କେବଳ ଗୋଟିଏ ସପ୍ତାହ ଖାଲି ପେଟରେ ସେବନ କରନ୍ତୁ ଚାଉଳ ପାଣି, ତା’ପରେ ଦେଖନ୍ତୁ କେତେ ପ୍ରଭାବଶାଳୀ

ଅନେକ ଲୋକ ପେଟଜନିତ ସମସ୍ୟାକୁ ନେଇ ଚିନ୍ତିତ ଥାଆନ୍ତି, ଯେପରି କି ଏସିଡିଟି, ବଦ୍‌ହଜମୀ, ଗ୍ୟାସ୍‌ ଇତ୍ୟାଦି। ଏମିତି ସ୍ଥିତିରେ ଲୋକେ ଔଷଧର ସାହାରା ନେଇଥାଆନ୍ତି। କିନ୍ତୁ କହି ରଖୁଛୁ, ଆପଣ ଔଷଧ ପରିବର୍ତ୍ତେ ଚାଉଳ ପାଣି ସେବନ କରି ମଧ୍ୟ ଏହି ସମସ୍ୟାରୁ ଛୁଟକାରା ପାଇପାରିବେ। ଚାଉଳ ପାଣି ଆପଣଙ୍କ ଅନ୍ତ୍ରନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଆସନ୍ତୁ ଜାଣିବା ଚାଉଳ ପାଣିର ଫାଇଦା ଏବଂ ଏହାକୁ ସେବନ କେତେବେଳେ କରିବା ଉଚିତ।

ନିକଟରେ ଲାଇଫ୍‌ଷ୍ଟାଇଲ କୋଚ୍‌ ଲ୍ୟୁକ୍‌ କଣ୍ଟିହୋ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଅନ୍ତ୍ରନଳୀ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଏକ ଶାନଦାର ତରିକା କହୁଛନ୍ତି। ଏହି ଭିଡିଓରେ ଲ୍ୟୁକ୍‌ ପାଣିରେ ଚାଉଳ ଭିଜାଇବାରେ ଏକ ଛୋଟ ମାଟି ପାତ୍ର ବ୍ୟବହାର କରିଛନ୍ତି। ସେ କହୁଛନ୍ତି କି, କେମିତି ଚାଉଳ ଓ ପାଣିର ମିଶ୍ରଣ ଶହ ଶହ ବର୍ଷ ଧରି ଏକ ପାରମ୍ପରିକ ପ୍ରୋବାୟୋଟିକ୍‌ ରୂପେ କାମ କରି ଆସୁଛି।

ଭିଡିଓର କ୍ୟାପସନରେ ସେ କହିଛନ୍ତି ଯେ ଯେଉଁ ଲୋକଙ୍କ ପେଟ ସବୁବେଳେ ପ୍ରାୟତଃ ଖରାପ ରହିଥାଏ, ସେମାନଙ୍କୁ ୫ରୁ ୭ ଦିନ ପର୍ଯ୍ୟନ୍ତ ନିୟମିତ ରୂପେ ସକାଳେ ଚାଉଳ ପାଣି ସେବନ କରିବା ଉଚିତ। ଏହା ପେଟକୁ ସଫା ଏବଂ ସୁସ୍ଥ ରଖିଥାଏ। ଇମ୍ୟୁନିଟିରୁ ଆରମ୍ଭ କରି ହର୍ମୋନରେ ସୁଧାର ଏବଂ ଗୋଡ଼ହାତ ଫୁଲାକୁ କମ୍‌ କରିବାରେ ବି ଏହା ବେଶ୍‌ ଲାଭଦାୟକ ହୋଇଥାଏ।