ପ୍ରତିଦିନ ପିଅନ୍ତୁ କଫି ବଢ଼ାନ୍ତୁ ବୟସ, ଅନେକ ପୁରୁଣା ରୋଗରୁ ଦେବ ମୁକ୍ତି
ଆଜିକାଲିର ପ୍ରାୟତଃ ଲୋକେ କଫି ସହିତ ନିଜ ଦିନର ଆରମ୍ଭ କରନ୍ତି । ଯଦି ଆପଣ ସକାଳେ ୧ କପ୍ ଷ୍ଟ୍ରଙ୍ଗ୍ କଫି ପିଅନ୍ତି, ତେବେ ଆପଣଙ୍କ ଶରୀର ସଂପୂର୍ଣ୍ଣ ସତେଜ ହୋଇଯାଏ । ଶରୀରରେ ସତେଜତା ଆଣିବା ପାଇଁ କଫି ଏକ ବହୁତ ଭଲ ଡ୍ରିଙ୍କ । ସକାଳର ଏକ କପ୍ କଫି ଶରୀରରେ ଏନର୍ଜି ଆଣିଥାଏ । କିଛି ଲୋକ ଦିନକୁ ଅନେକ ଥର କଫି ପିଅନ୍ତି । ଯଦି ଆପଣ ମଧ୍ୟ ଜଣେ କଫି ଲଭର୍, ତେବେ ଜାଣିରଖନ୍ତୁ କଫି କେବଳ ସ୍ୱାଦ ବା ଏନର୍ଜି ପାଇଁ ନୁହେଁ ବରଂ ପ୍ରତିଦିନ କଫି ପିଇବା ଦ୍ୱାରା ଆମର ଜୀବନକାଳ ମଧ୍ୟ ବଢିଥାଏ ।
ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ କଫି ପିଉଥିବା ବ୍ୟକ୍ତିଙ୍କ ବୟସ ସାଧାରଣ ଲୋକଙ୍କ ତୁଳନାରେ ୨ ବର୍ଷ ଅଧିକ ହୋଇପାରେ । ଏକ ଏଜିଙ୍ଗ ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ କଫି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ କଫିରେ ୨୦୦୦ ରୁ ଅଧିକ ବାୟୋଆକ୍ଟିଭ୍ ଯୌଗିକ ଗୁଣ ମିଳିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଅନୁସନ୍ଧାନରୁ ଜଣାପଡିଛି ଯେ କଫି ପିଇବା ଦ୍ୱାରା ହୃଦଘାତ ଏବଂ ଅନେକ ପୁରୁଣା ରୋଗର ଆଶଙ୍କା ମଧ୍ୟ କମିଯାଏ । ଏହି ଅନୁସନ୍ଧାନରେ ଜଡିତ ଜଣେ ଲେଖକ କହିଛନ୍ତି ଯେ ଆଜିକାଲି ବିଶ୍ୱର ଜନସଂଖ୍ୟା ଖୁବ ଶୀଘ୍ର ବାର୍ଦ୍ଧକ୍ୟ ଆଡକୁ ଗତି କରୁଛି । ତେଣୁ ଖାଦ୍ୟ ପାନୀୟକୁ ପରିବର୍ତ୍ତନ କରିବା ଏବଂ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଜରୁରୀ ହୋଇଥାଏ ଯାହା ଦୀର୍ଘ ଜୀବନ ବଞ୍ଚିବାରେ ସାହାଯ୍ୟ କରେ ।
ଅନେକ ପୁରୁଣା ରୋଗକୁ ଦୂର କରିଥାଏ କଫି:
ଅନୁସନ୍ଧାନରୁ ଜଣାପଡିଛି ଯେ ବାର୍ଦ୍ଧକ୍ୟ କମ୍ କରିବାରେ କଫିର ଭୂମିକାକୁ ଅଣଦେଖା କରାଯାଇଛି, କିନ୍ତୁ କଫି ପିଇବା ଦ୍ୱାରା ଶରୀରର ଅନେକ ପୁରୁଣା ରୋଗ ଦୂର ହୋଇପାରିବ । କଫି ପିଇବା ଦ୍ୱାରା ହୃଦ୍ ରୋଗ ଏବଂ ସ୍ନାୟୁଗତ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବହୁତ ମାତ୍ରାରେ କମିଯାଏ । କଫି ଏକ ହେଲ୍ଦି ଜୀବନଯାପନରେ ସାହାଯ୍ୟ କରେ ।
କଫି ପିଇବାର ଲାଭ:
କଫିରେ ୨୦୦୦ ରୁ ଅଧିକ ସମ୍ଭାବ୍ୟ ବୟୋଆକ୍ଟିଭ ଯୌଗିକ ରହିଥାଏ, ଯେଉଁଥିରେ ଯୌଗିକ ସହିତ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଲାଭ ମଧ୍ୟ ମିଳିଥାଏ । କଫିରେ ‘ଆଣ୍ଟି ଏଜିଙ୍ଗ୍’ ଗୁଣ ମିଳିଥାଏ । କଫି ପିଇବା ଲିଭରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଅଧିକ କଫି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । କାରଣ ଏହା ଶରୀରରେ କଫିନ୍ ପରିମାଣ ବଢାଇଥାଏ । ତେଣୁ ସବୁବେଳେ ଏକ ସଠିକ୍ ପରିମାଣର କଫି ପିଇବା ଉଚିତ ଯାହା ଦ୍ୱାରା ଏହା ଆମ ବୟସ ବଢ଼ାଇବାରେ ସାହାଯ୍ୟ କରାଇଥାଏ ।