ଶରୀରର ଏହି ଅଙ୍ଗକୁ ବାରମ୍ବାର ଛୁଇଁବା ଦ୍ବାରା ହୋଇପାରନ୍ତି ଅସୁସ୍ଥ !

ମନୁଷ୍ୟ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଖୋଜିଥାଏ। କିନ୍ତୁ ଏହା ପରେ ମଧ୍ୟ କିଛି ନା କିଛି କାରଣରୁ ଏପରି ଭୁଲ କରିଥାଏ ଯାହା ଫଳରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଜନିତ ସମସ୍ୟା ସମ୍ମୁଖିନ ହୋଇଥାଏ। କିଛି ବ୍ୟକ୍ତିଙ୍କର ଶରୀରର ବିଭିନ୍ନ ଅଂଶକୁ ବାରମ୍ବାର ସ୍ପର୍ଶ କରିବାର ବହୁତ ଖରାପ ଅଭ୍ୟାସ ରହିଥାଏ। ଏହା ଦ୍ବାରା ଶରୀରକୁ ବହୁତ କ୍ଷତି ପହଞ୍ଚିଥାଏ। ତେବେ ଏହି ଅଭ୍ୟାସକୁ ବଦଳାଇବା ଦ୍ବାରା ଆପଣ ଜୀବନ ସାରା ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ।

eye

– କିଛି ବ୍ୟକ୍ତିଙ୍କୁ ବାରମ୍ବାର ଆଖିରେ ହାତ ମାରିବାର ଅଭ୍ୟାସ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଦ୍ବାରା ଆଖିରେ ବ୍ୟାକ୍ଟେରିଆ ଯାଇଥାଏ। ଏହି ବ୍ୟାକ୍ଟେରିଆ ଆଖି ଜଲାଇବା ସହ କୁଣ୍ଡାଇ ହେବା ଆଦିର କାରଣ ପାଲଟିଥାଏ।

-ଚେହେରାରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। କିନ୍ତୁ କିଛି ବ୍ରଣକୁ ବାରମ୍ବାର ହାତ ମାରିବା ଦ୍ବାରା ତାହା ବଢ଼ିବା ସହ ଅଧିକ ହୋଇଥାଏ। ଏହା ଫଳରେ ବ୍ରଣର ବ୍ୟାକ୍ଟେରିଆ ମୁହଁର ଅନ୍ୟ ସ୍ଥାନରେ ଲାଗି ସଂକ୍ରମିତ ହୋଇଥାଏ।

nose

– ନାକରେ ଆଙ୍ଗୁଠି ପୂରାଇବା ଦ୍ବାରା ଏଥିରେ ଥିବା ଜୀବାଣୁ ଲାଗିଥାଏ। ଏହା ଛଡ଼ା ଆଙ୍ଗୁଠିରେ ଲାଗିଥିବା ଜୀବାଣୁ ମଧ୍ୟ ନାକ ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରିଥାଏ। ଏଣୁ ନାକ ସବୁବେଳେ ସଫା କପଡ଼ାରେ ଫୋଛିବା ଆବଶ୍ୟକ କିମ୍ବା ନାକରେ ହାତ ମାରିବା ପରେ ହାତ ସାବୁନରେ ଧୋଇବା ଆବଶ୍ୟକ।

– କିଛି ବ୍ୟକ୍ତିଙ୍କର ନଖ କାମୁଡ଼ିବା ଭଳି ଖରାପ ଅଭ୍ୟାସ ରହିଥାଏ। ଏହା ଏକ ନିହାତି ଖରାପ ଅଭ୍ୟାସ , କାରଣ ଏହା ଦ୍ବାରା ପେଟ ମଧ୍ୟକୁ ନଖରେ ଥିବା ଜୀବାଣୁ ପଳାଇଥାଏ। ଏହା ଛଡ଼ା ସପ୍ତାହରେ ଥରେ ନଖ କାଟିବା ଦ୍ବାରା ସ୍ବାସ୍ଥ୍ୟ ଜନିତ ରୋଗ ହୋଇଥ ନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.