ଡ୍ରାଏ ଲିପ୍ସକୁ ଚୁଟକିରେ କରନ୍ତୁ କୋମଳ, ଟ୍ରାଏ କରନ୍ତୁ ୫ ପ୍ରକାରର ସ୍କ୍ରବ୍
ଧୀରେ ଧୀରେ ଶୀତ ପାଖେଇ ଆସୁଥିବାରୁ ଆମ ତ୍ବଚା ଶୁଷ୍କ ଏବଂ ଫାଟିଯାଉଛି । ଏହି ଋତୁରେ ଓଠ ଶୁଖିଯିବା ଅତି ସାଧାରଣ କଥା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ପ୍ରାୟତଃ ଓଠରେ ଲିପ୍ ବାମ୍ ଏବଂ ମଶ୍ଚରାଇଜର ଲଗାଉ । ଯାହା ଓଠକୁ ହାଇଡ୍ରେଟ୍ ରଖେ କିନ୍ତୁ ଡେଡ୍ ସ୍କିନ୍ ସେଲ୍ ଗୁଡ଼ିକୁ ହଟାଇବାକୁ ଆମେ ଭୁଲିଯାଉ । ଏହି ଋତୁରେ ଡେଡ୍ ସ୍କିନ୍ ସେଲ୍ ଫାଟିବା ଆରମ୍ଭ କରେ । ତେଣୁ ସମୟ ସମୟରେ ଓଠକୁ ସ୍କ୍ରବ୍ କରିବା ଉଚିତ୍ । ତେବେ ଶୀତଦିନେ କେମିତି ଶୁଖିଲା ଓଠରୁ ମୁକ୍ତି ପାଇବେ ଏବଂ ଓଠକୁ ନରମ ରଖିବା ପାଇଁ ଘରୋଇ ଉପଚାର କଣ ରହିଛି ଜାଣି ରଖନ୍ତୁ । ଯାହା ଦ୍ବାରା ଆପଣ ଏହି ଶୀତରେ ଓଠକୁ ନରମ ରଖିପାରିବେ ।
ଡାଲଚିନି ଲିପ୍ ସ୍କ୍ରବ୍ :
ଏକ ପାତ୍ରରେ ଅଧା ଚାମଚ ଡାଲଚିନି ପାଉଡର, ଅଧା ଚାମଚ ମହୁ ଏବଂ ଅଧା ଚାମଚ ଅଲିଭ୍ ତେଲକୁ ଭଲ ଭାବରେ ମିଶାନ୍ତୁ । ପରେ ଏହି ପେଷ୍ଟକୁ ଓଠରେ ଲଗାନ୍ତୁ ଏବଂ କିଛି ସମୟ ପାଇଁ ଓଠକୁ ମସାଜ କରନ୍ତୁ । ଓଠର ଡେଡ୍ ସେଲକୁ ବାହାର କରିବା ପରେ ଆପଣଙ୍କ ଓଠ ଗୋଲାପୀ ଦେଖାଯିବ ।
ବବୁଲଗମ୍ ଲିପ୍ ସ୍କ୍ରବ୍ :
ଏହି ସ୍କ୍ରବ୍ ତିଆରି କରିବା ପାଇଁ ଗୋଟିଏ ଚାମଚ ଷ୍ଟ୍ରବେରୀ, ଅଧା ଚାମଚ ଅଲିଭ୍ ଅଏଲ ଏବଂ ଦୁଇ ବୁନ୍ଦା ପିଙ୍କ୍ ଫୁଡ୍ କଲର୍ ମିଶାନ୍ତୁ । ଏସବୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଓଠରେ ସ୍କ୍ରବର୍ ଭାବରେ ବ୍ୟବହାର କରନ୍ତୁ । ଆପଣଙ୍କ ଓଠ ହାଇଡ୍ରେଟେଡ୍ ଏବଂ ନରମ ହୋଇଯିବ ।
କଫି ଲିପ୍ ସ୍କ୍ରବ୍ :
ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ ଗୋଟିଏ ଚାମଚ କଫି ପାଉଡର ଏବଂ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏବେ ଏହି ପେଷ୍ଟକୁ ଏକ ମିନିଟ୍ ପାଇଁ ଓଠରେ ମାଲିସ୍ କରନ୍ତୁ ଏବଂ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏଭଳି କଲେ ଓଠ ନରମ ରହିବ ।
୪. ନଡିଆ ତେଲ ଏବଂ ମହୁ ଲିପ୍ ସ୍କ୍ରବ୍ :
ଏହି ସ୍କ୍ରବ୍ ତିଆରି କରିବା ପାଇଁ ଗୋଟିଏ ପାତ୍ରରେ ଗୋଟିଏ ଚାମଚ ନଡ଼ିଆ ତେଲ, ଗୋଟିଏ ଚାମଚ ମହୁ ଏବଂ ଅଧା ଚାମଚ ଉଷୁମ ପାଣି ମିଶାଇ ଭଲ ଭାବରେ ମିଶାନ୍ତୁ । ପରେ ଏହି ପେଷ୍ଟକୁ ବ୍ୟବହାର କରି ଆପଣଙ୍କ ଓଠକୁ ସ୍କ୍ରବ୍ କରନ୍ତୁ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫ୍ୟାଟି ଏସିଡ୍ ଏବଂ ହିଲିଂ ପ୍ରୋପର୍ଟିଜ୍ ରହିଥାଏ, ଯାହା ଆପଣଙ୍କ ଓଠକୁ କୋମଳ କରିବାରେ ସାହାଯ୍ୟ କରିବ ।
ଅରେଞ୍ଜ ଲିପ୍ ସ୍କ୍ରବ୍ :
ଏକ ପାତ୍ରରେ ୨ ଟେବୁଲ୍ ଚାମଚ କମଳା ଚୋପା ପାଉଡର ଏବଂ ୨ ଟେବୁଲ୍ ଚାମଚ ଚିନି ନିଅନ୍ତୁ ଏବଂ ଏଥିରେ ୧୦ ରୁ ୧୩ ବୁନ୍ଦା ବାଦାମ ତେଲ ମିଶାନ୍ତୁ । ପରେ ଏହି ମିଶ୍ରଣକୁ ଆପଣଙ୍କ ଓଠରେ ଲଗାନ୍ତୁ ଏବଂ ୩୦ ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ମସାଜ୍ କରନ୍ତୁ । ପରେ ଓଠକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଆପଣଙ୍କ ଓଠ କୋମଳ ହୋଇଯିବ ।