ସକାଳେ ବିନା ବ୍ରସ କରି ପାଣି ପିଇବା ଠିକ୍‌ କି ? ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟବିତ୍‌

ବହୁତ ଲୋକଙ୍କ ଠାରୁ ଶୁଣିବାକୁ ମିଳେ ଯେ ସକାଳେ ଖାଲି ପେଟରେ ପାଣି ପିଇବା ଦରକାର । ବହୁତ ଲୋକ ମଧ୍ୟ ଏପରି କରିଥାନ୍ତି । ବାସ୍ତବରେ ଏହା ଶରୀର ପାଇଁ କେତେ ଜରୁରୀ ଓ ଏହାଦ୍ୱାରା କଣ ଲାଭ ହୋଇଥାଏ ଆସନ୍ତୁ ଜାଣିବା ।
ଶରୀରକୁ ହାଇଡ୍ରେଟ ରଖିବା ସହ ରୋଗ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ଦୈନିକ ପାଣି ପିଇବା ଜରୁରୀ ହୋଇଥାଏ । କୁହାଯାଏ ଦୈନିକ ୮ରୁ ୧୦ ଗ୍ଲାସ ପାଣି ପିଇବା ଜରୁରୀ । ଅଧିକାଂଶ ଲୋକ ମାନିଥାନ୍ତି ଯେ ସକାଳେ ବ୍ରସ୍‌ କରିବା ପୂର୍ବରୁ ପାଣି ପିଇବା ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ସତ୍ୟତା । ସ୍ୱାସ୍ଥ୍ୟବିତ୍‌ଙ୍କ ମତରେ -:

ସକାଳେ ବାସି ମୁହଁରେ ପାଣି ପିଇବା ଦ୍ୱାରା ପାଚନ ଶକ୍ତି ବଢ଼ିଥାଏ । ଫଳରେ ଆପଣ ଯାହା ବି ଖାଇବେ ତାହା ସହଜରେ ହଜମ ହୋଇଥାଏ ।

ସକାଳେ ଶଯ୍ୟାରୁ ଉଠି ପାଣି ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ହୋଇନଥାଏ । ଅଧିକାଂଶ ଲୋକେ ରାତିରେ ଉଠିକରି ପାଣି ପିଇଥାନ୍ତି, ହେଲେ ସକାଳେ ପାଣି ପିଇବା ଦ୍ୱାରା ରାତିରେ ଉଠିକରି ପାଣି ପିଇବା ଆବଶ୍ୟକ ପଡେନି । ତେଣୁ ସର୍ବଦା     ସକାଳେ ବାସି ମୁହଁରେ ପାଣି ପିଇବା ଦରକାର ।

ବ୍ରସ୍‌ କରିବା ପୂର୍ବରୁ ପାଣି ପିଇବା ଦ୍ୱାରା ମୁହଁରେ ବ୍ୟାକ୍ଟେରିଆ ଜମା ହୋଇନଥାଏ । ଫଳରେ ଆପଣଙ୍କ ମୁହଁ ଜର୍ମ ଫ୍ରି ହୋଇଯାଏ ।

ସକାଳେ ବ୍ରସ କରିବା ପୂର୍ବରୁ ପାଣି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଥାଏ, ତେବେ ସକାଳେ ପାଣି ପିଇବା ଜରୁରୀ ହୋଇଥାଏ ।

ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଚର୍ମ ଓ ବାଳ ଭଲ ରହିଥାଏ ।

ଖାଲି ସେତିକି ନୁହେଁ ଯଦି ଆପଣଙ୍କୁ ହାଇ ବ୍ଲଡ ପ୍ରେସର ଓ ଶୁଗାରର ପ୍ରୋବଲେମ ରହିଛି ସକାଳେ ଖାଲି ପେଟରେ ପାଣି ପିଇବା ଲାଭଦାୟକ ହୋଇଥାଏ ।

ସକାଳେ ବିନା ବ୍ରସରେ ପାଣି ପିଇବା ଦ୍ୱାରା ମୋଟାପଣ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ସକାଳେ ବିନା ବ୍ରସରେ ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.