ଏହି ଜିନିଷ ଉପହାର ଦେଉଛନ୍ତି କି ? ଧ୍ୟାନ ରଖନ୍ତୁ ଭାଙ୍ଗି ପାରେ ସଂପର୍କ

ଭାରତୀୟ ପରମ୍ପରା ଅନୁଯାୟୀ ଯେକୌଣସି ଶୁଭ ମୂହୁର୍ତ୍ତରେ ଆମେ ଉପହାର ପ୍ରଦାନ କରିଥାଉ। କିନ୍ତୁ କେଉଁ ସମୟରେ କାହାକୁ କଣ ଉପହାର ଦେବା ଉଚିତ ତାହା ବିଷୟରେ ସଠିକ୍ ଜ୍ଞାନ ରହିବା ଆବଶ୍ୟକ। କାରଣ କୌଣସି ବ୍ୟକ୍ତିଙ୍କୁ ଉପହାର ଦେବା ଅର୍ଥ ସେହି ବ୍ୟକ୍ତିଙ୍କ ପ୍ରତି ଆପଣଙ୍କ ଭଲ ପାଇବା ଦେଖାଇବା। ଉପହାର ଜରୀଆରେ ଆମେ ତାଙ୍କୁ ଶୁଭକାମନା ଜଣାଇଥାଉ। ଏଣୁ ଶାସ୍ତ୍ର ଅନୁଯାୟୀ କିଛି ଏପରି ଜିନିଷ ରହିଛି ଯାହା ଭୁଲରେ ମଧ୍ୟ ଉପହାର ଭାବେ ଉଚିତ୍ ନୁହଁ।

gift

ବାସ୍ତୁଶାସ୍ତ୍ର ଅନୁଯାୟୀ, କେବେ ମଧ୍ୟ କାହାକୁ ଭଗବାନଙ୍କ ମୂର୍ତ୍ତି ବା ଫଟୋ ଉପହାର ଭାବେ ଦେବା ଉଚିତ ନୁହଁ। କାରଣ ଭଗବାନଙ୍କ ପୂଜା କରାଯାଇଥାଏ । ଏଣୁ ସର୍ବଦା ଉପହାର ନୁହଁ ବରଂ ନିଜେ ଏହାକୁ କିଣି ପୂଜା ଅର୍ଚ୍ଚନା କରିବା ଉଚିତ୍।

କାହାକୁ ମଧ୍ୟ ପାଣି ବାହୁରିଥିବା ବା ଭାସିଥିବା ପାଣି ସୋ ପିସ୍ ଆଦି ଉପହାର ଭାବେ ଦେବା ଉଚିତ ନୁହଁ। ଏହି ଉପହାର ଦ୍ବାରା ଅର୍ଥାଭାବ ଭଳି ଅସୁବିଧା ଉପୁଜିଥାଏ। ଏଣୁ କାହାକୁ ମଧ୍ୟ ଏହି ଉପହାର ପ୍ରଦାନ କରନ୍ତୁ ନାହିଁ।

କେବେ ମଧ୍ୟ କାହାକୁ ଧାର ଥିବା ଜିନିଷ ଉପାହାର ଭାବେ ଦେବା ଉଚିତ ନୁହଁ। ଯେପରିକି ପେନ୍ ନାଇଫ, ଛୁରୀ, କଇଁଚି ବା ଖଣ୍ଡା । ଏହା ଦ୍ବାରା ବ୍ୟକ୍ତିଙ୍କ ଉପରେ ଖାରାପ ପ୍ରଭାବ ପକାଇବା ସହ ସଂପର୍କରେ ଫାଟକ ସୃଷ୍ଟି ହୋଇଥାଏ।

ଉପହାର ସ୍ବରୁପ ରୁମାଲ ଦେବା ଠିକ୍ ନୁହଁ। ବାସ୍ତୁଶାସ୍ତ୍ର ଅନୁଯାୟୀ , କୌଣସି ବ୍ୟକ୍ତିଙ୍କୁ ରୁମାଲ ଉପହାର ଭାବେ ଦିଆଗଲେ ତାଙ୍କ ମଧ୍ୟରେ ନକାରାତ୍ମକ ଚିନ୍ତାଧାରା ଉପୁଜିଥାଏ ।

Leave A Reply

Your email address will not be published.