କଣ ଆପଣ ମଧ୍ୟ ଚା’ ର ଦିୱାନା, ତାହେଲେ ଏହି ଖବର ଆପଣଙ୍କୁ କରିଦେବ ଖୁସି
କିଛି ଲୋକ ଚା କୁ ନିଜ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ମାନୁଥିବା ବେଳେ କିଛି ଲୋକ ଏହାକୁ ସ୍ୱାସ୍ଥ୍ୟପାଇଁ ବହୁତ ଭଲ ବୋଲି ଭାବିଥାନ୍ତି । ଏହା ବ୍ୟତୀତ କିଛି ଲୋକ ଅଛନ୍ତି ଯେଉଁମାନେ ଚା ବିନା ବଂଚିପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ଚା’ ର ସଉକିନ ଅଟନ୍ତି ତାହେଲେ ଏହି ଖବର ଶୁଣିବା ପରେ ଆପଣ ନିଶ୍ଚୟ ଖୁସି ହୋଇଯିବେ ।
ଏକ ଗବେଷଣାରୁ ଜଣା ପଡିଛି ଯେ ଯେଉଁ ଲୋକମାନେ ଚା ପିଅନ୍ତି ନାହିଁ ତାଙ୍କ ତୁଳନାରେ ପ୍ରତିଦିନ ଚା ପିଉଥିବା ବ୍ୟକ୍ତିଙ୍କ ମସ୍ତିସ୍କ ଅଧିକ ଦ୍ରୁତ ଗତିରେ କାମ କରିଥାଏ । ନ୍ୟାସନାଲ ୟୁନିଭର୍ସିଟି ଅଫ ସିଙ୍ଗାପୁରର ସହାୟକ ଏବଂ ଟିମ ଲିଡର ଫେଙ୍ଗ ଲେଇ ଅନେକ ଲୋକଙ୍କ ସହ ମିଶି ଏହି ଗବେଷଣା କରିଥିଲେ ।
ଗବେଷଣାରେ ଅଧ୍ୟୟନ ପାଇଁ ୩୬ ଜଣ ବୟସ୍କ ଲୋକଙ୍କୁ ନ୍ୟୁରୋଇ଼ମେଜିଙ୍ଗ ଡାଟାରେ ସାମିଲ କରାଯାଇଥିଲା । ଏହି ଗବେଷଣାରୁ ଜଣା ପଡିଥିଲା ଯେ ଚା ପିଉଥିବା ଲୋକଙ୍କ ଦିମାଗ ଉପରେ ଏହା ଅଧିକ ସକାରାତ୍ମକ ପ୍ରଭାବ ପକାଇଥାଏ । ଚା ପରିଣତ ବୟସରେ ମସ୍ତିଷ୍କରେ ବଦଳୁଥିଵା ତନ୍ତ୍ରରୁ ରକ୍ଷା କରିଥାଏ । ଗବେଷକଙ୍କ ଅନୁଯାୟୀ ଚା ସ୍ୱାସ୍ଥ୍ୟପାଇଁ ହିତକର ହୋଇଥାଏ ଏବଂ ଏହା ହୃଦୟ ଏବଂ ଶିରାପ୍ରଶିରାର ଦୁର୍ବଳତାକୁ ଦୂର କରିଥାଏ ।