ପେଟ ଅଲସର ଏବଂ ସ୍ତନ କ୍ୟାନସର ସେଲସ୍‌କୁ ସୃଷ୍ଟି ହେବାକୁ ଦିଏନାହିଁ ଶୁଖିଲା ନଡିଆ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ସାଧାରଣତଃ ଘରେ ନଡିଆ ରହି ରହି ଶୁଖିଯାଏ। ଏହା ମଧ୍ୟରେ ଥିବା ପାଣି ଶୁଖିଯିବା ପରେ ଏହାକୁ ଲୋକେ କେବଳ ତେଲ ବାହାର କରିବା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହାର ଅନେକ ଫାଇଦା ରହିଛି, ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। ଅଧିକାଂଶ ଲୋକ ସଠିକ୍‌ ଭାବେ ଖାଦ୍ୟପେୟ କରୁନଥିବାରୁ ଦୁର୍ବଳତା, ଥକ୍କାପଣ ଏବଂ ପତଳା ହେବାର ସମସ୍ୟାରେ ଗତି କରୁଛନ୍ତି। ଏମିତିରେ କିଛି ଖାଦ୍ୟପେୟ ଉପରେ ଧ୍ୟାନ ରଖିନଥାନ୍ତି। କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ବହୁତ ହାନିକାରକ ହୋଇଥାଏ। ଏମିତିରେ ଶୁଖିଲା ନଡିଆ ଖାଇବା ଶରୀରକୁ ଫାଇଦା ଦେଇଥାଏ।

– ଶୁଖିଲା ନଡିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଶରୀର ପତଳା ହୋଇଥିଲେ ଅଧ ଲିଟର କ୍ଷୀର ସହିତ ୫ଟି କାଜୁ, ୫ଟି ବାଦାମ ଏବଂ ୨୦ ଗ୍ରାମ ଶୁଖିଲା ନଡିଆ ଏବଂ ୪ଟି ଖଜୁରୀ ପକାଇ ଫୁଟାଇ ପିଅନ୍ତୁ। ଏପରି ଲଗାତାର ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ୱାରା ଶରୀରର ପାଇଁ ଲାଭପ୍ରଦ ହୋଇଥାଏ।

– ଶୁଖିଲା ନଡିରେ ଭରପୂର ମାତ୍ରାରେ କପର ରହିଛି, ଯାହା ମସ୍ତିଷ୍କ ଶକ୍ତିକୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତି ବଢାଥାଏ। ଏହା ଏପରି ଏନଜାଇମ ସୃଷ୍ଟି କରିଥାଏ, ଯାହା ନ୍ୟୁରୋଟ୍ରାନ୍ସମିଟରକୁ ବଢାଇଥାଏ।

– ଏଥିରେ ଆଇରନର ଭରପୁର ମାତ୍ରା ରହିଛି, ଯାହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତର ଅଭାବ ଏବଂ ଏନିମିୟା ଭଳି ରୋଗରୁ ରକ୍ଷା କରିଥାଏ। ଏହାସହିତ ଦୁର୍ବଳତା ମଧ୍ୟ ଦୂର ହୁଏ।

– ଶୁଖିଲା ନଡିଆ ହୃଦ୍‌ ସମସ୍ୟା ଜନିତ ରୋଗକରୁ ରକ୍ଷା କରିଥାଏ। ପୁରୁଷଙ୍କୁ ପ୍ରତିଦିନ ୩୮ ଗ୍ରାମ ଡାଏଟ୍ରି ଫାଇବର ଆବଶ୍ୟକତା ପଡିଥାଏ। ଯାହା ଶୁଖିଲା ନଡିଆରୁ ମିଳିପାରିବ।

– ଏଥିରେ ଅତ୍ୟଧିକ ମାତ୍ରାରେ ସିଲେନିୟମ ଭରପୁର ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।

– ଶୁଖିଲା ନଡିଆରେ କୋଲେଷ୍ଟ୍ରୋଲ, ଫାବର, ମ୍ୟାଗ୍ନେସିୟମ, କପର ଏବଂ ସିଲେନିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏଥିପାଇଁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶାରୀରିକ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୁଏ।

– ବୟସ ବଢିବା ସଙ୍ଗେ ସଙ୍ଗେ ଅଲଜାଇମର ସମସ୍ୟା ଦେଖାଦେଇଥାଏ। ଯାହାଫଳରେ ବ୍ୟକ୍ତିର ସ୍ମରଣ ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଶୁଖିଲା ନଡିଆ ଖାଇବା ଉଚିତ।

– ଶୁଖିଲା ନଡିଆ ମଧ୍ୟ ସ୍ତନ କ୍ୟାନସର କରାଉଥିବା ସେଲସକୁ ସୃଷ୍ଟି ହେବାରେ ବାଧା ଦେଇଥାଏ। ଫଳରେ ଏହି ସେଲସ୍‌ଗୁଡିକ ସୃଷ୍ଟି ହେଲେ ମଧ୍ୟ ବୃଦ୍ଧି ହୋଇପାରେ ନାହିଁ। ମହିଳାମାନେ ନିଜ ଡାଏଟରେ ଏହାକୁ ନିଶ୍ଚିତ ସାମିଲ କରିବା ଉଚିତ।

– ପାଚନକ୍ରିୟାକୁ ମଜବୁତ କରିବା ପାଇଁ ଭଲ କାମ କରିଥାଏ ଶୁଖିଲା ନଡିଆ। ପେଟରେ ହୋଇଥିବା ଅଲସରକୁ ମଧ୍ୟ ଭଲ କରିଥାଏ।

– ଶୁଖିଲା ନଡିଆ ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥି ମଧ୍ୟ ଠିକ୍‌ ରହିଥାଏ। ଏହାଦ୍ୱାରା ମୋଟାପଣ ହୁଏନାହିଁ।

Swagatika

Recent Posts

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ, ପୋଲିସର ତନାଘନା

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ…

11 mins ago

ଗ୍ୟାଙ୍ଗଷ୍ଟର୍‌ ଅବୁ ସଲେମ୍‌ଙ୍କ ଜୀବନ ପ୍ରତି ବିପଦ ! ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନ କରିବାକୁ କୋର୍ଟଙ୍କୁ ନିବେଦନ

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅବୁ ସଲେମ୍‌ । ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି…

14 mins ago

ଆପଣ ଜାଣନ୍ତି କି ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ରେଳ ନେଟୱର୍କ ରହିଛି?

ପ୍ରତ୍ୟେକ ବିକଶିତ ତଥା ବିକାଶଶୀଳ ଦେଶରେ ରେଳ ନେଟୱାର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯଦି ଆମେ ଭାରତୀୟ ରେଳ ନେଟୱାର୍କ ବିଷୟରେ…

39 mins ago

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ, ୨ ଡିଆଇଜିଙ୍କୁ ଦାୟିତ୍ବ

ଭୁବନେଶ୍ୱର :  ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ…

42 mins ago

ସରିଲା ବାଣପୁର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ

ବାଲୁଗାଁ (କେନ୍ୟୁଜ) : ସରିଲା ବାଣପୁରର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ…

49 mins ago

କୋଲକାତାରେ ରେଷ୍ଟୁରାଣ୍ଟ ଜଳି ପାଉଁଶ, ଭୟଙ୍କର ନିଆଁ ଦେଖି ରାସ୍ତାକୁ ଦୌଡ଼ିଲେ ଲୋକେ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପାର୍କ ଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟରେ…

1 hour ago