ଏସିଡ଼ିଟି ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ପର୍ଯ୍ୟନ୍ତ ସବୁ ସମସ୍ୟା ଦୂର କରିବ ଚଣା ପାଣି, ନିୟମିତ ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ

ସୁସ୍ଥ ରହିବା ପାଇଁ ହେଲଦି ଡାଏଟ ନେବା ନିହାତି ଜରୁରୀ । ଏହା ଶରୀରକୁ ସୁସ୍ଥ ରଖିବା ସହିତ ରୋଗ ଦାଉରୁ ବି ସୁରକ୍ଷା ଦେଇଥାଏ । ଅଧିକ ଦାମୀ ନୁହେଁ ମାତ୍ର କିଛି ଅତି ସାଧାରଣ ଖାଦ୍ୟ ନିୟମିତ ଖାଦ୍ୟରେ ସାମିଲ କରି ଆପଣ ନିଜ ଶରୀରକୁ ଜରୁରୀ ପୋଷଣ ତତ୍ତ୍ୱ ଯୋଗାଇ ପାରିବେ । ଜାଣନ୍ତିକି ବଜାରରେ ଖୁବ ସହଜରେ ମିଳୁଥିବା ଦେଶୀ ଚଣା ବି ଆପଣଙ୍କ ଇମ୍ୟୁନିଟି ଖୁବ ଷ୍ଟ୍ରଙ୍ଗ କରିବ । ଖୁବ କମ ଲୋକ ଜାଣିଥିବେ ଚଣା ସହିତ ଏହାର ପାଣି ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ । ସାଧାରଣତଃ ଲୋକମାନେ ଚଣା ଭିଜେଇବା ପରେ ତାହାର ପାଣିକୁ ଫିଙ୍ଗି ଦିଅନ୍ତି । କିନ୍ତୁ ଜାଣନ୍ତିକି ଏମିତି କରିବା ଦ୍ୱାରା ଆପଣ ଜରୁରୀ ପୋଷାକ ତତ୍ତ୍ୱ ନଷ୍ଟ କରୁଛନ୍ତି । ଏହି ପାଣିକୁ ଛାଣି ପିଇଲେ ଶରୀରର ଡାଇବେଟିସ ନିୟନ୍ତ୍ରଣକୁ ଆସିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିବ ।

ପୋଷକ ତତ୍ତ୍ୱ:

ଚଣାରେ ଥିବା କ୍ୟାଲସିୟମ, ଭିଟାମିନ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଫ୍ୟାଟସ, ଫାଇବର, ଆଇରନ, ଆଣ୍ଟି ଆକ୍ସିଡେଣ୍ଟ ପାଣିରେ ମିଶିଯାଇଥାଏ । ତେଣୁ ଏହି ପାଣି ପିଇଲେ ଅନେକ ଲାଭ ମିଳିଥାଏ ।

ଦୂର ହୁଏ ପେଟ ରୋଗ:

ଆଜିକା ସମୟରେ ପ୍ରାୟ ଅଧିକାଂଶଙ୍କ ଠାରେ ପେଟ ସମସ୍ୟା ଦେଖାଦେଉଛି । ଯଦି ଆପଣଙ୍କ ଠାରେ ବି ଏହି ସମସ୍ୟା ଅଛି ତେବେ ନିୟମିତ ଭାବେ ଏହି ପାଣି ପିଅନ୍ତୁ । ଏସିଡ଼ିଟି ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ପର୍ଯ୍ୟନ୍ତ ସବୁ ସମସ୍ୟା ହେବ ଦୂର ।

chana new

image credit: cooking rocking

ଓଜନ କମାଇବ:

ମୋଟାପଣ ସମସ୍ତ ରୋଗର ମୂଳ କାରଣ । ମୋଟାପଣକୁ ନିୟନ୍ତ୍ରଣକୁ ଆଣି ପାରିଲେ ଆମେ ବିଭିନ୍ନ ରୋଗ ଦାଉରୁ ବି ଶରୀରକୁ ରକ୍ଷା କରିପରିବା । ଏହି ପାଣି ପେଟ, ଅଂଟା, ଜଙ୍ଘ ଆଦିରେ ଜମା ରହିଥିବା ଏକ୍ସଟ୍ରା ଚର୍ବିକୁ କମ କରିବା ସହିତ ଶରୀରକୁ ଏକ ଭଲ ଆକାର ଦେଇଥାଏ ।

କେମିତି କରିବେ ସେବନ:

ରାତିସାରା କିଛି ଚଣାକୁ ବତୁରାଈ ଦିଅନ୍ତୁ । ସକାଳେ ପ୍ରେସର କୁକରରେ ୧ ରୁ ୨ଟି ସିଟି ଦିଅନ୍ତୁ । ଏବେ ଏହି ପାଣିକୁ ଅଲଗା କରି ସେଥିରେ କଳା ଲୁଣ, ଜୁଆଣି, ଜିରା, ହଳଦୀ ପାଉଡର ଆଦି ମିଶାନ୍ତୁ । ଏବେ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ । ଏହି ପାଣି ପେଟ ଚର୍ବି କମ କରିବା ସହିତ ଶରୀରରେ ଷ୍ଫୁର୍ତ୍ତି ଆଣିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.