ଦିନକୁ ଦିନ ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ଭାବେ ବ୍ୟବହୃତ ହେବାରେ ଲାଗିଛି । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହି ପତ୍ରଗୁଡ଼ିକ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର, ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।
ତେବେ, ଆପଣମାନେ ଜାଣନ୍ତିି କି ଭୃସଙ୍ଗ ପତ୍ର ପରି ଏହାର ପାଣି ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ବିଶେଷକରି ଓଜନ କମ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଏହା ଏକ ସରଳ ଓ ପ୍ରଭାବଶାଳୀ ସମାଧାନ ପ୍ରମାଣିତ ହୋଇପାରେ । ଯଦି ଆପଣ ବି ଓଜନ କମ କରିବାରେ ଅସଫଳ ହେଉଛନ୍ତି ,ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ଭୃସଙ୍ଗ ପତ୍ର ପାଣି ପିଇବା ଆପଣଙ୍କୁ ଭଲ ଫଳ ଦେଇପାରେ । ଏହି ପାଣି କେବଳ ଶରୀରରେ ମେଟାବୋଲିଜମ୍ ବୃଦ୍ଧି କରେ ନାହିଁ ବରଂ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାର ଉପାୟ :
ଯଦି ଆପଣ ଶରୀରରେ ବଢିଥିବା ଅତ୍ୟଧିକ ଫ୍ୟାଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ,ତେବେ ନିଶ୍ଚିତ ଭାବେ ଭୃସଙ୍ଗ ପତ୍ରକୁ ଖାଦ୍ୟରେ ଅନ୍ତଭୁର୍କ୍ତ କରନ୍ତୁ । ତାହେଲେ ଆସନ୍ତୁ ଏହି ପାଣିକୁ କିପରି ପ୍ରସ୍ତୁତ କରିବା ସେ ବିଷୟରେ ଜାଣିବା, ସର୍ବପ୍ରଥମେ ଏକ ପ୍ୟାନରେ ପାଣି ନେଇ ସେଥିରେ ୧୦ ରୁ ୧୨ ତାଜା ଭୃସଙ୍ଗ ପତ୍ର ମିଶାନ୍ତୁ । ଏହାକୁ ଭଲ ଭାବରେ ଫୁଟାନ୍ତୁ ଯେପରି ପତ୍ରରେ ଥିବା ସମସ୍ତ ଔଷଧୀୟ ଗୁଣ ପାଣିରେ ମିଶିଯିବ । ଏହିପରି ଭାବରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ପ୍ରାକୃତିକ ଓଜନ କମ କରାଇବା ଡ୍ରିଙ୍କ୍ । ତେବେ ଶରୀରର ମୋଟାପଣକୁ କମ କରିବାକୁ ଚାହୁଁଥିଲେ ଏହି ଡ୍ରିଙ୍କ୍କୁ ସକାଳେ ଖାଲି ପେଟରେ ପିଅନ୍ତୁ । କ୍ରମାଗତ ଭାବେ ଏହାର ବ୍ୟବହାର ସହିତ, ଆପଣ ଶୀଘ୍ର ଉତ୍ତମ ଫଳାଫଳ ଦେଖିବାକୁ ଆରମ୍ଭ କରିବେ ।
ଫ୍ୟାଟ କମ କରିବାରେ ପ୍ରଭାବଶାଳୀ :
ଲୋକମାନେ ସାଧାରଣତଃ ଓଜନ କମ ପାଇଁ ବିଭିନ୍ନ ଉପାୟ ଖୋଜିଥାନ୍ତି, କିନ୍ତୁ ଆପଣ ବି ଯଦି ଏକ ପ୍ରଭାବଶାଳୀ ଉପାୟ ଚାହୁଁଛନ୍ତି, ତେବେ ଏହି ପାଣି ଆପଣଙ୍କ ପାଇଁ ସହଯୋଗୀ ହୋଇପାରିବ । ଏହା କେବଳ ମେଟାବୋଲିଜମ୍କୁ ବୃଦ୍ଧି କରିନଥାଏ ବରଂ ଶରୀରରେ ଜମା ହୋଇଥିବା ଅତ୍ୟଧିକ ଫ୍ୟାଟକୁ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଦୈନିକ ବ୍ୟୟାମ ସହିତ, ଯଦି ଭୃସଙ୍ଗ ପତ୍ର ପାଣି ପିଆଯାଏ ତେବେ ଏହାର ସକରାତ୍ମକ ପ୍ରଭାବ କିଛି ସପ୍ତାହ ମଧ୍ୟରେ ଆପେଆପେ ଦେଖାଦେବ । ଏହି ପ୍ରାକୃତିକ ଉପଚାର ଆପଣଙ୍କ ଓଜନ କମ ଯାତ୍ରକୁ ସରଳ ଓ ପ୍ରଭାବଶାଳୀ କରିବାରେ ସହଯୋଗୀ ହୋଇପାରେ ।
ଭୃସଙ୍ଗ ପତ୍ରରେ ଥିବା ଉପାଦାନ :
ଭୃସଙ୍ଗ ପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ୍-A, ଭିଟାମିନ୍-C, କ୍ୟାଲସିୟମ ଏବଂ ଫାଇବର ରହିଥାଏ, ଯାହା ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଦେଇଥାଏ । ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ଏକ ପ୍ରଭାବଶାଳୀ ସମାଧାନ ହୋଇପାରେ । ଏଥିରେ ଥିବା ଔଷଧୀୟ ଗୁଣ ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ ପେଟ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଏହା ବ୍ୟତୀତ, ଭୃସଙ୍ଗ ପତ୍ର ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ହୋଇପାରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁସ୍ଥ ରଖିଥାଏ , ଯାହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ ।