ଜାଣି ରଖନ୍ତୁ ସହଜ ‘ବାଇଗଣ ମସଲା ତରକାରୀ’

ପ୍ରତିଦିନ ଖାଦ୍ୟରେ ଆମେ ସାମିଲ କରିଥାଉ ବାଇଗଣ। ଏହା ଏମିତି ଏକ ପରିବା, ଯାହାକୁ ଖାଇବାକୁ ଯେ କେହି ପସନ୍ଦ କରିଥାଆନ୍ତି। ଏଥିରେ ଆମେ ଅନେକ ପ୍ରକାର ରେସିପି ବନାଇ ପାରିଥାଉ। ସେଥିମଧ୍ୟରୁ ବାଇଗଣ ତରକାରୀ ବେଶ୍ ସ୍ୱାଦିଷ୍ଟ ବ୍ୟଞ୍ଜନ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ସହଜ ବାଇଗଣ ମସଲା ତରକାରୀ ବିଷୟରେ ବତେଇବାକୁ ଯାଉଛୁ।

ଆବଶ୍ୟକ ସାମଗ୍ରୀ

-ସୋରିଷ ୧/୪ ଛୋଟ ଚାମଚ
-ହଳଦୀ ୧/୪ ଛୋଟ ଚାମଚ
-ଜିରା ପାଉଡର ୧/୪ ଛୋଟ ଚାମଚ
-୧ ବଡ଼ ଚାମଚ ଧନିଆ ପାଉଡର
-୧ ବଡ଼ ଚାମଚ ଲଙ୍କା ଗୁଣ୍ଡ
-୧ ବଡ଼ ଚାମଚ ଅଦା-ରସୁଣ ପେଷ୍ଟ
-୩ ବଡ଼ ଚାମଚ ତେଲ
-୧୦୦ ଗ୍ରାମ ଟମାଟର
-୧୦୦ ଗ୍ରାମ ପିଆଜ
-୧୫୦ ଗ୍ରାମ ବାଇଗଣ
-୧୫୦ ଗ୍ରାମ ଆଳୁ
-ଧନିଆ ପତ୍ର
-ସ୍ୱାଦ ଅନୁସାରେ ଲୁଣ

ଏହାସହ ପଢ଼ନ୍ତୁ: ଝିଅମାନେ ଏତେ ନଖରା କାହିଁକି ଦେଖାନ୍ତି? ସବୁ ପୁଅଙ୍କୁ ପଢ଼ିବା ଦରକାର ଏହି ୫ଟି କାରଣ

ବିଧି

କୁକରରେ ତେଲ ଗରମ କରନ୍ତୁ। ସେଥିରେ ପିଆଜ, ଅଦା-ରସୁଣ ପେଷ୍ଟ, ଟମାଟର, ହଳଦୀ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ ଆଉ କଭର କରି ଦିଅନ୍ତୁ। ଏବେ ତାକୁ ୧୫ରୁ ୨୦ ଯାଏ ଛାଡ଼ି ଦିଅନ୍ତୁ, ଯେପରି ୪-୫ଟି ସିଟି ଆସିପାରିବ। ଏବେ ଏକ ପ୍ୟାନରେ ତେଲ ଗରମ କରି ସୋରିଷ ପକାନ୍ତୁ। ଟିକିଏ ପରେ ସେଥିରେ ଜିରା, ଲୁଣ ଏବଂ ବାଇଗଣ ପକାନ୍ତୁ। ଭଲ ଭାବେ ମିଶିଗଲା ପରେ ଢାଙ୍କୁଣୀ ଦେଇ ୩ ମିନିଟ୍ ଯାଏ ଆଞ୍ଚରେ ରଖନ୍ତୁ। ପାଣି ଦିଅନ୍ତୁ। ଏବେ ଗ୍ରେଭି ମିଶାଇ କିଛି ସମୟ ଛାଡ଼ି ଦିଅନ୍ତୁ। ସିଝା ଆଳୁ ପକାଇ ୫ ମିନିଟ୍ ରଖନ୍ତୁ। ଗ୍ୟାସ୍ ବନ୍ଦ କରିବା ପରେ କଟା ଧନିଆ ପତ୍ର ପକାନ୍ତୁ। ଗରମ ଗରମ ବାଇଗଣ ମସଲା ତରକାରୀକୁ ରୁଟି କିମ୍ବା ଭାତ ସହ ଖାଆନ୍ତୁ।

Roshni

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

2 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

5 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago