ଫ୍ରିଜରେ ରଖନ୍ତୁ ନାହିଁ ଏହି ସବୁ ଖାଦ୍ୟ, ସ୍ୱାସ୍ଥ୍ୟ ଉପରେ ପଡିପାରେ କୁପ୍ରଭାବ

ସାଧାରଣତଃ ଆମେ ବଜାରରୁ ଆଣିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ସତେଜ ରଖିବା ପାଇଁ ଆମେ ଫ୍ରିଜ ବ୍ୟବହାର କରିଥାଉ । କିନ୍ତୁ ଏମିତି କିଛି ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ସ୍ୱାଦ ଓ ସତେଜତା ଶୀଘ୍ର ନଷ୍ଟ ହୋଇଯାଇଥାଏ । ସେଗୁଡିକର ରଙ୍ଗରେ ବି ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତୁ ସେହି ଗୁଡିକ କଣ କଣ ଜାଣିବା..

ବ୍ରେଡ:
ବ୍ରେଡକୁ ରେଫ୍ରିଜିରେଟରରେ ରଖିବା ଜମା ଉଚିତ ନୁହେଁ | ଏହାକୁ ଫ୍ରିଜରେ ଅଧିକ ଦିନ ରଖିଲେ ଏହାର ସ୍ୱାଦ ବି ନଷ୍ଟ ହୋଇଯାଇଥାଏ ।ଥଣ୍ଡା ତାପମାତ୍ରାରେ ଷ୍ଟାର୍ଚ୍ଚ ନିର୍ମାଣ ହୋଇଥାଏ | ଯାହା ଫଳରେ ଫ୍ରିଜରେ ବ୍ରେଡ ରଖିବା ଫଳରେ ସୁଖୀ ଯାଇଥାଏ ।

ରସୁଣ:

ଭାରତୀୟ ମସଲାରେ ଏକ ପ୍ରମୁଖ ଭୂମିକା ନିଭେଇଥିବା ରସୁଣକୁ ବି ଫ୍ରିଜରେ ରଖିବା ଉଚିତ ନୁହେଁ । ଫ୍ରିଜରେ ରଖିବା ଦ୍ୱାରା ତାର ଚୋପା ଶୁଖିବା ସହ ଭିତରଟା ମଧ୍ୟ ପଚି ଯାଏ । ସାଧାରଣ ରୁମ ତାପମାତ୍ରା କିମ୍ବା କୌଣସି ଅନ୍ଧାର ଘରେ ଏହାକୁ ସରଂକ୍ଷିତ କରି ରଖିବା ହେଉଛି ସର୍ବତ୍କୃଷ୍ଟ ମାଧ୍ୟମ । ସବୁବେଳେ ଧ୍ୟାନ ଦେବେ ରୁମ ଏମିତି ହେବା ଆବଶ୍ୟକ ଯେଉଁଠି ବାୟୁ ଓ ସୂର୍ଯ୍ୟାଲୋକ ଭଲ ଭାବେ ପଡି ପାରୁଥିବ ।

କଦଳୀ:
ପାଚିଲା କଦଳୀ ଫ୍ରିଜରେ ଆଦୌ ରଖିବା ଉଚିତ ନୁହେଁ । ଫ୍ରିଜରେ ରହିଲେ ଏହି ଫଳରେ ଏକ ପ୍ରକାର ରାସାୟନିକ ପରିବର୍ତ୍ତନ ଆସିଥାଏ । ଆଉ ମଧ୍ୟ ଫ୍ରିଜରେ ରହିଲେ କଦଳୀର ଉପରି ଭାଗ କଳା ପଡିଯାଇଥାଏ । କାରଣ କଦଳୀ ସାଧାରଣତଃ ଗ୍ରୀଷ୍ମ ପ୍ରଧାନ ଅଂଚଳ ମାନଙ୍କରେ ହୋଇଥାଏ । ଏହାର ଉପରି ଭାଗରେ ଥଣ୍ଡାରୁ ସୁରକ୍ଷା ନେଇ କୌଣସି ପ୍ରକାର ପ୍ରାକୃତିକ ସୁରକ୍ଷା କବଚ ନଥାଏ । ଏଣୁ ଥଣ୍ଡା ତାପମାତ୍ରାରେ ରହିବା ଦ୍ୱାରା ଚୋପା ଏକ ପ୍ରକାର ଢିଲା ପଡି ଯାଇଥାଏ ।

ଆଳୁ;
ଆଳୁକୁ ସାଧାରଣତଃ ଶୁଖିଲା ଓ ସାଧାରଣ ତାପମାତ୍ରାରେ ରଖିବା ଉଚିତ । ରେଫରୀଜିରେଟରରେ ରଖିବା ଦ୍ୱାରା ଆଳୁ ଭିତରେ ଥିବା ଷ୍ଟାର୍ଚ୍ଚ ସୁଗାର ପାଲଟି ଯାଏ । ଏହା ସହ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇ ଏହାର ରଙ୍ଗ ମଧ୍ୟ ବଦଳିଯାଏ । ଆଳୁ ପାଇଁ ୪୫ ଡିଗ୍ରୀ ତାପମାତ୍ରାକୁ ସର୍ବତ୍କୃଷ୍ଟ ଧରାଯାଇଥାଏ ।

Leave A Reply

Your email address will not be published.