ଇନସୁଲିନ୍ ହେଉଛି ଏକ ହରମୋନ୍ ଯାହା ରକ୍ତରୁ ଗ୍ଲୁକୋଜକୁ କୋଷରେ ସ୍ଥାନାନ୍ତର କରେ ଏବଂ ରକ୍ତରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଯେଉଁଠାରେ ଏହା ଶକ୍ତି ପାଇଁ ବ୍ୟବହାର ହୋଇପାରିବ । ପାନକ୍ରିଆଜ ଇନସୁଲିନ୍ ତିଆରି କରେ ଏବଂ ଏହା ମୁଖ୍ୟତଃ ଡାଇବେଟିସ ଚିକିତ୍ସା ପାଇଁ ବ୍ୟବହାର ହୁଏ । ତେବେ ଆପଣ ଇନସୁଲିନ୍ ବିଷୟରେ ଜାଣି ରଖନ୍ତୁ ।
ବିଭିନ୍ନ ପ୍ରକାରର ଇନସୁଲିନ୍ ଅଛି । ସ୍ପୀଡରେ କାମ କରୁଥିବା ଇନସୁଲିନ୍, ଯାହା ଇଞ୍ଜେକ୍ସନ୍ ଦ୍ୱାରା ନିୖଆଯାଏ । ଏହା ଶରୀରରେ ଇନସୁଲିନ୍ ଆବଶ୍ୟକତାକୁ ପୂରଣ କରେ ।
ଯେତେବେଳେ ଇନସୁଲିନ୍ ନିଆଯାଏ ସେତେବେଳେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ । ଖାଦ୍ୟରୁ ଗ୍ଲୁକୋଜ ରକ୍ତରେ ପ୍ରବେଶ କରିବା ଆରମ୍ଭ କରିବା ପରେ ଇନସୁଲିନ୍ କାମ କରିବା ଆରମ୍ଭ କରେ । ଖାଦ୍ୟ ଖାଇବା ପରେ ଇନସୁଲିନ୍ ସ୍ତର ଦ୍ରୁତ ଗତିରେ କମିଯାଏ ଏବଂ ଏହାକୁ ସ୍ଥିର ରଖିବା ପାଇଁ ଆପଣ ଇନ୍ସୁଲିନ ନେଇପାରିବେ ।
ଭଲ ଡାଏଟ୍ କରି ଆପଣ ଶରୀରର ଇନ୍ସୁଲିନ ମାତ୍ରାକୁ ଠିକ ରଖି ପାରିବେ । କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଥିବା ଖାଦ୍ୟ ଖାଆନ୍ତୁ । ଏପରି ଖାଦ୍ୟ ଖାଇଲେ ଆବଶ୍ୟକତା ଅନୁଯାୟୀ ଇନସୁଲିନ୍ ଉତ୍ପାଦନ ହେବ । ଆପଣ ଆପଲ୍, ବିନ୍ସ, ବାଦାମ, ଶସ୍ୟ ଏବଂ ଫଳ ଖାଆନ୍ତୁ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ମାଂସପେଶୀ ଆକ୍ଟିଭ ରହିବ । ଏହି କାରଣରୁ ରକ୍ତରେ ମିଳୁଥିବା ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିବ । ଏହା ବ୍ୟତୀତ ଇନସୁଲିନ୍ ମଧ୍ୟ ସଠିକ୍ ଭାବରେ କାମ କରିବ ।