କଞ୍ଚାକ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଫାଇଦା କି ହାନିକାରକ ? ଜାଣନ୍ତୁ ସତ୍ୟତା

କ୍ଷୀର ପିଇବା ଶରୀର ପାଇଁ କେତେ ଉପକାରୀ ଓ ଲାଭଦାୟକ ତାହା ସମସ୍ତେ ଜାଣିଛନ୍ତି। କ୍ଷୀରରେ ସମସ୍ତ ପ୍ରକାରର ନ୍ୟୁଟ୍ରିଏଣ୍ଟସ ରହିଥାଏ, ଯାହା ଯୋଗୁଁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ପିଇବାକୁ ପରାମର୍ଶ ଦେଇଥାନ୍ତି। କ୍ଷୀରର ବ୍ୟବହାର ଅନେକ ପ୍ରକାରରେ କରାଯାଏ। କିଛି ଲୋକ ଏହାକୁ ସିଧାସଳଖ ଭାବେ ପିଇଥାନ୍ତି।

ଯେତେବେଳେ କ୍ଷୀରକୁ ସିଧାସଳଖ ଭାବେ ପିଇବାକୁ କୁହାଯାଏ, ତେବେ ଏହାକୁ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥାଏ। କ୍ଷୀରକୁ କଞ୍ଚାକୁ ପିଇବା ଉଚିତ କି ସିଝାଇ ପିଇବା ତାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଏହାର ସତ୍ୟତା କ’ଣ ତାହା ଜାଣିବା ନିହାତି ଜରୁରୀ।

କଞ୍ଚା କ୍ଷୀର ପିଇଲେ କ’ଣ ହୁଏ :

କଞ୍ଚା କ୍ଷୀର ପିଇବା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ। ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ‘ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ’ ମୁତାବକ, କଞ୍ଚା କ୍ଷୀରରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ରହିଥାଏ, ଯେପରିକି ଏଶୋରିକିଆ କୋଲାଏ, ଲିଷ୍ଟେରିଆ, ସାଲେମୋନେଲା, ଇତ୍ୟାଦି। କଞ୍ଚା କ୍ଷୀର ପିଇବା ଦ୍ୱାରା ମଣିଷର ଫୁଡ ପଏଜିଂ ସମସ୍ୟା ମଧ୍ୟ ଦେଖାଦିଏ।

କଞ୍ଚା କ୍ଷୀରରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ କ୍ଷତି ପହଞ୍ଚାଏ। ଯାହାଦ୍ୱାରା ଡାଇରିଆ, ଡିହାଇଡ୍ରେସନ ଭଳି ସମସ୍ୟା ଦେଖାଦିଏ। ଏହାର ସେବନ କରିବା ଦ୍ୱାରା ଶରୀରରେ ଏସିଡ ଲେବଲ ବଢିଯାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

milk

କଞ୍ଚା କ୍ଷୀର ପିଇବା ହାନିକାରକ ହୋଇଥାଏ। କ୍ଷୀର ଗାଈ ଠାରୁ ଆଣିବା ସମୟରେ ସେମାନଙ୍କ ଥନ ଦୂଷିତ ହୋଇଥାଏ। ଏହାଛଡା ସଫା ହାତ ଏବଂ ସଫା ଜାଗାର ବ୍ୟବହାର କରାଯାଇନଥାଏ। ତେଣୁ କଞ୍ଚା କ୍ଷୀର ପିଇବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.