ଭୁଲରେ ବି ଚିକେନ ସହିତ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଯାଇପାରନ୍ତି ହସପିଟାଲ୍‌

ପ୍ରାୟ ସମୟରେ ଆମେ ଚିକେନ ଖାଉଥିବା ସମୟରେ ଖୁସିରେ ସ୍ୱାଦ ପାଇଁ ଆଉ କିଛି ଜିନିଷ ଖାଇଦିଅନ୍ତି କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ପାଇଁ ଆମକୁ ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିପାରେ। ଆମେ ଚିକେନ ଖାଉଥିବାବେେଳେ ଏହାର ସ୍ୱାଦକୁ ବଢ଼ାଇବା ପାଇଁ ଆଉ କିଛି ଅଲଗା ଖାଦ୍ୟ ଖାଇବାକୁ ଚାହିଁଥାନ୍ତି। କିନ୍ତୁ ଆମର ଏହି ଅଭ୍ୟାସ ଆମକୁ ହସପିଟାଲ ପର୍ଯ୍ୟନ୍ତ ନେଇପାରେ। ସେଥିପାଇଁ ଆମକୁ ଏହା ଉପରେ ଧ୍ୟାନ ରଖିବାକୁ ହେବ ଯେ କେଉଁ ଜିନିଷକୁ ଚିକେନ ସହିତ ଖାଇବା ଉଚିତ ନୁହେଁ ଏବଂ କେଉଁ ଜିନିଷକୁ ଖାଇବା ଉଚିତ। ରୋଷଇର ଏମିତି କିଛି ଜିନିଷ ଅଛି ଯାହାକୁ ଖାଇଲେ ଆମ ସ୍ୱାସ୍ଥ୍ୟକୁ ବହୁତ ଗମ୍ଭୀର କ୍ଷତି ପହଁଚାଇଥାଏ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚିକେନ ସହିତ ଆମକୁ କେଉଁ ଜିନିଷକୁ ଖାଇବା ଉଚିତ ନୁହେଁ।

ଦହି

ଯଦି ଆପଣ ଚିକେନ ଖାଉଛନ୍ତି ତେବେ ଭୁଲରେ ମଧ୍ୟ ତା ସହିତ ଦହି ଖାଆନ୍ତୁ ନାହିଁ। କାରଣ ଚିକେନ ଆମ ଶରୀରରେ ଗରମ ଉତ୍ପନ୍ନ କରିଥାଏ ଏବଂ ଦହି ଥଣ୍ଡା ପ୍ରଦାନ କରିଥାଏ। ସେହିକାରଣରୁ ଦହି ଏବଂ ଚିକେନକୁ ଏକା ସାଥିରେ ଖାଇବା ଦ୍ୱାରା ଉଭୟ ତତ୍ତ୍ୱ ନିଜ ଭିତରେ ମିଶିଯାଏ, ଯାହା ଆମ ପାଚନ କ୍ରୀୟାରେ ପ୍ରଭାବ ପକାଇଥାଏ। ଚିକେନ ଏବଂ ଦହିକୁ ସାଙ୍ଗରେ ଖାଇଲେ ପେଟ ସମ୍ବନ୍ଧୀୟ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ।

ଏହାସହ ପଢନ୍ତୁ : ଆଜି ଘରେ ନୂଆ ଷ୍ଟାଇଲରେ ବନାନ୍ତୁ ‘ମଟନ କୋରମା’, ଏମିତି ସ୍ୱାଦ ପୂର୍ବରୁ କେବେ ଖାଇନଥିବେ

କ୍ଷୀର

ଚିକେନ ଖାଇବା ପରେ କେବେବି କ୍ଷୀର ପିଇବା ଉଚିତ ନୁହେଁ। କାରଣ କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଚିକେନରେ ରହିଥିବା ପୋଷକ ସହିତ ମିଶି ଆମ ଶରୀରକୁ କ୍ଷତି ପହଁଚାଇଥାଏ। କ୍ଷୀର ଏବଂ ଚିକେନକୁ ଏକା ସାଥିରେ ଖାଇଲେ ଏହା ଆମ ଆମ ଶରୀରରେ ରିଆକସନ୍ କରିଥାଏ। ଯାହାଦ୍ୱାରା ଶରୀରରେ ଧଳା ଦାଗ ହେବା ଭଳି ସମ୍ଭାବନା ରହିଥାଏ। ଏଥିପାଇଁ କେବେବି କ୍ଷୀର ଏବଂ ଚିକେନକୁ ସାଥିରେ ଖାଇବା ଉଚିତ ନୁହେଁ।

ନିଶ୍ଚିତ ପଢନ୍ତୁ : ସେଓ ଉପରେ ଲାଗିଥିବା ମହମ ହୋଇପାରେ ଅନେକ ଗମ୍ଭୀର ରୋଗର କାରଣ, ଏହି ଉପାୟ ଦ୍ୱାରା ବାହାର କରନ୍ତୁ

ମାଛ

ଚିକେନ ଏବଂ ମାଛ ଉଭୟ ଖାଇବାକୁ ବହୁତ ସ୍ୱାଦିଷ୍ଟ। ଉଭୟ ଚିକେନ ଏବଂ ମାଛରେ ପ୍ରୋଟିନ ଭରପୂର ମାତ୍ରାରେ ମିଳିଥାଏ। କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଚିକେନ ଏବଂ ମାଛରେ ଅଲଗା ଅଲଗା ପ୍ରକାରର ପ୍ରୋଟୀନ ରହିଥାଏ। ଏହିକାରଣରୁ କେବେବି ଏହି ଦୁଇଟିକୁ ଏକା ସାଥିରେ ଖାଇବା ଉଚିତ ନୁହେଁ, କାରଣ ଏପରି କଲେ ଆମ ଶରୀରକୁ ବହୁତ ଗମ୍ଭୀର କ୍ଷତି ପହଁଚିଥାଏ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

7 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

26 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

34 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

51 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago