ଲାଇଫ୍ ଷ୍ଟାଇଲ୍

ପାଣି ପିଇବାର ସଠିକ୍‌ ଉପାୟ କରିବ ଓଜନ କମ୍‌, ଏହି ସମୟରେ ପିଅନ୍ତୁ ପାଣି

ବତ୍ତର୍ମାନ ସମୟରେ ପ୍ରାୟ ସମସ୍ତଙ୍କର ଏକମାତ୍ର ଚିନ୍ତାର କାରଣ ମୋଟାପଣ। ଆଜିକାଲିର ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ମଣିଷର ଓଜନ ଏବଂ ମୋଟାପଣ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନିଜର ମୋଟାପଣ କମାଇବା ପାଇଁ କଠିନ ପରିଶ୍ରମ କରିବା ସହିତ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଆପଣାଉଚନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପାଣି ପିଇବା ଦ୍ୱାରା ମଧ୍ୟ ମୋଟାପଣ କମିପାରେ। କିନ୍ତୁ ପାଣି ପିଇବାର ଉଚିତ ଉପାୟ ଦ୍ୱାରା ଏପରି ହୋଇପାରିବ ବୋଲି ଅଧ୍ୟୟନରୁ ଜଣାପଡିଛି।

ଅଧ୍ୟୟନ ଅନୁସାରେ, ଶରୀର ଉପରେ ପାଣିର ପଜିଟିଭ ପ୍ରଭାବ ପଡିଥାଏ। ପାଣିରେ କୌଣସି କ୍ୟାଲୋରୀ ମାତ୍ରା ନଥାଏ। ଏହା ଶରୀରକୁ ଆକ୍ଟିଭ ରଖିବା ସହିତ ବିଷାକ୍ତ ପଦାର୍ଥକୁ ବାହାରକୁ କାଢିଦିଏ। ଏହାସହିତ ପାଣି ଫ୍ୟାଟ୍‌ ବର୍ନ କରିବାରେ ସହାୟକ ହୋଇଥାଏ।

ଅଧିକ ଓଜନ ଥିବା ଆମେରିକୀୟ ପିଲାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଥଣ୍ଡା ପାଣି ପିଇବା ଦ୍ୱାରା ୨୫ ପ୍ରତିଶତ ସ୍ପିଡରେ କ୍ୟାଲୋରୀ ବର୍ନ ହୋଇଥାଏ। ପ୍ରତ୍ୟେକ ୧୦ ମିନିଟ୍‌ରେ ଥରେ ଏକ କପ୍‌ ପାଣି ପିଇବା ଦ୍ୱାରା ଭୋକ ମଧ୍ୟ କମ୍‌ ଲାଗିଥାଏ। ପାଣି ପିଇବା ପରେ ଶରୀରର ସମସ୍ତ ସିଷ୍ଟମ ଖୁବ ଜୋରରେ କାମ କରିଥାଏ। ଏହି ସମୟରେ ଫ୍ୟାଟ୍‌ ବର୍ନ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଏହାଦ୍ୱାରା ଓଜନ କଣ୍ଟ୍ରୋଲ ହେବା ସହିତ ଅତିରିକ୍ତ ଚର୍ବି କମ୍‌ ହୋଇଯାଏ।

ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଭୋକ କମ୍‌ ଲାଗିଥାଏ। ଅନେକ ପ୍ରତିଯୋଗୀଙ୍କ ଉପରେ ଏହାର ରିସର୍ଚ୍ଚ କରାଯାଇଛି। ଖାଇବା ପୂର୍ବରୁ ପାଣି ପିଉଥିବା ୪୪ ପ୍ରତିଶତ ଲୋକଙ୍କ ଓଜନ କମ୍‌ ରହିଥାଏ। କିନ୍ତୁ ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଓଜନ ବଢିଥାଏ। ଏଥିପାଇଁ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିିଇବା ଅନୁଚିତ।

Swagatika

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

5 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

6 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

10 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

12 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

17 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

25 mins ago