ଜୁଆଣି ଏବଂ ଗୁଡ଼ ପାଣି ପିଅନ୍ତୁ, ଏହି ୫ଟି ସମସ୍ୟାରୁ ଆରାମ ପାଆନ୍ତୁ

ଆଜିକାଲି ଋତୁ ପରିବର୍ତ୍ତନ ହେବା ସହ ଅନେକ ପ୍ରକାରର ସ୍ଵାସ୍ଥ୍ୟ ସମସ୍ୟା ହେଉଛି । ଏସବୁ ମଧ୍ୟରେ ଥଣ୍ଡା ଓ କାଶ ଏକ ଭିନ୍ନ ସମସ୍ୟା । ଏବେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କୁ ସବୁ ସମୟରେ ଥଣ୍ଡା କିମ୍ବା କାଶ ହେଇଛି କି? ଯଦି ହେଉଛି ତାହେଲେ ଜୁଆଣି ଏବଂ ଗୁଡ଼ ପାଣିକୁ ବ୍ୟବହାର କରନ୍ତୁ । ଏହି ପାଣି ପିଇବା ଦ୍ୱାରା ଛାତିରେ ଜମା ହୋଇଥିବା କଫ ମଧ୍ୟ ସହଜରେ ଦୂର ହୋଇଥାଏ । ଏହା ବ୍ୟତୀତ ଆହୁରି ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ, ଯେପରି ଋତୁ ସ୍ରାବ ସମୟରେ ବହୁତ କଷ୍ଟ ହୋଇଥାଏ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ, ଆପଣ ଜୁଆଣି ଏବଂ ଗୁଡ଼ ପାଣି ପିଇପାରିବେ । ଏହି ପାଣି ଆପଣଙ୍କୁ କଷ୍ଟରୁ ମୁକ୍ତି ଦେଇଥାଏ । ଉଭୟ ଜୁଆଣି ଏବଂ ଗୁଡ଼ ପାଣିରେ ଔଷଧିୟ ଗୁଣ ରହିଛି । ଏହାକୁ ଆୟୁବେର୍ଦରେ ମଧ୍ୟ ବ୍ୟବହାର କରାଯାଏ । ଏହା ସହ ଏହି ଦୁଇଟିର ମିଶ୍ରଣ ପାଣିକୁ ପିଇବା ଦ୍ୱାରା ଆପଣଙ୍କ ଶରୀର ଏହି ଯନ୍ତ୍ରଣାରୁ ବହୁତ ଆରାମ ପାଇଥାଏ । ଯଦି ଥଣ୍ଡାକୁ ଏଡାଇବା ପାଇଁ ଚାହୁଁଛନ୍ତି ତେବେ, ଅତି କମରେ ଦିନକୁ ଥରେ ଏହି ଡ୍ରିଙ୍କକୁ ପିଅନ୍ତୁ ।
ଜୁଆଣି ଏବଂ ଗୁଡ଼ ପାଣିକୁ ପିଇବାର ଫାଇଦା :
ଥଣ୍ଡା ଏବଂ କଫରୁ ମୁକ୍ତି : ଜୁଆଣି ଏବଂ ଗୁଡ଼ ପାଣି ପ୍ରକୃତରେ ଗରମ ତେଣୁ ଏହାକୁ ପିଇବା ଦ୍ୱାରା ଥଣ୍ଡା ଏବଂ କାଶରୁ ମୁକ୍ତି ମିଳିଥାଏ । ଏହା ସହ ଏହାକୁ ପିଇବା ଦ୍ୱାରା ଥଣ୍ଡା ଲାଗିବାରୁ ମଧ୍ୟ ବହୁତ ଆରାମ ମିଳିଥାଏ । ସେଥିପାଇଁ ଆପଣ ନିଶ୍ଚିତ ଭାବରେ ଦିନକୁ ଅତି କମରେ ଦୁଇ ଥର ଏହାକୁ ପିଇବା ନିହାତି ଆବଶ୍ୟକ ।
ପେଟ ଯନ୍ତ୍ରଣାରୁ ମୁକ୍ତି : ଆୟୁବେର୍ଦରେ କୁହାଯାଇଛି ଯେ, ପେଟ ଫୁଲିବା ଏବଂ ଯନ୍ତ୍ରଣା କମାଇବା ପାଇଁ ଏହି ଡ୍ରିଙ୍କ୍ ସବୋର୍ତ୍ତମ ବୋଲି ବିବେଚନା କରାଯାଏ । ଏହା ସହ ଯେଉଁ ମହିଳାମାନଙ୍କର ପିରିୟଡ ସମୟରେ ବହୁତ କଷ୍ଟ ହେବା ସହ ଅତ୍ୟଧିକ ବ୍ଲିଡିଙ୍ଗ୍ ହୋଇଥାଏ ସେମାନେ ନିଶ୍ଚିତ ଭାବରେ ଏହି ଡ୍ରିଙ୍କକୁ ପିଇବା ଉଚିତ୍ । ଏହା ପେଟରେ ଯନ୍ତ୍ରଣା ଜନିତ ସମସ୍ୟାକୁ ଯଥେଷ୍ଟ କମ କରିପାରେ ।
ଅଣ୍ଟା ଯନ୍ତ୍ରଣା ଦୂର ହେବ : ବେଳେବେଳେ ଥଣ୍ଡା କିମ୍ବା ଅନ୍ୟ କୌଣସି କାରଣରୁ ଅଣ୍ଟାରେ ଯନ୍ତ୍ରଣା ଆରମ୍ଭ ହୁଏ । ଏହିପରି ସମସ୍ୟା ହେଲେ, ଆପଣ ଜୁଆଣି ଏବଂ ଗୁଡ଼ ପାଣି ପିଇପାରିବେ । ଏଥିପାଇଁ ଏକ ଚାମଚ ଜୁଆଣି ଓ ଗୁଡ଼କୁ ଏକ ଗ୍ଲାସ୍ ପାଣିରେ ମିଶାଇ ଗରମ କରନ୍ତୁ ଏବଂ ଏହାକୁ ପିଅନ୍ତୁ । ଯଦି ଚାହୁଁଛନ୍ତି, ଆପଣଙ୍କ ଅଣ୍ଟା ଯନ୍ତ୍ରଣା ବହୁତ ଶୀଘ୍ର ଛାଡିଯାଉ ତେବେ ଏହି ଡ୍ରିଙ୍କକୁ ନିୟମିତ ଭାବରେ ବ୍ୟବହାର କରନ୍ତୁ ।
କାଶରୁ ମିଳିବ ମୁକ୍ତି : ଯଦି ଆପଣଙ୍କର ବାରମ୍ବାର କାଶ ହେଉଛି ଏବଂ ଏହା ଛାଡୁନାହିଁ ତେବେ, ଏହି ଜୁଆଣି ଏବଂ ଗୁଡ଼ ପାଣିକୁ କିଛି ଦିନ ପର୍ଯ୍ୟନ୍ତ ଲଗାତାର ପିଅନ୍ତୁ । ଆପଣଙ୍କର ହେଉଥିବା କାଶ ଭଲ ହୋଇଯିବ ।
ପାଇଲ୍ସରୁ ମଧ୍ୟ ମିଳିବ ମୁକ୍ତି : ଜୁଆଣି ଏବଂ ଗୁଡ଼ ପାଣି ପାଇଲ୍ସ ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁ ଲାଭ ଦାୟକ । ଏହି ଡ୍ରିଙ୍କ୍କୁ ପିଇବା ଦ୍ୱାରା ବହୁ ଶୀଘ୍ର ପାଇଲ୍ସ ଭଲ ହୋଇଥାଏ । ଏହା ସହ ପାଇଲ୍ସ ରୋଗୀମାନେ ଏହି ଡ୍ରିଙ୍କକୁ ଦିନକୁ ୨ ରୁ ୩ ଥର ପିଇବା ନିହାତି ଆବଶ୍ୟକ । ଯାହା ଫଳରେ ଆପଣ ଏହି ସବୁ ସମସ୍ୟାରୁ ବହୁତ ଶୀଘ୍ର ଆରାମ ପାଇପାରିବେ ।