ମୋଟାପଣକୁ ନେଇ ଚିନ୍ତିତ କି? ଘରୋଇ ମସଲା ଖାଆନ୍ତୁ, ଓଜନ କମାନ୍ତୁ
ବର୍ତ୍ତମାନ ସମୟରେ ମୋଟାପଣ ବେସ୍ ବଢ଼ିଚାଲିଛି । ଅଧିକାଂଶ ଲୋକ ମୋଟାପଣକୁ ନେଇ ବହୁତ ଚିନ୍ତାରେ ମଧ୍ୟ ରହୁଛନ୍ତି । ଯଦି ଆପଣ ଅଧିକରୁ ଅଧିକ ମୋଟା ହେବାକୁ ଲାଗନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ । ଅଳ୍ପ କିଛି କାମ କରିଲେ ମଧ୍ୟ ବହୁତ୍ ଶୀଘ୍ର ଧକ୍କି ପଡିବେ । ଏହି ସମସ୍ୟାକୁ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି । ନିଜର ଓଜନ କମ୍ କରିବା ପାଇଁ ଲୋକେମାନେ ବହୁତ କିଛି କାର୍ଯ୍ୟ କରିଥାନ୍ତି । ଯେମିତିକି କେହି କେହି ଜିମ୍ ଯାଇ ନିଜର ଓଜନ କମକ କରିବା ବଦଳରେ ଆଉ କେହି ମର୍ଣ୍ଣିଂ ୱାକ୍ ଏବଂ ସାଇକେଲ୍ ରେସ୍ କରିଥାନ୍ତି । ହେଲେ ମଧ୍ୟ ଏହା କରିବା ସତ୍ୱେବି ଓଜନ୍ କମ୍ ହୋଇନଥାଏ ।
ଓଜନ ବଢ଼ିବାରେ ବହୁତ ବାଟ ରହିଛି ହେଲେ ଓଜନ କମ୍ କରିବାକୁ ହେଲେ ଅନେକ କଷ୍ଟ କରିବାକୁ ପଡିଥାଏ । ଏହା ସହ ଓଜନ ବଢ଼ିବାରେ ଅନେକ କାରଣ ମଧ୍ୟ ଅଛି ଯାହା ହେଉଛି- ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଖାଇବା, ଅଧିକ ତେଲ ଜିନିଷ ଖାଦ୍ୟ ଖାଇବା ଏବଂ ମଇଦା ଜାତୀୟ ଜିନିଷ ଖାଇବା ଫଳରେ ଓଜନ ଦିନକୁ ଦିନ ବଢ଼ବାକୁ ଲାଗିଥାଏ । ଲୋକେମାନେ ଏହା ଜାଣିବି ସଚେତନ ହେଉ ନାହାଁନ୍ତି, ଯାହା ଫଳରେ ଅନେକ ସମସ୍ୟାରେ ସମ୍ମୁଖୀନ୍ ହେଉଛନ୍ତି । ଓଜନ ବଢ଼ିଲେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ଅନ୍ୟାନ୍ୟ ରୋଗ ମଧ୍ୟ ମାଡି ବସିଥାଏ । ତେବେ ଏଥିରୁ କିପରି ମୁକ୍ତି ପାଇବା କିମ୍ବା ନିଜର ଓଜନକୁ କିପରି କମାଇବେ ଆସନ୍ତୁ ଜାଣିବା ।
ଆପଣ ଜାଣିଛନ୍ତି କି? ସେହି ଜିନିଷ ଆପଣଙ୍କ ରୋଷେଇ ଘରେ ଲୁଚି ରହିଛି । ଯାହାକୁ ଆପଣ ଜାଣିବି ଖାଦ୍ୟରେ ବ୍ୟବହାର କରୁ ନାହାଁନ୍ତି । ଯାହା ଫଳରେ ଆପଣଙ୍କ ଓଜନ ବଢ଼ିଚାଲିଛି । ତେବେ ଜାଣନ୍ତୁ ସେହି ଜିନିଷଗୁଡିକର ନାମ କ’ଣ ରହିଛି । ସେହି ଜିନିଷଗୁଡିକର ନାମ ହେଉଛି- ‘ଧନିଆ ଏବଂ ଜିରା’ । ଜାଣନ୍ତୁ ଏହାର ଫାଇଦା ବିଷୟରେ ।
ଧନିଆ ଏବଂ ଜିରା ସାହାଯ୍ୟରେ ଓଜନ ବହୁତ ଶୀଘ୍ର କମ୍ ହେବାକୁ ଲାଗିଥାଏ । ଏହି ଉଭୟ ଉପାଦାନରେ ମେଟାବୋଲିଜିମ୍ ବୃଦ୍ଧି ଗୁଣ ଅଛି । ବହୁତ ଶୀଘ୍ର ମେଟାବୋଲିଜିମ୍ କ୍ୟାଲୋରୀକୁ ଜାଳିବାରେ ସାହାଯ୍ୟ କରିଥାଏ, ଯାହା ଓଜନ କମ୍ ହେବାକୁ ମଧ୍ୟ ଲାଗେ । ଧନିଆ ମଞ୍ଜିରେ ଥିବା ହାଇ ଫାଇବର ସାହାଯ୍ୟରେ ସବୁବେଳେ ପେଟ ସମ୍ପୂର୍ଣ୍ଣ ଥିବାର ଅନୁଭବ ହୋଇଥାଏ । ଏହା ସହ ଜିରା ପାଣିରେ ମେଟାବୋଲିଜିମ୍ ବୃଦ୍ଧି ଏବଂ ହଜମ କରିବାକୁ ସାହାଯ୍ୟ କରିଥାଏ ।
ଓଜନ କମ୍ କରିବା ପାଇଁ ଆପଣ ଡିଟକ୍ସ ପାଣିରେ ଧନିଆ ଏବଂ ଜିରାକୁ ବ୍ୟବହାର କରିପାରିବେ । ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣିରେ ଏକ ଚାମଚ ଧନିଆ ଏବଂ ଅଧା ଚାମଚ୍ ଜିରା ଭିଜାଇ ରଖନ୍ତୁ । ସକାଳୁ ଉଠିବା ପରେ ଏହି ପାଣିକୁ ଗରମ କରି ସେଥିରେ ଅଳ୍ପ ହଳଦୀ ଏବଂ ଅଧା ଚାମଚ୍ ଲେମ୍ବୁ ମିଶାଇ ପିଅନ୍ତୁ ଦେଖିବେ ଆପଣଙ୍କର ଓଜନ କମ୍ ହେବାକୁ ଲାଗିବ । ଏହା ସହ ଏହି ଉଭୟ ପାଣି ଭୋକକୁ ନିୟନ୍ତ୍ରଣ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।
ଯଦି ଆପଣଙ୍କର ବଢ଼ୁଥିବା ଓଜନକୁ ନେଇ ଟେନସନରେ ରହୁଛନ୍ତି, ତେବେ ଏହି ନିୟମକୁ ନିୟମିତ ଭାବେ ଗ୍ରହଣ କରନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କର ରେଜଲ୍ଟ ।