ସ୍ୱାସ୍ଥ୍ୟ ସମସ୍ୟାରୁ ନେଇ ସ୍କିନ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ, ନିୟମିତ ଭାବେ ପିଅନ୍ତୁ ଏହି ଜିନିଷ
ସୁସ୍ଥ ରହିବା ପାଇଁ କିଏ ବା ନଚାହେଁ । ସୁସ୍ଥ ରହିବାକୁ ମଣିଷ କେତେ କ’ଣ କରିଥାଏ । ହେଲେ ବର୍ତ୍ତମାନର ଋତୁ ଯୋଗୁ ଅର୍ଥାତ୍ ଶୀତ ଋତୁ ଯୋଗୁ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଯଦି ସ୍ୱାସ୍ଥ୍ୟ ସମସ୍ୟା ଥରେ ହୁଏ ତେବେ ଏହା ଶରୀରକୁ ଦୁର୍ବଳ କରିଦିଏ । ଯାହା ଫଳରେ ଗୋଟିଏ ମଣିଷ କୌଣସି କାର୍ଯ୍ୟ କରିବାକୁ ସମର୍ଥ ହୁଏ ନାହିଁ । ସୁସ୍ଥ ରହିବାକୁ ହେଲେ ଅନେକ କାର୍ଯ୍ୟ ରିବାକୁ ପଡିଥାଏ । ସଂସାରରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କି ଖାଲି ଖାଲିରେ ବସି ରହୁଛନ୍ତି କୌଣସି କାର୍ଯ୍ୟ କରନ୍ତି ନାହିଁ , ଯାହା ଫଳରେ ଅନେକ ରୋଗରେ ଶିକାର ହେଉଛନ୍ତି । ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ କିଛି ନା କିଛି କଠିନ କାମ କରିବା ଉଚିତ୍ । ଏହାସହ ଦୈନିକ ମର୍ଣ୍ଣିଂ ୱାକୁ ଯିବାକୁ ଭୁଲନ୍ତୁ ନାହିଁ । ମର୍ଣ୍ଣିଂ ୱାକ୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ସୁସ୍ଥ ରହିବା ପାଇଁ ମଣିଷ ତ ବହୁତ କିଛି ଖାଦ୍ୟ ଖାଇଥାନ୍ତି ହେଲେ ବି ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ଏମିତି ସ୍ଥିତିରେ ଆଜି ଆପଣଙ୍କୁ ଏପରି ଗୋଟିଏ ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଏହା ସହ ଏହାର ଟେଷ୍ଟ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ଯାହାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ମଧ୍ୟ ଅଚିନ୍ତାରେ ଖାଇପାରିବେ । ତେବେ ଜାଣନ୍ତୁ ଏହି ଖାଦ୍ୟର ନାମ କ’ଣ ?
ଏହାର ନାମ ହେଉଛି- ‘ନଡିଆ କ୍ଷୀର’ । ନଡିଆ କ୍ଷୀରରେ ଆଣ୍ଟିଅକ୍ସିଡାଣ୍ଟ ସହିତ ଅନେକ ପୋଷକ ତତ୍ୱ ରହିଥାଏ । ନଡିଆ କ୍ଷୀରକୁ ବିଶେଷ କରି ଶୀତ ଦିନରେ ସକାଳୁ ପିଇଲେ ଏହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ସ୍ୱାସ୍ଥ୍ୟ ପାଇଁ ନଡିଆ କ୍ଷୀର ବହୁତ ଲାଭ ଦାୟକ ବୋଲି ବିବେଚନା କରାଯାଏ । ଶୀତ ଦିନେ ଯଦି ଆପଣ ନିୟମିତ ଭାବେ ନଡିଆ କ୍ଷୀର ନିୟମିତ ଭାବେ ପିଇବା ଅଭ୍ୟାସ୍ କରନ୍ତୁ, ଦେଖିବେ ଅନେକ ଲାଭ ମିଳିବ । ଆସନ୍ତୁ ଜାଣିବା ଏହାକୁ ପିଇବା ଫଳରେ କେଉଁ କେଉଁ ଫାଇଦା ମିଳିଥାଏ ।
୧. ରୋଗ ପ୍ରତିରୋଧକ ଶକ୍ତି କୁ ମଜବୁତ କରେ :
ଶୀତ ଦିନରେ ନଡିଆ କ୍ଷୀର ପିଇଲେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହିଥାଏ । ଏହାସହ ଆପଣମାନେ ତ ଜାଣିଥିବେ ଶୀତ ଦିନରେ ସ୍ୱାସ୍ଥ୍ୟ ଖରାପ ହୁଏ ଯାହା ଫଳରେ ଶରୀର ଦୁର୍ବଳ ହୋଇଥାଏ । ହେଲେ ଯଦି ଆପଣ ନିୟମିତ ଭାବରେ ନଡିଆ କ୍ଷୀର ପିଅନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ପାଇବେ । ଡାଇବେଟିସ୍ ରୋଗୀଙ୍କ ପାଇଁ ନଡିଆ କ୍ଷୀର ବହୁତ ଲାଭ ଦାୟକ ହୋଇଥାଏ । ଏହା ସହ ବ୍ଲଡ୍ ପ୍ରେସର ସ୍ତରକୁ ମଧ୍ୟ କଣ୍ଟ୍ରୋଲରେ ରଖିଥାଏ ।
୨. ଓଜନକୁ କମ୍ କରେ :
ଯଦି ଆପଣ ମେଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳୁ ନଡିଆ କ୍ଷୀର ପିଅନ୍ତୁ ଦେଖିବେ ଆପଣଙ୍କର ଓଜନ କମ୍ ହେବାକୁ ଲାଗିବା । କାରଣ ନଡିଆ କ୍ଷୀର ଆପଣଙ୍କ ଚର୍ବିକୁ ନଷ୍ଟ କରିଦିଏ । ଏହା ସହ ଖାଲି ଓଜନ କମ କରେ ନାହିଁ ବରଂ ଅନେକ ପେଟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
୩. ତ୍ୱଚା ପାଇଁ ଲାଭ ଦାୟକ ହେବ :
ନଡିଆ କ୍ଷୀର ପିଇଲେ ଖାଲି ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ନାହିଁ ବରଂ ତ୍ୱଚାରେ ମଧ୍ୟ ଚମକ ସୃଷ୍ଟି କରିଥାଏ । ଏହି ଶୀତ ଋତୁରେ ଆପଣଙ୍କର ଫେସରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଯାହାକୁ ନେଇ ଖାସ୍ କରି ଝିଅମାନେ ଅଧିକ ଚିନ୍ତାରେ ରହୁଛନ୍ତି । ଏହି ଚିନ୍ତାକୁ ଦୂର କରିବା ପାଇଁ ଆପଣ ନିୟମିତ ଭାବରେ ନଡିଆ ପାଣି ପିଅନ୍ତୁ ଦେଖିବେ ଆପଣଙ୍କ ସ୍କିନ୍ ଗ୍ଲୋ କରିବ ।