ଲାଇଫ୍ ଷ୍ଟାଇଲ୍

ରାତିରେ ପାଣି ପିଇବା ଦ୍ୱାରା ଶରୀର ଉପରେ ପଡିଥାଏ ଏହି ପ୍ରଭାବ, ଜାଣି ରଖନ୍ତୁ

ଆମ ଶରୀରର ଅଧିକାଂଶ ଅଂଶ ପାଣିରେ ହୋଇଛି। ଏହି କାରଣ ରୁ ଏହାକୁ ସଠିକ୍ ପରିମାଣରେ ଏବଂ ନିୟମିତ ବ୍ୟବଧାନରେ ପିଇବା ସ୍ୱାସ୍ଥ୍ୟ ପାଇଁ କୁହାଯାଏ । ନଚେତ୍ ଶରୀର ଡିହାଇଡ୍ରେଡ୍ ହୋଇଯିବ ଏବଂ ଅନେକ ସମସ୍ୟା ଉପୁଜିବ । ଖାସ କରି ଖରା ଦିନ ରେ ଏହି ଅସୁବିଧା ହୁଏ । ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନକୁ ୩ ରୁ ୪ ଲିଟର ପାଣି ପିଇବା ଉଚିତ୍ । ତଥାପି ସମସ୍ତ ମନରେ ପ୍ରଶ୍ନ ଥାଏ ଯେ, ଆମେ ରାତିରେ ପାଣି ପିଇବା ଉଚିତ କି ନୁହେଁ ? ଏହାକୁ କେତେ ମାତ୍ର ରେ ପିଇବା ଆବଶ୍ୟକ ।

ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବା ପୂର୍ବରୁ ପାଣି ପିଇବା ଆବଶ୍ୟକ, ଯେଉଁଥିପାଇଁ ଖାଦ୍ୟ ହଜମ ହେବା ସହଜ ହୋଇଯାଏ, ଏହା ବ୍ୟତୀତ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଜଳ ହେତୁ ଶରୀରରେ ଶୋଷିତ ହୋଇଥାଏ । ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ସୁସ୍ଥ ରହିଥାଏ ଏବଂ ବିଷାକ୍ତ ପଦାର୍ଥ ଏବଂ ବର୍ଜ୍ୟବସ୍ତୁ ବାହାର କରିବାରେ କୌଣସି ଅସୁବିଧା ହୋଇନଥାଏ ।

ଯେଉଁମାନେ କମ୍ ପାଣି ପିଉଛନ୍ତି, ସେମାନଙ୍କ ଶରୀରରେ ଅନେକ ସମସ୍ୟା ଦେଖାଦିଏ । କାରଣ ସେମାନେ ଡିଟକ୍ସାଇଫ୍ କରିବାରେ ସକ୍ଷମ ନୁହଁନ୍ତି । ଆପଣ ଦିନରେ ଅଧିକ ପାଣି ପିଅନ୍ତୁ ଏବଂ ରାତିରେ ଶୋଇବାର କିଛି ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଭଲ ଲାଭ ମିଳିବ । ଯଦି ଆପଣ ଶୋଇବା ସମୟରେ ଅଧିକ ପାଣି ପିଅନ୍ତି ତେବେ ଆପଣଙ୍କୁ ଶୋଇବାରେ ଅସୁବିଧା ହୋଇପାରେ ।

ତେବେ ଡାଇବେଟିସ୍ ରୋଗୀ ଏବଂ ହୃଦରୋଗରେ ପୀଡିତ ବ୍ୟକ୍ତିମାନେ ରାତିରେ ଅଧିକ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ୍, ଯଦି ଏପରି ଲୋକମାନେ ରାତିରେ ଅଧିକ ପାଣି ପିଇଥା’ନ୍ତି, ତେବେ ସେମାନଙ୍କୁ ବାରମ୍ବାର ବାଥରୁମ ଯିବାକୁ ପଡିବ, ଯେଉଁ କାରଣରୁ ସେମାନଙ୍କର ଶୋଇବା ସଂପୂର୍ଣ୍ଣ ଖରାପ ହୋଇଥାଏ । ସେମାନେ ୮ ଘଣ୍ଟାର ଆବଶ୍ୟକ ନିଦ ପୂରଣ କରିବାକୁ ସକ୍ଷମ ହୁଅନ୍ତି ନାହିଁ ।

ଏମିତିରେ ସାଧା ପାଣି ପିଇବା ପରିବର୍ତ୍ତେ ଆପଣ ଲେମ୍ବୁ ପାଣି, ଗ୍ରୀନ୍ ଟି, ହର୍ବାଲ୍ ଚା ଏବଂ ଅନ୍ୟାନ୍ୟ ସୁସ୍ଥ ପାନୀୟ ପିଇପାରିବେ । ଯଦି ଆପଣ ଅତ୍ୟଧିକ ସାଧା ପାଣି ପିଉଛନ୍ତି, ତେବେ ଆପଣଙ୍କୁ ବାରମ୍ବାର ଉଠି ପରିସ୍ରା କରିବାକୁ ପଡିବ ଏବଂ ଶୋଇବା ବ୍ୟାଘାତ ହେବ, ଏହା ଭଲ ଯେ ଆପଣ ରାତିରେ କେବଳ ଗୋଟିଏ କିମ୍ବା ଦୁଇ ଗ୍ଲାସ୍ ପାଣି ପିଅନ୍ତୁ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ମନେ ରଖନ୍ତୁ ରାତ୍ରୀ ଭୋଜନ ପରେ ପାଣି ପିଇବା ଦ୍ୱାରା ଶରୀରକୁ ପ୍ରାକୃତିକ ଭାବରେ ସଫା କରିଥାଏ । ବିଷାକ୍ତ ପଦାର୍ଥ ବାହାର କରି ହଜମ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କର ଅମ୍ଳତା କିମ୍ବା ଗ୍ୟାସ୍ ସମସ୍ୟା ଥାଏ ସେମାନେ ରାତିରେ ପାଣି ପିଇବା ଆବଶ୍ୟକ । ଥଣ୍ଡା ଏବଂ ଫ୍ଲୁ ରୋଗୀଙ୍କ ପାଇଁ ହାଲୁକା ଗରମ ପାଣି ପିଇବା ଆବଶ୍ୟକ ।

D Sonali

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

15 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

16 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

20 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

22 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

27 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

35 mins ago