ଅଧିକ ପାଣି ପିଇବା ହୋଇପାରେ ଶରୀର ପ୍ରତି ହାନିକାରକ !

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଅତ୍ୟଧିକ ମାତ୍ରାରେ ପାଣି ପିଇବା ମଧ୍ୟ ଶରୀର ପାଇଁ ହାନିକାରକ। ଶରୀରରେ ପାଣିର ମାତ୍ରା ଅଧିକ ହେବା ଦ୍ବାରା ସୋଡ଼ିୟମର ପରିମାଣ କମ ହୋଇଥାଏ। ଯାହା ଫଳରେ ମସ୍ତିଷ୍କ ଫୁଲିବା ସହ ହାଇପୋଟ୍ରିମିଆ ଭଳି ରୋଗର ଆଶଙ୍କା ବଢ଼ିଥାଏ। ଖାଲି ସେତିକି ନୁହଁ ମାତ୍ରାଧିକ ପାଣି ପିଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ମଧ୍ୟ ଦେଖାଯାଇଥାଏ।

ପାଚନକ୍ରିୟାରେ ଅସୁବିଧା :

ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ବାରା ଶରୀରର ପାଚନକ୍ରିୟାରେ ବାଧା ଦେଖାଯାଇଥାଏ। ସାଧାରଣତଃ ଖାଦ୍ୟ ହଜମ ପାଇଁ ପାଣି ନିହାତି ଆବଶ୍ୟକ କିନ୍ତୁ ମାତ୍ରାଧିକ ପାଣି ଦ୍ବାରା ହଜମ ପାଇଁ ବ୍ୟବହାର ପାଚନରସ ସଠିକ୍ ଭାବେ କାମ କରିନଥାଏ। ଯାହା ଫଳରେ ପାଚନ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ।

ମସ୍ତିଷ୍କରେ ପ୍ରଭାବ :

ଅଧିକ ପାଣି ପିଇବା ଦ୍ବାରା ହାଇପୋଟ୍ରିମିଆ ଭଳି ସମସ୍ୟା ଉପୁଜିଥାଏ । ଯାହା ଫଳରେ ଶରୀରରେ ସୋଡ଼ିୟମର ମାତ୍ରା କମ ହୋଇଥାଏ। ଯାହାର ସିଧାସଳଖ ପ୍ରଭାବ ମସ୍ତିଷ୍କରେ ପଡ଼ିଥାଏ। ଏହା ଫଳରେ ମସ୍ତିଷ୍କ ଫୁଲିବା ସହ ଶିରାପ୍ରଶିରା ସଂକୁଚିତ ହୋଇଯାଇଥାଏ ।

water

କମ ନିଦ ଆସିବା :

ଅଧିକ ପାଣି ପିଇବା ଦ୍ବାରା ରାତିରେ ସଠିକ୍ ପରିମାଣର ନିଦ ହୋଇନଥାଏ। କାରଣ ଅଧିକ ପାଣି ପିଇବା ଦ୍ବାର ବାରମ୍ବାର ପରିସ୍ରା ଲାଗିଥାଏ। ଯାହାଫଳରେ ରାତିର ନିଦ ସଂପୂର୍ଣ୍ଣ ହୋଇନଥାଏ। ଏଣୁ ଖାସ କରି ମଧୁମେହ ରୋଗୀଙ୍କୁ ରାତି ସମୟରେ କମ ପାଣି ପିଇବାକୁ ଡ଼ାକ୍ତର ଉପଦେଶ ଦେଇଥାନ୍ତି ।

ହୃଦଜନିତ ସମସ୍ୟା :

ଅନେକ ସମୟରେ ଅଧିକ ପାଣି ପିଇବା ଦ୍ବାରା ହୃଦରୋଗୀଙ୍କ ନିକଟରେ ହୃଦଘାତର ସମସ୍ୟା ବଢ଼ିଥାଏ। ଖାସ କରି ଯେଉଁ ବ୍ୟକ୍ତିଙ୍କର ବାଇପାସ ସର୍ଜରୀ କରାଯାଇଛି ସେମାନେ ନିୟନ୍ତ୍ରଣରେ ପାଣି ପିଇବା ଉଚିତ।

କେତେ ପରିମାଣର ପାଣି ପିଇବେ :

ସୁସ୍ଥ ଶରୀର ପାଇବା ପାଇଁ ସଠିକ୍ ପରିମାଣର ପାଣି ପିଇବା ନିହାତି ଆବଶ୍ୟକ। ଯଦି ଆପଣ ଅଧିକ କଠିନ କାମ କରୁନାହାନ୍ତି ତେବେ ଦୈନିକ ୮ ଗ୍ଲାସ ବା ପାଖାପାଖି ୪-୫ ଲିଟର ପାଣି ପିଅନ୍ତୁ। ଯଦି ଅଧିକ ପରିଶ୍ରମ କାମ କରୁଛନ୍ତି ତେବେ ୧-୨ ଗ୍ଲାସ ପାଣି ବଢ଼ାଇ ପାରନ୍ତି।

Leave A Reply

Your email address will not be published.