ଶରୀରରେ କୋଲେଷ୍ଟେରଲ ବଢ଼ାଇପାରେ ଏହି ସବୁ ଖାଦ୍ୟ, ସତର୍କ ହୋଇଯାନ୍ତୁ

ଲିଭର ଜମୁଥିବା ମହମ ଭଳି ପଦାର୍ଥକୁ କୋଲେଷ୍ଟେରଲ କୁହାଯାଏ । ଗୋଟେ ସୁସ୍ଥ ଶରୀର ପାଇଁ କୋଲେଷ୍ଟେରଲର ଆବଶ୍ୟକତା ପଡିଥାଏ । କୋଷିକା ମାନଙ୍କ ତିଆରିରେ କୋଲେଷ୍ଟରଲ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ । ନର୍ବସ ସେଲକୁ ପ୍ରୋଟେକ୍ଟ କରିବା, ଭିଟାମିନ ସୃଷ୍ଟି କରିବା ତଥା ହର୍ମୋନ ଗଠନରେ ଏହି କୋଲେଷ୍ଟେରଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମିତିରେ କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଶରୀରକୁ କୋଲେଷ୍ଟେରଲ ମିଳିଥାଏ । ଯେମିତିକି ମାଂସ ଓ କ୍ଷୀର ଜାତୀୟ ପଦାର୍ଥ |

ଆମ ଶରୀରରେ ମୁଖ୍ୟ ରୂପରେ ଦୁଇ ପ୍ରକାରର କୋଲେଷ୍ଟେରଲ ମିଳିଥାଏ । ଯେମିତିକି ହାଇ ଡେନସିଟି ଲିପପ୍ରୋଟିନ କିମ୍ବା HDL ଓ ଲୋ ଡେନସିଟି ଲିପପ୍ରୋଟିନ ବା LDL । LDLକୁ ଖରାପ କୋଲେଷ୍ଟେରଲ କୁହାଯାଏ । ଏହାର ମାତ୍ରା ଅଧିକ ହେଲେ ହୃଦରୋଗ ଜନିତ ଆଶଙ୍କା ବଢିଯାଏ । କିନ୍ତୁ ଅନ୍ୟପକ୍ଷରେ HDLକୁ ଏକ ଭଲ କୋଲେଷ୍ଟେରଲ ଭାବେ ଧରାଯାଏ | ଶରୀରକୁ ବିଭିନ୍ନ ରୋଗ ଦାଉରୁ ସୁରକ୍ଷା ଦିଏ ଏହି କୋଲେଷ୍ଟେରଲ । LDL କୋଲେଷ୍ଟେରଲ ବଢିବା ଫଳରେ ରକ୍ତ ବାହିକାରେ ଏକ ବାଧା ସୃଷ୍ଟି ହୋଇଥାଏ । ଯୄଯେଉଁ କାରଣରୁ ହାର୍ଟ ପର୍ଯ୍ୟନ୍ତ ରକ୍ତ ସୁରୁଖୁରୁରେ ପହଞ୍ଚି ପାରେ ନାହିଁ । ଫଳରେ ହୃଦ୍ରୋଗ ଜନିତ ସମସ୍ୟା ଦେଖାଦିଏ | । ସମୋକିଙ୍ଗ, ହାଇ ବ୍ଲଡ଼ ପ୍ରେସର, ଡାଇବେଟିଜ, ଓ ଫ୍ୟାଟ ଜନିତ ଖାଦ୍ୟ ଅଧିକ ଖାଇବା ଫଳରେ ହିଁ LDL ପରିମାଣ ବଢିଥାଏ ।

ଜାଣନ୍ତିକି କେଉଁ କେଉଁ ଖାଦ୍ୟ ଶରୀରରେ ବଢ଼ାଇଥାଏ କୋଲେଷ୍ଟେରଲ ମାତ୍ରା:

ଚକୋଲେଟ କିମ୍ବା ଚକୋଲେଟ ସ୍ପ୍ରେଡ଼:

ଏଥିରେ ଖୁବ ଅଧିକ ଚିନି ତଥା ସାଚ୍ୟୁରେଟେଡ଼ ଫ୍ୟାଟ ଥାଏ । ଆଉ କ୍ଷୀର ଓ ଧଳା ଚକୋଲେଟରେ LDL ଅଧିକ ପରିମାଣରେ ଥାଏ । ତେଣୁ ଚକୋଲେଟ କିମ୍ବା ଚକୋଲେଟ ସ୍ପ୍ରେଡ଼ କିଣିବା ସମୟରେ ଏହାର ଲେବଲ ପ୍ରତି ଧ୍ୟାନ ଦିଅନ୍ତୁ ।

 

11 High Cholesterol Foods — Which to Eat, Which to Avoid

ଚିଜ:

ଏଥିରେ ସାଚ୍ୟୁରେଟେଡ଼ ଫ୍ୟାଟ ପ୍ରଚୁର ଥାଏ । ଯେଉଁ ଚିଜ ଫୁଲ ଫ୍ୟାଟ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ ସେଥିରେ କୋଲେଷ୍ଟେରଲ ଅଧିକ ଥାଏ ।  ଏହାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ହିଁ ଖାଇବା ଉଚିତ ।

ନଡ଼ିଆ ତେଲ:

ନଡ଼ିଆ ତେଲରେ ୯୦ ପ୍ରତିଶତ ସାଚ୍ୟୁରେଟେଡ଼ ଫ୍ୟାଟ ଥାଏ । ଏହାର ସେବନ ଦ୍ୱାରା ଉଭୟ କୋଲେଷ୍ଟେରଲ ମାତ୍ରା ବଢିଥାଏ ।

ଫ୍ରାଏଡ ଫାଷ୍ଟ ଫୁଡ:

ପ୍ରତିଦିନ ଯଦି ଫ୍ରାଏଡ କରାଯାଉଥିବା ଫାଷ୍ଟ ଫୁଡ ଖାଆନ୍ତି ତେବେ ଆପଣଙ୍କ ଶରୀରରେ କୋଲେଷ୍ଟେରଲର ପରିମାଣ ବଢିଯାଏ । ତେଣୁ ଯଥା ସମ୍ଭବ ଏହାକୁ କମ ଖାଇବା ଉଚିତ ।

ଲହୁଣୀ କିମ୍ବା ଚର୍ବି:

ଲହୁଣୀ କିମ୍ବା ପଶୁ ମାନଙ୍କ ଚର୍ବିରେ ଖୁବ ଅଧିକ ସାଚ୍ୟୁରେଟେଡ଼ ଫ୍ୟାଟ ମିଳିଥାଏ । ଯାହା ଶରୀରରେ କୋଲେଷ୍ଟେରଲ ବଢ଼ିଥାଏ । ଲହୁଣୀ ବଦଳରେ ଅଲିଭ ତେଲ ବ୍ୟବହାର କରିବା ସର୍ବତ୍କୃଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.