ଆପଣଙ୍କ ପିଲା ବି ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍‌ ଖେଳୁନାହିଁ ତ! ଜାଣନ୍ତୁ ଏହାର କୁପ୍ରଭାବ ଓ ମୁକ୍ତି ପାଇବା ଉପାୟ

ଏବେ ଟେକ୍ନୋଲୋଜିର ଯୁଗ। ଏଣୁ ବର୍ତ୍ତମାନର ପିଲାମାନେ ସବୁ ଜିନିଷକୁ ଡିଜିଟାଲି କରିବା ଆରମ୍ଭ କରି ଦେଲେଣି। ପାରମ୍ପରିକ ଖେଳକୁଦ ଛାଡ଼ି ମୋବାଇଲ, ଭିଡିଓ ଗେମ୍‌ ଓ କମ୍ପ୍ୟୁଟର ପଛରେ ମାତିଛନ୍ତି ଏବେକାର ପିଲାମାନେ। ଅଧିକ ସମୟ ଏହି ଗେମ୍ସ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ।

ନିକଟରେ ଅଧିକ ସମୟ ଗେମ୍‌ ଖେଳୁଥିବା ଜଣେ ପିଲାର ଏମ୍‌ଆରଆଇ ସ୍କାନ୍‌ କରାଯାଇଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ପିଲାମାନେ ଅଧିକ ସମୟ ମୋବାଇଲ୍‌ରେ ଗେମ୍‌ ଖେଳିଥାନ୍ତି, ସେମାନଙ୍କର ଏହି ଅଭ୍ୟାସ ନିଶା ଭଳି ହୋଇଥାଏ। ସେମାନଙ୍କ ମସ୍ତିଷ୍କର ସଂରଚନା ବଦଳିଯାଏ। ଏହାର ପ୍ରଭାବ ଶିଶୁର ବିକାଶ, ବ୍ୟବହାର ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ। ଅଧିକ ସମୟ ଗେମ୍‌ ଖେଳିବା ଦ୍ୱାରା ପିଲା ହିଂସ୍ର ହୋଇଯାଏ। ସେହି ଅନୁସାରେ ତା’ର ଚିନ୍ତାଧାରା ମଧ୍ୟ ଆକ୍ରମଣାତ୍ମକ ହୋଇଯାଏ। ମୋବାଇଲ ଗେମ୍‌ ସ୍ମରଣ ଶକ୍ତିକୁ ମଧ୍ୟ କମାଇ ଦିଏ। ଫଳରେ ପଢ଼ାରେ ପିଲାର ମନ ଲାଗେ ନାହିଁ।

ଏଣୁ ଯଦି ଆପଣଙ୍କ ପିଲା ମଧ୍ୟ ଅଧିକ ମୋବାଇଲ କିମ୍ବା ଭିଡିଓ ଗେମ୍‌ ଖେଳୁଛି ତେବେ ତା’କୁ ବୁଝାନ୍ତୁ। ବାହାରକୁ ବୁଲାବୁଲି କରିବାକୁ ନିଅନ୍ତୁ। ମୋବାଇଲ ଫୋନ୍‌ ଠାରୁ ଦୂରେଇ ରଖନ୍ତୁ। ପିଲାକୁ ଘରର ଛୋଟ ଛୋଟ କାମ କରିବାରେ ବ୍ୟସ୍ତ ରଖନ୍ତୁ। ଚିତ୍ରାଙ୍କନ କରିବା ଶିଖାନ୍ତୁ। ଏହା ଦ୍ୱାରା ପିଲାର ମନ ଅନ୍ୟ କାମରେ ଲାଗି ରହିବ ଓ ସେ ଧୀରେ ଧୀରେ ମୋବାଇଲ ଠାରୁ ଦୂରେଇ ଯିବ।

Leave A Reply

Your email address will not be published.