କାନର ଛିଦ୍ର ବଡ଼ ହୋଇଯାଉଛି କି? ଏମିତି କରନ୍ତୁ ଟୁଥ୍‌ପେଷ୍ଟର ବ୍ୟବହାର

ଆଜିକାଲି ଫ୍ୟାଶନର ଦିଓ୍ଵାନା ହେଉଛନ୍ତି ଯୁବକ, ଯୁବତୀ। ସମସ୍ତେ ନିଜ ନିଜର ଫ୍ୟାଶନ ଟ୍ରେଣ୍ଡ ବନାଇବାକୁ ଚାହୁଁଛନ୍ତି। ଯଦି ମହିଳାଙ୍କ କଥା ଉଠେ, ତା’ହେଲେ ଆଜି ପଯ୍ୟର୍ନ୍ତ କେବଳ ସେହିମାନେ ହିଁ ବିଭିନ୍ନ ପ୍ରକାର ଆଭୂଷଣ ପିନ୍ଧି ଆସୁଥିଲେ। କିନ୍ତୁ ଏବେ ପୁରୁଷମାନେ ଏଥିରେ ସାମିଲ ହେଉଛନ୍ତି। ହାତ, ଗୋଡ଼ରେ କଡ଼ା, ଆଖି ଭୃଲତାରେ କୁଣ୍ଡଳୀ, କାନରେ କୁଣ୍ଡଳୀ ଆଦି ପିନ୍ଧି ନିଜକୁ ଅଲଗା ଅନ୍ଦାଜରେ ଉପସ୍ଥାପନ କରୁଛନ୍ତି।

ଆଜି ଆମେ ସେହି ଆଭୂଷଣ ବିଷୟରେ କଥା ହେବାକୁ ଯାଉଛୁ, ଯାହାକି ଶରୀର ଉପରେ ସାଇଡ୍‌ ଇଫେକ୍ଟ ପକାଇଥାଏ। ଖାସ୍‌ କରି ମହିଳାମାନେ ପିନ୍ଧୁଥିବା କାନଫୁଲ। ମହିଳା ହୁଅନ୍ତୁ ପୁରୁଷ, କେବଳ ଆଜିକା ଦିନ ନୁହେଁ, କେଉଁ ପ୍ରାଚୀନ କାଳରେ ବି ଏମାନେ କାନରେ ଆଭୂଷଣ, କୁଣ୍ଡଳୀ, କାନଫୁଲ ଆଦି ପିନ୍ଧୁଥିଲେ। କିନ୍ତୁ ଆଜି ଏହା ଟ୍ରେଣ୍ଡ ପାଲଟିଯାଇଛି। ଯେ କେହି ଏହାକୁ କାନରେ ଲଗାଇ ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେଉଛି।

କିନ୍ତୁ ଏହି କଥା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଆମ କାନର ସ୍କିନ୍‌ ବହୁତ ନରମ ହୋଇଥାଏ। ଏଠି ହାଡ଼ ନ ଥାଏ। ଆମେ ଯଦି କାନରେ କୌଣସି ଭାରି କୁଣ୍ଡଳୀ କିମ୍ବା କାନଫୁଲ ପିନ୍ଧିଥାଉ, ତା’ହେଲେ ଛିଦ୍ର ଅଧିକ ବଡ଼ ହୋଇଯାଇଥାଏ। ଏପରି କି, କେତେଜଣଙ୍କ କାନ କଟି ମଧ୍ୟ ଯାଇଥାଏ, ଯାହାଫଳରେ ସେମାନେ କାନଫୁଲ ଲଗାଇବା ବନ୍ଦ କରିଦିଅନ୍ତି କିମ୍ବା ସର୍ଜରୀର ସହାୟତା ନିଅନ୍ତି।

ଏହାସହ ପଢ଼ନ୍ତୁ: ସକାଳେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ପାଉଡର, ୩ରୁ ୪ କିଲୋ ବଢ଼ିବ ଆପଣଙ୍କ ଓଜନ

ଏଠାରେ ଆମେ ଆପଣଙ୍କୁ ଏଥିରୁ ମୁକୁଳିବାର ସହଜ ଉପାୟ ବତାଇବାକୁ ଯାଉଛୁ। କାନର ଛିଦ୍ର ଯଦି ବଡ଼ ହୋଇଯାଉଛି, ତା’ହେଲେ ଛିଦ୍ରର ଗୋଟିଏ ପଟେ ଟେପ୍‌ ଲଗାଇ ଦିଅନ୍ତୁ ଏବଂ ଆରପଟେ ଧଳା ଟୁଥ୍‌ପେଷ୍ଟ୍‍ ଭରି ଦିଅନ୍ତୁ। ଏବେ ଏହାକୁ ପୂରା ରାତି ଏମିତି ହିଁ ଛାଡ଼ି ଦିଅନ୍ତୁ। କିଛି ଦିନ ଏପରି କରନ୍ତୁ। ଏହାସହିତ ଭାରି କାନଫୁଲ ଲଗାଇବା ବନ୍ଦ କରିଦିଅନ୍ତୁ। ଯଦି ବି କେବେ ଲଗାଇବେ, ତା’ହେଲେ ସପୋର୍ଟ ଦେଇ ଲଗାଇପାରିବେ। ଧୀରେ ଧୀରେ ଏମିତି କରିବା ଦ୍ୱାରା ଛିଦ୍ର ଭରିଯିବ ଆଉ ଆପଣଙ୍କୁ ସର୍ଜରୀ ବି କରିବାକୁ ପଡ଼ିବ ନାହିଁ।

Leave A Reply

Your email address will not be published.