ଲାଇଫ୍ ଷ୍ଟାଇଲ୍

ଭୁଲରେ ଫ୍ରିଜରେ ରଖନ୍ତୁ ନାହିଁ ଏହି ସବୁ ଖାଦ୍ୟ ପଦାର୍ଥ, ସ୍ୱାସ୍ଥ୍ୟ ଉପରେ ପଡିପାରେ କୁପ୍ରଭାବ

ସାଧାରଣତଃ ଆମେ ବଜାରରୁ ଆଣିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ସତେଜ ରଖିବା ପାଇଁ ଆମେ ଫ୍ରିଜ ବ୍ୟବହାର କରିଥାଉ । କିନ୍ତୁ ଏମିତି କିଛି ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ସ୍ୱାଦ ଓ ସତେଜତା ଶୀଘ୍ର ନଷ୍ଟ ହୋଇଯାଇଥାଏ । ସେଗୁଡିକର ରଙ୍ଗରେ ବି ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତୁ ସେହି ଗୁଡିକ କଣ କଣ ଜାଣି ରଖିବା:

କଦଳୀ:

ପାଚିଲା କଦଳୀ ଫ୍ରିଜରେ ଆଦୌ ରଖିବା ଉଚିତ ନୁହେଁ । ଫ୍ରିଜରେ ରହିଲେ ଏହି ଫଳରେ ଏକ ପ୍ରକାର ରାସାୟନିକ ପରିବର୍ତ୍ତନ ଆସିଥାଏ । ଆଉ ମଧ୍ୟ ଫ୍ରିଜରେ ରହିଲେ କଦଳୀର ଉପରି ଭାଗ କଳା ପଡିଯାଇଥାଏ । କାରଣ କଦଳୀ ସାଧାରଣତଃ ଗ୍ରୀଷ୍ମ ପ୍ରଧାନ ଅଂଚଳ ମାନଙ୍କରେ ହୋଇଥାଏ । ଏହାର ଉପରି ଭାଗରେ ଥଣ୍ଡାରୁ ସୁରକ୍ଷା ନେଇ କୌଣସି ପ୍ରକାର ପ୍ରାକୃତିକ ସୁରକ୍ଷା କବଚ ନଥାଏ । ଏଣୁ ଥଣ୍ଡା ତାପମାତ୍ରାରେ ରହିବା ଦ୍ୱାରା ଚୋପା ଏକ ପ୍ରକାର ଢିଲା ପଡି ଯାଇଥାଏ ।

ରସୁଣ:

ଭାରତୀୟ ମସଲାରେ ଏକ ପ୍ରମୁଖ ଭୂମିକା ନିଭେଇଥିବା ରସୁଣକୁ ବି ଫ୍ରିଜରେ ରଖିବା ଉଚିତ ନୁହେଁ । ଫ୍ରିଜରେ ରଖିବା ଦ୍ୱାରା ତାର ଚୋପା ଶୁଖିବା ସହ ଭିତରଟା ମଧ୍ୟ ପଚି ଯାଏ । ସାଧାରଣ ରୁମ ତାପମାତ୍ରା କିମ୍ବା କୌଣସି ଅନ୍ଧାର ଘରେ ଏହାକୁ ସରଂକ୍ଷିତ କରି ରଖିବା ହେଉଛି ସର୍ବତ୍କୃଷ୍ଟ ମାଧ୍ୟମ । ସବୁବେଳେ ଧ୍ୟାନ ଦେବେ ରୁମ ଏମିତି ହେବା ଆବଶ୍ୟକ ଯେଉଁଠି ବାୟୁ ଓ ସୂର୍ଯ୍ୟାଲୋକ ଭଲ ଭାବେ ପଡି ପାରୁଥିବ ।

ବ୍ରେଡ:

ବ୍ରେଡକୁ ରେଫ୍ରିଜିରେଟରରେ ରଖିବା ଜମା ଉଚିତ ନୁହେଁ | ଏହାକୁ ଫ୍ରିଜରେ ଅଧିକ ଦିନ ରଖିଲେ ଏହାର ସ୍ୱାଦ ବି ନଷ୍ଟ ହୋଇଯାଇଥାଏ ।ଥଣ୍ଡା ତାପମାତ୍ରାରେ ଷ୍ଟାର୍ଚ୍ଚ ନିର୍ମାଣ ହୋଇଥାଏ | ଯାହା ଫଳରେ ଫ୍ରିଜରେ ବ୍ରେଡ ରଖିବା ଫଳରେ ସୁଖୀ ଯାଇଥାଏ ।

ଆଳୁ;

ଆଳୁକୁ ସାଧାରଣତଃ ଶୁଖିଲା ଓ ସାଧାରଣ ତାପମାତ୍ରାରେ ରଖିବା ଉଚିତ । ରେଫରୀଜିରେଟରରେ ରଖିବା ଦ୍ୱାରା ଆଳୁ ଭିତରେ ଥିବା ଷ୍ଟାର୍ଚ୍ଚ ସୁଗାର ପାଲଟି ଯାଏ । ଏହା ସହ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇ ଏହାର ରଙ୍ଗ ମଧ୍ୟ ବଦଳିଯାଏ । ଆଳୁ ପାଇଁ ୪୫ ଡିଗ୍ରୀ ତାପମାତ୍ରାକୁ ସର୍ବତ୍କୃଷ୍ଟ ଧରାଯାଇଥାଏ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

57 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago