ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଦିନ ଅନୁଯାୟୀ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ

କେବଳ ଶୀତଦିନେ ନୁହେଁ, ବରଂ ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍‌ ଲାଭକାରୀ ହୋଇଥାଏ। ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ବାଦାମକୁ ବି ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ । କାରଣ ଫିଟ୍ ରହିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ବାଦାମରେ ଆମିନୋ ଏସିଡ୍ ରହିଥାଏ । ଯାହା ଦ୍ଵାରା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରସ୍ତୁତ କରିଥାଏ ।

କିନ୍ତୁ କ’ଣ ଆପଣ ଜାଣନ୍ତି କି, ଶରୀରକୁ ସୁସ୍ଥ ରଖୁଥିବା ଡ୍ରାଏଫ୍ରୁଟ୍ସ ମଧ୍ୟ ଆପଣଙ୍କ ଜୀବନରେ ସଫଳତା ଆଣିଦିଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ସକାଳୁ ଖାଇବା ଦ୍ୱାରା ଆପଣଙ୍କ ଦିନ ଶୁଭ ହେବା ସହିତ ସଫଳତାଦାୟକ ହୋଇଥାଏ। ଆସନ୍ତୁ ଜାଣିବା କେଉଁଦିନ ଆପଣ କେଉଁ ଡ୍ରାଏଫ୍ରୁଟ୍ସ ଖାଇଲେ, ସଫଳତା ମିଳିବ।

ସୋମବାର ଦିନ ସକାଳୁ ଆପଣ ୪ଟି କାଜୁ ଖାଇବେ। ମଙ୍ଗଳବାର ଦିନ ୭ଟି କିସ୍‌ମିସ୍‌, ବୁଧବାର ଦିନ ୫ଟି ପେସ୍ତା ଏବଂ ୧ଟି ବାଦାମ, ଗୁରୁବାର ୩ ଖିଅ କେଶର, ଶୁକ୍ରବାର ଦିନ ୫ଟି ମିଶ୍ରି ଦାନା, ଶନିବାର ଦିନ ୩ଟି ଅଞ୍ଜିର ଏବଂ ରବିବାର ଦିନ ୫ଟି ଅଖରୋଟ ଖାଇଲେ ଆପଣଙ୍କୁ ସଫଳତା ମିଳିବ।

ଯଦି ଆପଣ ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଦିନ ଅନୁଯାୟୀ ଡ୍ରାଏଫ୍ରୁଟ୍ସ ଖାଆନ୍ତୁ। ଏହା ଆପଣଙ୍କୁ ବିଭିନ୍ନ ଶାରୀରିକ ସମସ୍ୟାରୁ ରକ୍ଷା କରିବା ସହିତ ସଫଳତା ମଧ୍ୟ ଆଣିଦେବ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago