍ଠକାଠିନ୍ୟ, ଡାଇରିଆ, ଏସିଡିଟି, ଜ୍ୱଳନ ଇତ୍ୟାଦିରୁ ଲାଭ ମିଳିଥାଏ । ଏହି ସମୟରେ ଆପଣ ଫଳାହାର ମଧ୍ଯ କରିପାରିବେ ।

ସପ୍ତାହରେ ଗୋଟିଏ ଦିନ ଉପବାସରେ ରହିବା ଦ୍ଵାରା ଶରୀରରେ ବ୍ଳଡ଼ପ୍ରେସର୍ ଏବଂ କୋଲେଷ୍ଟେରଲ୍ ଲେବୁଲ କମ୍ ହୋଇଥାଏ । ଯେଉଁଥିପାଇଁ ଏନେଇ ଜଡିତ ସ୍ଵାସ୍ଥ୍ଯ ସମସ୍ୟାରୁ ମଧ୍ଯ ମୁକ୍ତି ମିଳିଥାଏ ।

Intermittent Fasting May Improve Metabolic Health, Small Study ...

ସପ୍ତାହରେ ଗୋଟିଏ ଦିନ ଉପବାସ ହାର୍ଟ ଜନିତ ସମସ୍ୟାରୁ ଦୁରେଇ ରଖିବା ସହିତ ଏହାକୁ ସୁସ୍ଥ ରଖିଥାଏ ।

ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଉପବାସ କରିବା ଏକ ଭଲ ଅଭ୍ୟାସ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ପାଚନ ତନ୍ତ୍ରକୁ ଆରାମ୍ ମିଳିଥାଏ । ତାସହିତ ଏହା ଆଉଟିକେ ଭଲଭାବେ କାର୍ଯ୍ୟ କରିବା ପାଇଁ ମଧ୍ଯ ପ୍ରସ୍ତୁତ ହୋଇଯାଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.