ଏପରି ସହଜ ଉପାୟରେ ମଲାଇରୁ ବନାନ୍ତୁ ଦେଶୀ ଘିଅ

ଭାରତୀୟ ସମାଜରେ ଦେଶୀ ଘିଅକୁ ବେଷ୍ଟ ଇମ୍ୟୁନିଟୀ ବୁଷ୍ଟର ରୂପରେ ଧରାଯାଏ। ପ୍ରତିଦିନ ଦେଶୀ ଘିଅ ଖାଇଲେ ହାଡ ଗଣ୍ଠି ମଜବୁତ୍‌ ରହିଥାଏ। ଆଜିର ସମୟରେ ଅଧିକାଂଶ ଜିନିଷରେ ଏବେ ଅପମିଶ୍ରଣ ହେଉଛି,ଏମିତିରେ ଆପଣ ଚାହିଁଲେ ସହଜରେ ଘରେ ମଲାଇରୁ ଶୁଦ୍ଧ ଦେଶୀ ଘିଅ ପ୍ରସ୍ତୁତ କରିପାରିବେ।

କ୍ଷୀରର ଉପର ଭାଗରେ ଯେଉଁ ମଲାଇ ବସିଥାଏ, ତାକୁ ବାହାର କରି ଷ୍ଟୋର କରିରଖନ୍ତୁ। ଏହା ଅଧିକ ପରିମାଣରେ ହୋଇଗଲେ ଏହାକୁ ବ୍ଲେଣ୍ଡରରେ ଗ୍ରାଇଣ୍ଡ କରି ଲହୁଣୀ କରିଦିଅନ୍ତୁ।

ଫେଣ୍ଟିବା ସମୟରେ ଅଳ୍ପ ଅଳ୍ପ ପାଣି ସେଥିରେ ଦେଉଥିବେ। ଧ୍ୟାନ ରଖନ୍ତୁ ଥଣ୍ଡା ଦିନରେ ଗରମ ଏବଂ ଗରମ ଦିନରେ ଥଣ୍ଡା ପାଣି ବ୍ୟବହାର କରିବେ। ଏବେ ଲହୁଣୀକୁ ଛାଣି ଅଲଗା କରିଦିଅନ୍ତୁ। ଏବେ ଏହି ଲହୁଣୀକୁ ନେଇ କଡାରେ ଧିମା ଆଞ୍ଚରେ ବସାନ୍ତୁ। ଆଉ ଲଗାତର ଚଲାନ୍ତୁ ଯେପରି ଏହା ତଳେ ଲାଗିବନାହିଁ।

୧୫-୨୦ ମିନିଟରେ ଆପଣ ଦେଖିବେ ଲହୁଣୀର ରଙ୍ଗ ହାଲକା ବ୍ରାଉନ୍‌ ହେବାକୁ ଲାଗିବ। ଏପରି ହୋଇଗଲେ ଗ୍ୟାସ ବନ୍ଦ କରି ଏହାକୁ ଛାଣି ଏକ ଏୟାରଟାଇଟ କଣ୍ଟେନରରେ ଷ୍ଟୋର କରି ରଖିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.