ପିରିୟଡ୍ସରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, କମିବା ବଦଳରେ ବଢ଼ିଯିବ ଆପଣଙ୍କ ସମସ୍ୟା

କେତେକ ମହିଳା ଏହି ସମୟରେ ଏତେ ଚିନ୍ତିତ ହୋଇପଡନ୍ତି ଯେ ସେମାନେ ଡିପ୍ରେସନକୁ ଚାଲିଯାନ୍ତି। ଏହି ଦିନରେ ଆପଣଙ୍କୁ ବହୁତ ଭାବିଚିନ୍ତି ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ।

ମହିଳାଙ୍କ ମାସିକ ଧର୍ମ ଅର୍ଥାତ ପିରିୟଡ୍ସରେ ବହୁତ ସମସ୍ୟା ହୋଇଥାଏ। ଏହି ସମୟରେ ମହିଳାଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ। କେତେକ ମହିଳା ଏହି ସମୟରେ ଏତେ ଚିନ୍ତିତ ହୋଇପଡନ୍ତି ଯେ ସେମାନେ ଡିପ୍ରେସନକୁ ଚାଲିଯାନ୍ତି। ଏହି ଦିନରେ ଆପଣଙ୍କୁ ବହୁତ ଭାବିଚିନ୍ତି ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ମାସିକ ଧର୍ମ ସମୟରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ପୋଷ୍ଟିକ ଆହାର ନେବା ଦରକାର। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଏହି ସମୟରେ ଆପଣଙ୍କୁ କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ।

ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରତା ରଖନ୍ତୁ

ଚେଷ୍ଟା କରନ୍ତୁ ଯେ ଏହି ସମୟରେ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଉଚିତ ନୁହେଁ। ଏହା ଆପଣଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ। କିନ୍ତୁ ଯଦି ଏହି ସମୟରେ ମିଠା ଖାଇବାକୁ ମନ କରେ ତେବେ ଆପଣ ମିଠା ଫଳ ଯଥା ଆମ୍ବ, ତରଭୂଜ କିମ୍ବା ସେଓ ଖାଇପାରିବେ।

ଫ୍ୟାଟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

ପିରିୟଡ୍ସ ସମୟରେ ଆପଣ ଫ୍ୟାଟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ମାଂସରେ ବହୁତ ମାତ୍ରାରେ ଫ୍ୟାଟ ମିଳିଥାଏ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ପେଟ ଫୁଲିବା ଏବଂ ଯନ୍ତ୍ରଣା ଭଳି ସମସ୍ୟା ଉପୁଯାଇପାରେ। ପିରିୟଡ୍ସରେ ଏହି ସମସ୍ୟା ବହୁତ ଅଧିକ ବଢ଼ିଯାଇଥାଏ। ଏହି ସମୟରେ ଯଦି ଆପଣଙ୍କୁ ଆମିଶରେ କିଛି ଖାଇବାକୁ ଇଚ୍ଛା ହେଉଛି ତେବେ ମାଛ ଖାଇପାରିବେ।

ମଦ୍ୟପାନ

ମଦ ସବୁବେଳେ ହାନିକାରକ ହୋଇଥାଏ। ଏହାକୁ କେବେବି ହାତ ଲଗାଇବା ଉଚିତ ନୁହେଁ। ଏହି ସମୟରେ ମଦ ବହୁତ ହାନିକାରକ ହୋଇଥାଏ। ଏହାଦ୍ବାରା ଡିପ୍ରେସନ ବଢ଼ିଥାଏ। ଏହା ରକ୍ତକୁ ଆହୁରି ଅଧିକ ପତଳା କରିଦେଇଥାଏ ଯେଉଁ କାରଣରୁ ପିରିୟଡ୍ସ କିଛି ସମୟ ଦିନ ଗଡିଯାଇଥାଏ। ମଦ ବଦଳରେ ଆପଣ ଚା ପିଅନ୍ତୁ।

ଗ୍ୟାସ କରୁଥିବା ଖାଦ୍ୟ ଠାରୁ ରୁହନ୍ତୁ ଦୂରରେ

ପିରିୟଡ୍ସ ସମୟରେ ଏମିତି ସବୁ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ ଯାହା ଗ୍ୟାସ ସ୍ରୁଷ୍ଟି କରିଥାଏ। ଫାଷ୍ଟ ଫୁଡ୍, ଛଣା ହୋଇଥିବା ଖାଦ୍ୟ ଠାରୁ ନିଜକୁ ଯଥେଷ୍ଟ ଦୂରତା ରଖନ୍ତୁ। ଏହି ସମୟରେ ଏହି ସବୁ ଜିନିଷକୁ ଖାଇବା ଦ୍ବାରା ଆପଣଙ୍କ ସମସ୍ୟା ବଢ଼ିଯାଇଥାଏ।

Leave A Reply

Your email address will not be published.