ନେଲପଲିସ୍ ରିମୁଭର୍ ସରିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଟିପ୍ସ

ଆପଣ ଭାବୁଛନ୍ତି କି କେବଳ ନେଲପଲିସ୍ ରିମୁଭର୍ ସାହାଯ୍ୟରେ ହିଁ ନେଲପଲିସ୍ ରିମୁଭ୍ କରାଯାଇପାରିବ? ଯଦି ହଁ, ତେବେ ଆଜି ଆମେ ଆପଣଙ୍କର ଏହି ଭୁଲ ଧାରଣାକୁ ଦୂର କରିବାକୁ ଯାଉଛୁ । ବାସ୍ତବରେ, ଆପଣ କିଛି ଘରୋଇ ଉପଚାର ସାହାଯ୍ୟରେ ମଧ୍ୟ ନିଜ ନଖରୁ ନେଲପଲିସ୍ ବାହାର କରିପାରିବେ । ଯଦି ଆପଣଙ୍କର ନେଲପଲିସ୍ ରିମୁଭର୍ ନାହିଁ କିମ୍ବା ଆପଣ ଆପଣଙ୍କର ନେଲପଲିସ୍ ରିମୁଭର୍ ସରିଯାଇଛି ଏବଂ ଆପଣଙ୍କୁ ନେଲ ପେଣ୍ଟ୍ ରିମୁଭ୍ କରିବାର ଅଛି ତେବେ ଆପଣ ଏହି ପଦ୍ଧତିଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ଟ୍ରାଏ କରିପାରିବେ ।

ଲେମ୍ବୁ ଏବଂ ଭିନେଗାର:
ନେଲପଲିସ୍ ରିମୁଭ୍ କରିବା ପାଇଁ ଆପଣ ଲେମ୍ବୁ ଏବଂ ଭିନେଗାର ବ୍ୟବହାର କରିପାରିବେ । ସହଜରେ ନେଲପଲିସ୍ ରିମୁଭ୍ କରିବା ପାଇଁ, ସର୍ବପ୍ରଥମେ ଆପଣଙ୍କୁ କିଛି ସମୟ ପାଇଁ ହାତକୁ ଉଷୁମ ପାଣିରେ ଭଲ ଭାବରେ ଭିଜାଇବାକୁ ପଡିବ । ବର୍ତ୍ତମାନ ଆପଣ ତୁଳା ସାହାଯ୍ୟରେ ନଖରେ ଭିନେଗାର ଏବଂ ଲେମ୍ବୁ ରସର ମିଶ୍ରଣ ଲଗାନ୍ତୁ । ଏହି ପଦ୍ଧତିର ସାହାଯ୍ୟରେ ଆପଣଙ୍କ ନେଲପଲିସ୍ ତୁରନ୍ତ ରିମୁଭ୍ କରାଯାଇପାରିବ ।

ଟୁଥପେଷ୍ଟ:
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟୁଲ୍ ପେଷ୍ଟ ମଧ୍ୟ ନେଲପଲିସ୍ ହଟାଇବାରେ ବହୁତ ପ୍ରଭାବଶାଳୀ ହୋଇଥାଏ । ଏଥିପାଇଁ ଆପଣ ନିଜ ନଖରେ କିଛି ଟୁଥପେଷ୍ଟ ଲଗାନ୍ତୁ ଏବଂ ଏକ ମିନିଟ୍ କିମ୍ବା ଦୁଇ ମିନିଟ୍ ପରେ ଭଲ ଭାବରେ ଘଷନ୍ତୁ । ଏହା ପରେ ଆପଣଙ୍କ ନେଲପଲିସ୍ ସମ୍ପୂର୍ଣ୍ଣ ଭାବରେ ରିମୁଭ୍ ହୋଇଯିବ । ଏହି ଘରୋଇ ଉପଚାର ସାହାଯ୍ୟରେ, ଆପଣଙ୍କର ନଖ କିଛି ମିନିଟରେ ସଫା ହୋଇପାରିବ ।

ହେୟାର ସ୍ପ୍ରେ:
ହେୟାର ସ୍ପ୍ରେରେ ଆଲକୋହଲ ଥାଏ ଏବଂ ଏହି କାରଣ ହେତୁ ଅତି ସହଜରେ ନେଲପଲିସକୁ ରିମୁଭ୍ କରାଯାଇପାରିବ । ଏକ କଟନ୍ ବଲ୍ ସାହାଯ୍ୟରେ ନଖରେ ହେୟାର ସ୍ପ୍ରେ ଲଗାନ୍ତୁ ଏବଂ ଏହା ପରେ ଆପଣଙ୍କ ନେଲପଲିସ୍ ରିମୁଭ୍ ହୋଇଯିବ । ଯଦି ଆପଣ ଚାହାଁନ୍ତି, ଆପଣ ଅତର ମଧ୍ୟ ବ୍ୟବହାର କରିପାରିବେ । କଟନ୍ ବଲ୍ ସାହାଯ୍ୟରେ ନଖରେ ଟିକେ ଅତର ଘଷନ୍ତୁ ଏବଂ ଆପଣଙ୍କ ନେଲପଲିସ୍ ରିମୁଭ୍ ହେବା ଆରମ୍ଭ କରିବ ।