କଣ ଆପଣଙ୍କ ପିଲାବି ଖେଳୁଛି ଭିଡିଓଗେମ ? ତାହେଲେ ଦେଖନ୍ତୁ କଣ କହୁଛି ଏହି ଆଶ୍ଚର୍ଯ୍ୟକର ସର୍ଭେ

ଯେତେବେଳେ ବି କୌଣସି ପିଲା ଭିଡିଓ ଗେମ ଖେଳିଥାଏ ସେତେବେଳେ ତାର ସମସ୍ତ ଧ୍ୟାନ ସେହି ଭିଡିଓଗେମ ଉପରକୁ ହିଁ ଯାଇଥାଏ । ଯେଉଁ କାରଣରୁ ଅନେକ ଅଭିଭାବକ ଏନେଇ ଚିନ୍ତା କରିଥାନ୍ତି । ତେବେ ଏପରିସ୍ଥଳେ ବାପା ମାଙ୍କୁ ଲାଗିଥାଏ ଯେ ପିଲା ଭିଡିଓଗେମ ପାଇଁ ବିଗିଡି ଯାଉଛନ୍ତି କିନ୍ତୁ ନିକଟରେ ଭିଡିଓଗେମକୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ତାହେଲେ ଆସନ୍ତୁ ଜାଣିବା ଭିଡିଓଗେମକୁ ନେଇ କଣ କହୁଛି ଏହି ଗବେଷଣା ।

game2.png

ଗବେଷଣା ଅନୁଯାୟୀ ୮୬ ପ୍ରତିଶତ ପିତାମାତା ଏହି କଥାରେ ସହମତ ଯେ କିଶୋର ଅବସ୍ଥାର ପିଲାମାନେ ନିଜର ଅଧିକାଂଶ ସମୟ ଭିଡିଓଗେମକୁ ଦେଇଥାନ୍ତି । ତେବେ ୭୧ ପ୍ରତିଶତ ପିତାମାତା ଭାବିଥାନ୍ତି ଯେ ଭିଡିଓଗେମ ତାଙ୍କ ପିଲାଙ୍କ ପାଇଁ ବହୁତ ଭଲ ଏବଂ ଏହାଦ୍ୱାରା ତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ତେବେ ୪୪ ପ୍ରତିଶତ ଅଭିଭାବକଙ୍କ କହିବା ଅନୁଯାୟୀ ଭିଡ଼ିଓଗେମକୁ ବ୍ୟାନ କରାଯିବା ଆବଶ୍ୟକ ।

game.png

ଏହାସହିତ କିଛି ଅଭିଭାବକମାନେ ଝିଅମାନଙ୍କ ତୁଳନାରେ କିଶୋରମାନଙ୍କ ପାଇଁ ଭିନ୍ନ ପ୍ରକାରର ଗେମିଙ୍ଗ ପାଟର୍ନର ସୂଚନା ଦେଇଥିଲେ । ସେମାନଙ୍କ କହିବା ଅନୁଯାୟୀ ଝିଅମାନଙ୍କ ତୁଳନାରେ ପୁଅମାନେ ଅଧିକ ଭିଡିଓଗେମ ଖେଳିଥାନ୍ତି ଏବଂ ସେମାନେ ଲଗାତାର ୩ ଘଣ୍ଟା ପର୍ଯ୍ୟନ୍ତ ଭିଡିଓଗେମ ଖେଳିପାରନ୍ତି । ତେବେ ଏହି ସର୍ଭେରୁ ଜଣାପଡିଥିଲା ଯେ କିଛି ଅଭିଭାବକମାନେ ଭିଡିଓଗେମକୁ ନିଜ ପିଲାଙ୍କ ପାଇଁ ଭଲ କହୁଥିବା ବେଳେ ଆଉ କିଛି ଅଭିଭାବକ ଏହାକୁ ନିଜ ପିଲାମାନଙ୍କ ପାଇଁ ଖରାପ ବୋଲି ମଧ୍ୟ କହିଥିଲେ ।