ଲାଇଫ୍ ଷ୍ଟାଇଲ୍

ଆପଣ ଅଧିକ ସୋଡା ପିଉଛନ୍ତି କି ? ହିପ୍ପୋକ୍ୟାମ୍ପସ୍‌ ହୋଇଯିବ ଛୋଟ, ମାଡିଆସିବ ଏହିସବୁ ରୋଗ

ଖରାଦିନେ ସାଧାରଣ ଲୋକେ ଖରାରେ ହାଲିଆ ହୋଇପଡିଥିଲେ କିମ୍ବା ଘରକୁ ଅତିଥି ଆସିଲେ ମିଠା ପାନୀୟ ପିଇବାକୁ ଦିଆଯାଇଥାଏ। କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ? ଆପଣ ଗରମ ଦିନରେ ଅଧିକ ସୋଡା ପିଉଛନ୍ତି କି ? ଯଦି ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ସୋଡା ପିଇବା ଦ୍ୱାରା ସ୍ମରଣ ଶକ୍ତି ଦୁର୍ବଳ ହୋଇପଡେ। ଅଧିକ ମିଠାପାନୀୟ ପିଇବା ଦ୍ୱାରା ଷ୍ଟ୍ରୋକ ଏବଂ ଡିମେନସିଆ ଭଳି ରୋଗ ହେବାର ଆଶଙ୍କା ରହିଥାଏ। ଫଳରେ ସ୍ମରଣ ଶକ୍ତି ଉପରେ ଅଧିକ ପ୍ରଭାବ ପଡିଥାଏ।

ହିପ୍ପୋକ୍ୟାମ୍ପସ ଛୋଟ ହୋଇଯାଏ :

ଏକ ରିସର୍ଚ୍ଚ ମୁତାବକ, ଅଧିକ ମାତ୍ରାରେ ସୋଡା ଏବଂ ମିଠାପାନୀୟ ପିଇବା ଦ୍ୱାରା ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଏ। ବ୍ରେନ ଭଲ୍ୟୁମ ରିଡ୍ୟୁସ ହୋଇଯାଏ। ହିପ୍ପୋକ୍ୟାମ୍ପସ ( ମସ୍ତିଷ୍କର ସେହି ଭାଗ, ଯେଉଁଠି ଶିଖିବା ଏବଂ ସ୍ମରଣ ରଖିବା ପାଇଁ ସାହାଯ୍ୟ କରେ) ତାହା ଛୋଟ ହୋଇଯାଏ।

ଏହି ରିସର୍ଚ୍ଚରୁ ଜଣାପଡିଛି ଯେ, ପ୍ରତିଦିନ ଆର୍ଟିଫିସିଆଲ ଡ୍ରିଙ୍କସ ଯେପରି ସୋଡା ପିଇବା ଦ୍ୱାରା ଷ୍ଟ୍ରୋକ ଏବଂ ଡିମେନସିଆ ଭଳି ରୋଗର ବିପଦ ତିନି ଗୁଣା ବଢିଯାଇଥାଏ। ଏହାଛଡା ଅତ୍ୟଧିକ ମିଠାପାନୀୟ ପିଇଲେ ସୁଗାର ଲେବଲ ବଢିବା ସହିତ ମୋଟାପଣ ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଆପଣ ଯେତେ ସମ୍ଭବ ଏହାଠାରୁ ଦୂରେଇ ରହିବା ଉଚିତ।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

23 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

31 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

46 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

52 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago