ଥଣ୍ଡା, କାଶ ପରି ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ୫ଟି ଟିପ୍ସ

ଋତୁ ପରିବର୍ତ୍ତନ ଯୋଗୁ ଅନେକ ଲୋକ ରୋଗରେ ପୀଡିତ ହେଉଛନ୍ତି । ଯେତେବେଳେ ସାମାନ୍ୟ ଶୀତ ଋତୁ ଆସୁଛି ସେତେବେଳେ ଅଧିକାଂଶ ଲୋକ ଥଣ୍ଡା, ଜ୍ବର, କାଶ ଏବଂ ଗଳା ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଏପରି ପରିସ୍ଥିତିରେ ଆପଣଙ୍କ ଖାଦ୍ୟରେ କିଛି ଜିନିଷକୁ ସାମିଲ୍‌ କରନ୍ତୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ । ଖାଲି ଋତୁ ପରିବବର୍ତ୍ତନରୁ ସମସ୍ୟା ଦେଖାଯାଏ ନାହିଁ ବରଂ ପ୍ରଦୂଷଣ ସମସ୍ୟା ହେତୁ ଏହି ପରିସ୍ଥିତି ସାମ୍ନାକୁ ଆସିଥାଏ । ତେବେ ସୁସ୍ଥ ରହିବାକୁ ହେଲେ ଆପଣଙ୍କୁ ଔଷଧ ସହିତ ଘରୋଇ ଉପଚାର ମଧ୍ୟ ଗ୍ରହଣ କରିବା ଉଚିତ୍‌ । ଅନେକ ଜିନିଷ ରହିଛି ଯାହାକୁ ଖାଇଲେ ଏଭଳି ସମସ୍ୟାରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା କେଉଁ ଜିନିଷକୁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଲବଙ୍ଗର ପାଣିକୁ ପିଇଲେ ଥଣ୍ଡା, କାଶ ପରି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ସକାଳେ ଲବଙ୍ଗ ପାଣି ପିଅନ୍ତି, ତେବେ ଏହା ଶରୀର ପାଇଁ ଅନେକ ଲାଭ ଦାୟକ ହୋଇଥାଏ । ଲବଙ୍ଗରୁ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ପାଣିରେ ମିଶି ଶରୀରକୁ ଯାଇଥାଏ ଏବଂ ଅନେକ ଲାଭ ପ୍ରଦାନ କରେ । ଆସନ୍ତୁ ଜାଣିବା ଲବଙ୍ଗ ପାଣି ପିଇବାର ଫାଇଦା।

୧. ବାତ, ପିତ୍ତ ଏବଂ କଫ ନିୟନ୍ତ୍ରଣରେ ରହିବ :
ଆୟୁବେର୍ଦରେ ବାତ, ପିତ୍ତ ଏବଂ କଫ ସମସ୍ତ ରୋଗର ମୂଳ ବୋଲି ବିବେଚନା କରାଯାଏ । ବାତ, ପିତ୍ତ ଏବଂ କଫର ବାଲାନ୍ସ ଠିକ୍‌ ନ ହେଲେ ଅନେକ ପ୍ରକାରର ରୋଗ ସୃଷ୍ଟି ହୁଏ । ବିଶେଷ କରି ଏହା ପେଟ, ଗଳା, ନାକ ଏବଂ ସ୍କିନର ସମସ୍ୟା ସୃଷ୍ଟି କରିପାରେ । ଏହି ତିନୋଟି ରୋଗକୁ ବାଲାନ୍ସ କରିବାରେ ଲବଙ୍ଗ ପାଣି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଏହା ସହ ଲବଙ୍ଗ ପାଣି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଲବଙ୍ଗ ପାଣି ପିଇବା ଦ୍ୱାରା ପେଟ ଜଳିବା ପରି ସମସ୍ୟା ଏବଂ ଏସିଡିଟିକୁ କମ୍‌ କରିଥାଏ ।

୨. ହଜମ ପ୍ରକ୍ରିୟାରେ ଉନ୍ନତି ହେବ :
ଯେଉଁମାନେ ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଅନ୍ତି, ସେମାନଙ୍କର ହଜମ ପ୍ରକ୍ରିୟା ଅଧିକ ଷ୍ଟ୍ରଙ୍ଗ ହୋଇଥାଏ । ଏହି ପାଣିକୁ ପିଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୋଇଥାଏ । ଲବଙ୍ଗ ପାଣି ପିଇଲେ ଶରୀରରେ ଏନଜାଇମ୍‌ ବଢ଼ିଥାଏ, ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।

୩. ଶୋଷ ଏବଂ ପେଟ ଜଳିବା କମ୍‌ କରେ :
ଯଦି ଆପଣଙ୍କୁ ଅଧିକ ଶୋଷ ଲାଗୁଛି ଏବଂ ପେଟ ଜଳିବା ପରି ସମସ୍ୟା ହେଉଛି ତେବେ ଆପଣ ଲବଙ୍ଗର ପାଣି ପିଇପାରିବେ । ଲବଙ୍ଗ ପ୍ରକୃତରେ ଗରମ ହୋଇଥାଏ କିନ୍ତୁ ଲବଙ୍ଗର ପାଣି ଥଣ୍ଡା ହୋଇଥାଏ । ଏଥିରେ ଶୋଷ କମ୍‌ ଲାଗିଥାଏ ଏବଂ ପେଟ ଜଳୁଥିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଲବଙ୍ଗର ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍‌ ରହିଥାଏ ।

୪. ଓଜନକୁ କମ୍‌ କରିବାରେ ସାହାଯ୍ୟ :
ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଇବା ଦ୍ୱାରା ମେଟୋବୋଲିଜିମ୍‌ ବଢ଼ିଥାଏ । ଏହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ଭୋକ କମିଯାଏ ଏବଂ ଅତ୍ୟଧିକ ଖାଦ୍ୟକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଲବଙ୍ଗରେ ଉପାଦାନ ଥାଏ ଯାହା ଚର୍ବିକୁ ଶୀଘ୍ର ଜାଳିବାରେ ସାହାଯ୍ୟ କରିଥାଏ । ତେଣୁ ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକମାନେ ଲବଙ୍ଗ ପାଣି ପିଇବା ଆବଶ୍ୟକ ।

୫. ଇମ୍ୟୁନିଟି ପାୱାର ବଢ଼ାଏ :
ଲବଙ୍ଗ ଜଳ ଇମ୍ୟୁନିଟି ପାଓ୍ୱାରକୁ ବଢ଼ାଇବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ୍‌ କରେ । ବିଶେଷ କରି ପରିବର୍ତ୍ତିତ ପାଗରେ ଏହା ଥଣ୍ଡା, କାଶ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଲବଙ୍ଗରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଭାଇରାଲ୍‌ ଗୁଣ ରହିଛି ଯାହା କୌଣସି ରୋଗରୁ ମଧ୍ୟ ରକ୍ଷା କରିପାରିବ । ଏହା ମୌସୁମୀରେ ଶରୀରକୁ ରୋଗଠାରୁ ଦୂରେଇ ରଖେ ।